ଗତ ସପ୍ତାହରେ ଆୟୋଜିତ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ପାକିସ୍ତାନ ପ୍ରଧାନମନ୍ତ୍ରୀ ତାଙ୍କର ଭାରତୀୟ ପ୍ରତିପକ୍ଷଙ୍କ ବାବଦରେ କରିଛନ୍ତି ଚାଞ୍ଚଲ୍ୟକର ଖୁଲାସା।
Trending Photos
ଇସଲାମାବାଦ: ଗାଦିଚ୍ୟୁଚ ହେଉଥିବା ଦେଖି ବିଚଳିତ ହୋଇଉଠିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଏହି କାରଣରୁ ସେ ବିରୋଧୀ ଦଳ ବିରୋଧରେ ବିଷ ଓଗାଳିବା ଆରମ୍ଭ କରିଛନ୍ତି। ଗତ ସପ୍ତାହରେ ଦେଶର ଦେଶର ପଞ୍ଜାବ ପ୍ରଦେଶସ୍ଥିତ ଟୋବା ଟେକ୍ ସିଂହ ଜିଲ୍ଲାର କମଲିଆ ଠାରେ ଆୟୋଜିତ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ପାକିସ୍ତାନ ପ୍ରଧାନମନ୍ତ୍ରୀ, ତାଙ୍କର ଭାରତୀୟ ପ୍ରତିପକ୍ଷ ନରେନ୍ଦ୍ର ମୋଦିକୁ ସୂଚାଇ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ଟାର୍ଗେଟ କରିଛନ୍ତି।
ଏନେଇ ସେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଏବଂ ନୱାଜ ସରିଫ ନେପାଳରେ ଗୁପ୍ତ ଭାବେ ପରସ୍ପରକୁ ଏପରି ସାକ୍ଷାତ କରୁଥିଲେ ଯେପରି ସେମାନଙ୍କ ମଧ୍ୟରେ ରୋମାନ୍ସ ଚାଲିଛି। ଲୁଚି ଲୁଚି ଉଭୟ ଦେଶର ପ୍ରଧାମନ୍ତ୍ରୀ ପରସ୍ପରକୁ ଭେଟୁଥିଲେ। କାରଣ ସେତେବଳେ ନୱାଜ ସରିଫଙ୍କୁ ପାକିସ୍ତାନୀ ସେନା ପକ୍ଷରୁ ଡର ରହିଥିଲା। ଆଉ ସେଥିପାଇଁ ସେ ମୋଦିଙ୍କୁ ନେପାଳରେ ଲୁଚି ଲୁଚି ଭେଟୁଥିଲେ।
Also Read: ଇସଲାମବାଦ ରାଲିରେ ଭାରତୀୟ ମୁସଲମାନଙ୍କ କଥା କାହିଁକି ଉଠାଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ?
'ଡନ୍ ଲିକ୍ସ' କ'ଣ ଥିଲା ତାହା ଦେଶବାସୀ ଜାଣିଛନ୍ତି। ଭାରତ ଉଦ୍ଦେଶ୍ୟରେ ବାର୍ତ୍ତା ପଠାଇ ମୁଁ ବନ୍ଧୁତା କରିବାକୁ ଚାହୁଁଛି ହେଲେ ସେନା ଏହି ପ୍ରସ୍ତାବରେ ସହମତ ନାହିଁ। ହୁସେନ୍ ହକ୍କାନି କାହିଁକି ଆମେରିକୀୟଙ୍କୁ କହିଥିଲେ ଯେ ପାକିସ୍ତାନୀ ସେନା କବଳରୁ ଆସିଫ୍ ଜର୍ଦ୍ଦାରୀଙ୍କୁ ବଞ୍ଚାଅ। ଏଭଳି ଲୋକ ହେଉଛି ଅର୍ଥର ଗୋଲାମ।
ଗତ ୨୦୨୦ ରେ ଇମ୍ରାନ ଖାନଙ୍କ ରାଜନୈତିକ ପରାମର୍ଶଦାତା ଶାହବାଜ ଗିଲ ନେପାଳରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ନୱାଜ ସରିଫଙ୍କ ମଧ୍ୟରେ ଏକ ଗୁପ୍ତ ବୈଠକ ହୋଇଥିବା ନେଇ ଦାବି କରିଛନ୍ତି। ଏନେଇ ସେ କହିଥିଲେ ଯେ ନୱାଜ ସରିଫ ପାକିସ୍ତାନ ବିରୋଧୀ ନୁହଁନ୍ତି ହେଲେ ସେ ଜଣେ ସଂକୀର୍ଣ୍ଣ ଚିନ୍ତାଧାରା ବ୍ୟବସାୟୀ। ସେ ପଚାରିଥିଲେ ଯେ କ'ଣ କୌଣସି ପାକିସ୍ତାନୀ ବ୍ୟବସାୟୀ ପ୍ରଧାମନ୍ତ୍ରୀ ମୋଦିଙ୍କୁ ଭେଟି ପାରିବ? ହେଲେ ନୱାଜ ସରିଫଙ୍କୁ ଦେଶର ବିଦେଶ ବିଭାଗକୁ ନ ଜଣାଇ ନେପାଳ ଠାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଲୋଚନା କରିଥିଲେ। ହେଲେ କେବେ ଉଭୟ ଦେଶର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ବୈଠକ ହୋଇଥିଲା ସେ ନେଇ କୌଣସି ସ୍ପଷ୍ଟ ଦାବି କରିନାହାଁନ୍ତି ପରାମର୍ଶଦାତା ଶାହବାଜ ଗିଲ।
Also Read: ରାଜନୀତିରେ ଜୋକର ହେଉଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ: ଭ୍ଲାଦିମିର ପୁତିନ
ଗାଦି ଛାଡିବା ପୂର୍ବରୁ ଗତ ରବିବାର ରାଜଧାନୀ ଇସଲାମାବାଦ ଠାରେ ଏକ ରାଲି କରିଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଏହି ରାଲିକୁ ସମ୍ବୋଧିତ କରିବା ବେଳେ ସେ ଭାରତୀୟ ମୁସଲମାନଙ୍କ ବାବଦରେ ଉଲ୍ଲେଖ କରିଥିଲେ। ଏନେଇ ସେ କହିଥିଲେ ହିନ୍ଦୁସ୍ତାନରେ ବର୍ତ୍ତମାନ ୨୦ କୋଟି ମୁସଲିମ ବସବାସ କରୁଛନ୍ତି। ଦିନେ ସେମାନେ ପାକିସ୍ତାନ ଗଠନ ହେବା ଲାଗି ଭୋଟ ଦେଇଥିଲେ। ସେମାନେ ମଧ୍ୟ ଏକ ପ୍ରକୃତ ପାକିସ୍ତାନର ସ୍ୱପ୍ନ ଦେଖୁଥିଲେ। ବର୍ତ୍ତମାନ ମୁଁ ସେହି ସ୍ୱପ୍ନକୁ ପୂରଣ କରୁଛି।