ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଜରିମାନା ଲଗାଇଲେ ପାକିସ୍ତାନ ନିର୍ବାଚନ ଆୟୋଗ
Advertisement
Article Detail0/zeeodisha/odisha1132173

ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଜରିମାନା ଲଗାଇଲେ ପାକିସ୍ତାନ ନିର୍ବାଚନ ଆୟୋଗ

ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୫୦ ହଜାର ଟଙ୍କା ଜରିମାନା କରିଛନ୍ତି ପାକିସ୍ତାନ ନିର୍ବାଚନ ଆୟୋଗ। 

ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଜରିମାନା ଲଗାଇଲେ ପାକିସ୍ତାନ ନିର୍ବାଚନ ଆୟୋଗ

ଇସଲାମାବାଦ: ପାକିସ୍ତାନରେ କ୍ଷମତାସୀନ ଇମ୍ରାନ ଖାନଙ୍କ ସରକାର ଉପରୁ ହଟିବାର ନାଁ ଧରୁନାହିଁ ସଂକଟର କଳା ବାଦଲ। ଗାଦି ବଞ୍ଚାଇବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିଜେ ସଂଘର୍ଷ କରୁଥିବାବେଳେ ଅନ୍ୟପଟେ ଦେଶର ନିର୍ବାଚନ ଆୟୋଗ ତାଙ୍କୁ ଝଟକା ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୫୦ ହଜାର ଟଙ୍କା ଜରିମାନା କରିଛନ୍ତି ପାକିସ୍ତାନ ନିର୍ବାଚନ ଆୟୋଗ। ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରି ଖାଇବର ପାଖତୁନଖ୍ୱା ଅଞ୍ଚଳର ସ୍ୱାତ ଉପତ୍ୟକାରେ ଏକ ରାଲି କରିବା ପାଇଁ ଏହି ଜୋରିମାନା ଲାଗୁ କରାଯାଇଛି। ଚଳିତ ମାସ ୩୧ ତାରିଖରେ ଏଠାରେ ସ୍ଥାନୀୟ ସ୍ୱାୟତ୍ତ ଶାସିତ ସଂସ୍ଥା ଲାଗି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି।

ପ୍ରସିଦ୍ଧ ପାକିସ୍ତାନୀ ଗଣମାଧ୍ୟମ "ଡନ୍" ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବ୍ୟତୀତ ଅନ୍ୟ ୫ ଜଣଙ୍କ ଉପରେ ଏହି ଜରିମାନା ଲାଗୁ କରାଯାଇଛି। ଏହି ଲୋକଙ୍କ ମଧ୍ୟରେ ଅଛନ୍ତି ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେଶି, ସଞ୍ଚାର ମନ୍ତ୍ରୀ ମୁରାଦ ସଇଦ, ଖାଇବର ପାଖତୁନଖ୍ୱା ମୁଖ୍ୟମନ୍ତ୍ରୀ ମହମୁଦ ଖାନ, ପ୍ରାଦେଶିକ ମନ୍ତ୍ରୀ ଡକ୍ଟର ଅମଜାଦ ଅଲ୍ଲୀ ଏବଂ ମୋହିବୁଲ୍ଲା। ଏନେଇ ଅଭିଯୋଗ ହୋଇଛି ଯେ ନିର୍ବାଚନ ଆୟୋଗ ଚେତାବନୀ ସତ୍ତ୍ୱେ ସେମାନେ ଗତ ୧୬ ମାର୍ଚ୍ଚରେ ସ୍ୱାତ ଉପତ୍ୟକାରେ ଏକ ନିର୍ବାଚନ ରାଲି ଆୟୋଜିତ କରିଥିଲେ।

Also Read: ରାଜନୀତିରେ ଜୋକର ହେଉଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ: ଭ୍ଲାଦିମିର ପୁତିନ

ନିର୍ବାଚନ ଆୟୋଗ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଏହି ରାଲି ନକରିବାକୁ ନୋଟିସ ଜାରି କରିଥିଲେ। ହେଲେ ନୋଟିସ ଜାରି ହେବା ସତ୍ତ୍ୱେ ସେ ସ୍ୱାତ ଉପତ୍ୟକାରେ ଆୟୋଜିତ ହୋଇଥିବା ସମାବେଶକୁ ସମ୍ବୋଧିତ କରିଥିଲେ। ପାକିସ୍ତାନ ନିର୍ବାଚନ ଆୟୋଗ ନୂତନ ଆଚରଣ ବିଧି ଅନୁଯାୟୀ ସାମ୍ବିଧାନିକ ପଦରେ ରହିଥିବା ସରକାରୀ ବ୍ୟକ୍ତି ନିର୍ବାଚନ ଅନୁଷ୍ଠିତ ହେଉଥିବା ଜିଲ୍ଲା ପରିଦର୍ଶନ କରିପାରିବେ ନାହିଁ। ଖାଇବର ପାଖତୁନଖ୍ୱା ଅଞ୍ଚଳର ସ୍ଥାନୀୟ ସ୍ୱାୟତ୍ତ ଶାସିତ ସଂସ୍ଥା ଲାଗି ୩୧ ମାର୍ଚ୍ଚରେ ଅନୁଷ୍ଠିତ ହେବାକୁ ଯାଉଛି ନିର୍ବାଚନ। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଅଧିକାରୀଙ୍କୁ ନୋଟିସ ଜାରି କରାଯାଉଛି।