PVR-INOX Shares Rally: ବିଲୟ ଘୋଷଣା ପରେ ପିଭିଆର, ଆଇନକ୍ସ ଶେୟାର ବୃଦ୍ଧି
ମଲ୍ଟିପ୍ଲେକ୍ସ କମ୍ପାନୀ ପିଭିଆର ଲିମିଟେ ଏବଂ ଆଇନକ୍ସ ଲେଜର ଲିମିଟେଡ ମଧ୍ୟରେ ବିଲୟ ନିଷ୍ପତ୍ତି ପରେ ସୋମବାର ଉଭୟ କମ୍ପାନୀର ଶେୟାରରେ ଜବରଦସ୍ତ ଦେଖିବାକୁ ମିଳିଛି।
PVR-INOX Merger: ମଲ୍ଟିପ୍ଲେକ୍ସ କମ୍ପାନୀ ପିଭିଆର ଲିମିଟେଡ (PVR Limited) ଏବଂ ଆଇନକ୍ସ ଲେଜର ଲିମିଟେଡ (Inox Laser Limited) ମଧ୍ୟରେ ବିଲୟ ନିଷ୍ପତ୍ତି ପରେ ସୋମବାର ଉଭୟ କମ୍ପାନୀର ଶେୟାରରେ ଜବରଦସ୍ତ ଦେଖିବାକୁ ମିଳିଛି। ଆଇନକ୍ସ ଲେଜର ଶେୟାର ବିଏସଇରେ ୧୧.୩୩ ପ୍ରତିଶତ ଉଠି ୫୨୨.୯୦ ଟଙ୍କା ପ୍ରତି ଶେୟାର ପହଞ୍ଚି ଯାଇଛି। ବ୍ୟବସାୟ ସମୟରେ ୧୯.୯୯ ପ୍ରତିଶତ ତୀବ୍ର ଗତିରେ ୫୨ ସପ୍ତାହର ଉଚ୍ଚସ୍ତର ୫୬୩.୬୦ ଟଙ୍କା ପର୍ଯ୍ୟନ୍ତ ଯାଇଥିଲା। ପିଭିଆର ଶେୟାର ମଧ୍ୟ ବିଏସଇରେ ୩.୦୬ ପ୍ରତିଶତ ଲାଭ ସହ ୧,୮୮୩.୫୦ ଟଙ୍କାରେ ବନ୍ଦ ହୋଇଥିଲା। ବ୍ୟବସାୟ ସମୟରେ ଏହା ୯.୯୯ ପ୍ରତିଶତ ଉଠି ୫୨ ସପ୍ତାହର ଉଚ୍ଚସ୍ତର ୨,୦୧୦.୩୫ ଟଙ୍କାରେ ପହଞ୍ଚିଯାଇଥିଲା।
ବିଲୟକୁ ମିଳିଲା ମଞ୍ଜୁରୀ
ପିଭିଆର ଏବଂ ଆଇନକ୍ସ ପକ୍ଷରୁ ଶେୟାର ବଜାରକୁ ଦେଇଥିବା ସୂଚନାରେ କହିଛନ୍ତି କି ଉଭୟ କମ୍ପାନୀର ନିର୍ଦ୍ଦେଶକ ମଣ୍ଡଳ, ରବିବାରକୁ ନିଜ ବୈଠକରେ ପିଭିଆର ସହ ଆଇନକ୍ସର ସମସ୍ତ ଶେୟାରର ବିଲୟକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି।
ଉଭୟ କମ୍ପାନୀ ପୁରୁଣା ନାମରେ କରିବ ସଞ୍ଚାଳନ
ଉଭୟ କମ୍ପାନୀ ନିଜ ମଲ୍ଟିପ୍ଲେକ୍ସର ପୁରୁଣା ନାମରେ ସଞ୍ଚାଳନ କରିବେ। ନୂଆ ନାମ 'ପିଭିଆର ଆଇନକ୍ସ ଲିମିଟେଡ' ହେବ। ବିଲୟ ପରେ ଖୋଲିବାର ନୂଆ ସିନେମାଘରକୁ 'ପିଭିଆର ଆଇନକ୍ସ' ନାମରେ ବ୍ରାଣ୍ଡିଂ କରାଯିବ।
ଶେୟାର ମାର୍କେଟକୁ ଦେଲେ ସୂଚନା
ବୁଝାମଣା ଅନୁସାରେ, ଆଇନକ୍ସ ଏବଂ ପିଭିଆର ସହ ବିଲୟ ପାଇଁ ଶେୟାର ଅଦଳ-ବଦଳ ଅନୁପାତ ୩:୧୦ (ଆଇନକ୍ସର ୧୦ ଶେୟାରରେ ପିଭିଆରର ୩ ଶେୟାର)ର ହେବ। ଶେୟାର ବଜାରକୁ ପଠାଇଯାଇଥିବା ସୂଚନାରେ କୁହାଯାଇଛି କି, 'ଏହି ବିଲୟ ବୁଝାମଣାରେ ପିଭିଆର ଏବଂ ଆଇନକ୍ସର ଶେୟାର-ହୋଲଡର୍ସ, ଶେୟାର ବଜାର, ସେବି ଏବଂ ଅନ୍ୟାନ୍ୟ ମଞ୍ଜୁରୀ ନେବାର ରହିଛି।
ଜାଣନ୍ତୁ କେତେ ହେବ ଅଂଶଧନ?
ବୁଝାମଣା ଅନୁସାରେ ସଂଯୁକ୍ତ କମ୍ପାନୀରେ ପିଭିଆର ପ୍ରମୋଟର୍ସର ୧୦.୬୨ ପ୍ରତିଶତ ରହିଛି, ଅନ୍ୟପଟେ ପ୍ରମୋଟର୍ସଙ୍କ ୧୬.୬୬ ପ୍ରତିଶତ ଅଂଶଧନ ରହିବ।
୧୫୦୦ ସ୍କ୍ରିନର ମଲ୍ଟିପ୍ଲେକ୍ସ
ପିଭିଆର ପାଖରେ ବର୍ତ୍ତମାନ ଦେଶର ୭୩ ସହରରେ ୧୮୧ ଆସେଟ୍ସ ରହିଛି, ଯାହା ଭିତରୁ ୮୭୧ ସ୍କ୍ରିନର ସଞ୍ଚାଳିତ ହୋଇଥାଏ। ଆଇନକ୍ସ ପାଖରେ ୭୨ ସହରରେ ନିଜ ୧୬୦ ଆସେଟ୍ସରେ ୬୭୫ ସ୍କ୍ରିନ ରହିଛି। ଏହା ଦ୍ୱାରା ୧,୫୦୦ ସ୍କ୍ରିନରେ ସବୁଠାରୁ ବଡ଼ ମଲ୍ଟିପ୍ଲେକ୍ସ ଶୃଙ୍ଖଳା ଅସ୍ତିତ୍ୱରେ ଆସିବ।