ଦଶ ବର୍ଷର ରେକର୍ଡ ଭାଙ୍ଗିଲା ତୈଳ ଦର; ଜାଣନ୍ତୁ, ଆଜିର ପେଟ୍ରୋଲ-ଡିଜେଲ ମୂଲ୍ୟ
PPAC ଅନୁଯାୟୀ, ଅଶୋଧିତ ତୈଳ ଫେବୃଆରୀ ୨୫ରୁ ମାର୍ଚ୍ଚ ୨୯ ମଧ୍ୟରେ ବ୍ୟାରେଲ ପିଛା ହାରାହାରି ୧୧୧.୮୬ ଡଲାର ଥିଲା। ୟୁକ୍ରେନ ଉପରେ ଋଷର ଆକ୍ରମଣର ତୁରନ୍ତ ପରେ ତେଲରେ ନିଆଁ ଲାଗିଛି। ମାର୍ଚ୍ଚ ୩୦ରୁ ଏପ୍ରିଲ ୨୭ ମଧ୍ୟରେ ଏହା ଏକ ବ୍ୟାରେଲ ହାରାହାରି ୧୦୩.୪୪ ଡଲାର ଥିଲା।
Petrol Diesel Price Today : ଦଶ ବର୍ଷର ରେକର୍ଡ ଭାଙ୍ଗିଛି ଅଶୋଧିତ ତୈଳ ଦର। ଆଗକୁ ଆହୁରି ବଢିବା ଆଶଙ୍କା ଅଛି। ଭାରତ କିଣୁଥିବା ଅଶୋଧିତ ତେଲ ବ୍ୟାରେଲ ପିଛା ୧୨୧ ଡଲାରରେ ପହଞ୍ଚିଛି। କିନ୍ତୁ ପେଟ୍ରୋଲ ଏବଂ ଡିଜେଲର ଖୁଚୁରା ବିକ୍ରି ମୂଲ୍ୟ ପୂର୍ବ ପରି ସ୍ଥିର ହୋଇ ରହିଛି। ତୈଳ ମନ୍ତ୍ରଣାଳୟର ପେଟ୍ରୋଲିୟମ ପ୍ଲାନିଂ ଏବଂ ଆନାଲିସିସ୍ ସେଲ୍ (PPAC) ରୁ ମିଳିଥିବା ତଥ୍ୟ ଅନୁଯାୟୀ, ଜୁନ୍ ୯ରେ ଅଶୋଧିତ ତେଲ ବ୍ୟାରେଲ ପିଛା ୧୨୧.୨୮ ଡଲାରକୁ ଛୁଇଁଛି। ଏହି ଦର ଶେଷଥର ପାଇଁ ୨୦୧୨ ଫେବୃଆରୀ/ମାର୍ଚ୍ଚରେ ଦେଖିବାକୁ ମିଳିଥିଲା।
PPAC ଅନୁଯାୟୀ, ଅଶୋଧିତ ତୈଳ ଫେବୃଆରୀ ୨୫ରୁ ମାର୍ଚ୍ଚ ୨୯ ମଧ୍ୟରେ ବ୍ୟାରେଲ ପିଛା ହାରାହାରି ୧୧୧.୮୬ ଡଲାର ଥିଲା। ୟୁକ୍ରେନ ଉପରେ ଋଷର ଆକ୍ରମଣର ତୁରନ୍ତ ପରେ ତେଲରେ ନିଆଁ ଲାଗିଛି। ମାର୍ଚ୍ଚ ୩୦ରୁ ଏପ୍ରିଲ ୨୭ ମଧ୍ୟରେ ଏହା ଏକ ବ୍ୟାରେଲ ହାରାହାରି ୧୦୩.୪୪ ଡଲାର ଥିଲା। ଗତ ଶୁକ୍ରବାର ୧୨୧ ଡଲାର ଟପିଛି। ତେବେ ଆଗକୁ ଏହା ବ୍ୟାରେଲ ପିଛି ୧୫୦ ଡଲାର ହେବ ବୋଲି ଆଶଙ୍କା କରାଯାଉଛି। ଏବେ ଦିଲ୍ଲୀରେ ଗୋଟିଏ ଲିଟର ପେଟ୍ରୋଲର ମୂଲ୍ୟ ବର୍ତ୍ତମାନ ୯୬.୭୨ ଟଙ୍କା ଏବଂ ଡିଜେଲର ମୂଲ୍ୟ ୮୯.୬୨ ଟଙ୍କା ରହିଛି।
Also Read: ବ୍ରହ୍ମ ଶକ୍ତି ହସ୍ପିଟାଲର ICUରେ ଅଗ୍ନିକାଣ୍ଡ, ଜଣେ ମୃତ
ଭାରତ ତୈଳ ଆବଶ୍ୟକତାକୁ ପୂରଣ କରିବା ପାଇଁ ୮୫ ପ୍ରତିଶତ ଆମଦାନୀ ଉପରେ ନିର୍ଭରଶୀଳ। ତେଣୁ ସ୍ଥାନୀୟ ପେଟ୍ରୋଲ ପମ୍ପରେ ତେଲ ଦର ଆନ୍ତର୍ଜାତୀୟ ମୂଲ୍ୟ ଉପରେ ନିର୍ଭର କରୁଛି। ସୂତ୍ରରୁ ଜଣାପଡିଛି ଯେ, ଅଶୋଧିତ ତୈଳ ମୂଲ୍ୟ ସ୍ଥାନୀୟ ପେଟ୍ରୋଲ ପମ୍ପରେ ବ୍ୟାରେଲ ପିଛା ପ୍ରାୟ ୮୫ ଡଲାରରେ ଧାର୍ଯ୍ୟ ହୋଇଛି। କିନ୍ତୁ ତୈଳ ସଂସ୍ଥାଗୁଡ଼ିକ ମୂଲ୍ୟରେ ପରିବର୍ତ୍ତନ କରି ନାହାଁନ୍ତି, କାରଣ ସେମାନେ ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବାକୁ ସରକାରଙ୍କୁ ସାହାଯ୍ୟ କରୁଛନ୍ତି।
ସୂତ୍ରରୁ ପ୍ରକାଶ ଯେ, ଏହି ଶିଳ୍ପ ପେଟ୍ରୋଲ ଲିଟର ପିଛା ପ୍ରାୟ ୧୮ ଟଙ୍କା ଏବଂ ଡିଜେଲ ୨୧ ଟଙ୍କା କ୍ଷତିରେ ବିକ୍ରି କରୁଛି। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଗତ ଏପ୍ରିଲ ୬ରେ ସଂଶୋଧିତ ହୋଇଥିଲା ଏବଂ ସେହି ଦିନଠାରୁ ତାହା ସ୍ଥିର ରହିଛି। ଗତମାସରେ ସରକାର ପେଟ୍ରୋଲ ଉପରେ ଏକ୍ସାଇଜ ଡ୍ୟୁଟି ଲିଟର ପିଛା ୮ ଟଙ୍କା ଏବଂ ଡିଜେଲ ଉପରେ ୬ ଟଙ୍କା ହ୍ରାସ କରିବା ପରେ ତେଲ ସାମାନ୍ୟ ଶସ୍ତା ହୋଇଛି। ଗତ ସପ୍ତାହରେ ତୈଳ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ କହିଥିଲେ ଯେ, ତୈଳ କମ୍ପାନୀଗୁଡିକ ଦାୟିତ୍ୱବାନ କର୍ପୋରେଟ୍ ନାଗରିକ ଏବଂ ତେଲର ଖୁଚୁରା ବିକ୍ରୟ ମୂଲ୍ୟ ଉପରେ ସରକାର ନିୟନ୍ତ୍ରଣ କରୁ ନାହାଁନ୍ତି।
Also Read: ବ୍ରିଜରୁ ଖସି ଫାଟିଲା ତେଲ ଟ୍ୟାଙ୍କର, ଚାରି ଜୀବନ୍ତ ଦଗ୍ଧ
ଜାଣନ୍ତୁ ଆପଣଙ୍କ ସହରର ରେଟ୍
ଆପଣ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ମଧ୍ୟ ଏସଏମଏସ ମାଧ୍ୟମରେ ଜାଣିପାରିବେ । ଇଣ୍ଡିଆନ୍ ଓଏଲ୍ ୱେବସାଇଟ୍ ଅନୁଯାୟୀ, ଆପଣଙ୍କୁ RSP ଓ ଆପଣଙ୍କ ସିଟି କୋଡ୍ ଲେଖିବାକୁ ପଡିବ ଏବଂ ଏହାକୁ 9224992249 ନମ୍ବରକୁ ପଠାଇବାକୁ ପଡିବ । ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା, ଯାହାକୁ ଆପଣ IOCL ୱେବସାଇଟରୁ ପାଇବେ ।
ଏଠାରେ ଚେକ୍ କରନ୍ତୁ- https://iocl.com/Products/PetrolDieselPrices.aspx
ଏଠାରେ କହି ରଖୁଛୁ ଯେ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଭାରତରେ ପ୍ରତିଦିନ ସମୀକ୍ଷା କରାଯାଏ । ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରତିଦିନ ସକାଳ ୬ଟାରେ ନୂଆ ମୂଲ୍ୟ ଜାରି କରନ୍ତି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଭାଟ୍ ଏବଂ ଡିଲର କମିଶନ ଅନ୍ତର୍ଭୁକ୍ତ ଥାଏ ।