ବ୍ରିଜରୁ ଖସି ଫାଟିଲା ତେଲ ଟ୍ୟାଙ୍କର, ଚାରି ଜୀବନ୍ତ ଦଗ୍ଧ
Advertisement
Article Detail0/zeeodisha/odisha1215578

ବ୍ରିଜରୁ ଖସି ଫାଟିଲା ତେଲ ଟ୍ୟାଙ୍କର, ଚାରି ଜୀବନ୍ତ ଦଗ୍ଧ

ନୟାଗଡ଼ରେ ମର୍ମନ୍ତୁଦ ଦୁର୍ଘଟଣା। 4 ମ୍ରୁତ ଜଣେ ଗୁରୁତର ଗୁରୁତରଙ୍କୁ ଭୁବନେଶ୍ବର ସ୍ଥାନାନ୍ତର। ତେଲ ଟ୍ୟାଙ୍କର ବ୍ରିଜ ତଳକୁ ଖସିପଡି ନିଆଲାଗି ବିଷ୍ପୋରଣ ଘଟିବାରୁ ଏପରି ଅଘଟଣ ଘଟିଛି। ଡିଜେଲ ଟ୍ୟାଙ୍କରଟି ପାରାଦୀପରୁ ଆସୁଥିବା ବେଳେ ୫୭ ନଂଜାତୀୟ ରାଜପଥର ନୟାଗଡ ବଡପଣ୍ଡୁଷର ଠାରେ ହଠାତ ଟ୍ୟାଙ୍କରରେ ନିଆଲାଗି ଯାଇଥିଲା। 

 

ବ୍ରିଜରୁ ଖସି ଫାଟିଲା ତେଲ ଟ୍ୟାଙ୍କର, ଚାରି ଜୀବନ୍ତ ଦଗ୍ଧ

ନୟାଗଡ଼: ଶନିବାର ଭୋର ସକାଳେ ଏକ ପେଟ୍ରୋଲ ଟ୍ୟାଙ୍କର, ବଡ଼ ପଣ୍ଡୁସର ବ୍ରିଜ ତଳକୁ ଖସିଛି। ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ସମସ୍ତେ ସାନ ପଣ୍ଡୁସର ଗାଁର ହୋଇଥିବା ସୂଚନା ମିଳିଛି। ଟ୍ୟାଙ୍କରଟି ବ୍ରିଜର ୪୦ଫୁଟ ତଳକୁ ଖସି ପଡିଛି। ସକାଳ ପ୍ରାୟ ୪ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଖବର ପାଇ ନୟାଗଡ ଏବଂ ବୋଲଗଡ଼ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ କରିଛନ୍ତି।

ସୂଚନା ଅନୁଯାୟୀ, ଦୁଇଟି ପେଟ୍ରୋଲ ଟ୍ୟାଙ୍କର ଆଗ ପଛ ହୋଇ  ପାରାଦୀପରୁ ନୟାଗଡ଼ ଆସୁଥିବା ବେଳେ ଗୋଟିଏ ଟ୍ୟାଙ୍କର ବଡ଼ ପଣ୍ଡୁସର ବ୍ରିଜ ଉପରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ପ୍ରଥମେ ଟ୍ୟାଙ୍କରଟି ବ୍ରିଜର ୱାଲକୁ ଧକ୍କା ଦେଇ ୪୦ ଫୁଟ ବ୍ରିଜ ତଳକୁ ଖସି ବିସ୍ଫୋରଣ ହୋଇଛି। ପାଣିରୁ ଦୁଇ ଜଣଙ୍କର ଓ ଟ୍ୟାଙ୍କରରୁ ଆଉ ୨ ଜଣଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ଦୁର୍ଘଟଣା ଗସ୍ତ ହୋଇଥିବା ପେଟ୍ରୋଲ ଟ୍ୟାଙ୍କ ଗାଡିର ଡ୍ରାଇଭର ସାନ ପଣ୍ଡୁସରର ହୋଇଥିବା ଜଣାପଡିଛି। 

Also Read: ସାବଧାନ!! ବାୟୁରେ ବ୍ୟାପୁଛି Monkeypox, ୨୯ ଦେଶରେ ଚିହ୍ନଟ ହେଲାଣି ଏତିକି ମାମଲା

ଦୁର୍ଘଟଣାରେ ଜଣେ ଗୁରୁତର ହୋଇଛନ୍ତି। ଅଗ୍ନିଶମ ବିଭାଗ ମୃତଦେହ ଉଦ୍ଧର କରିଥିବାବେଳେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଡିଜେଲ ଟ୍ୟାଙ୍କରଟି ପାରାଦୀପରୁ ଆସୁଥିବା ବେଳେ ୫୭ ନଂଜାତୀୟ ରାଜପଥର ନୟାଗଡ ବଡପଣ୍ଡୁଷର ଠାରେ ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିପଡିବା ସହ ସଂମ୍ପୁଣ୍ଣ ଜଳିଯାଇଥିଲା। ଫଳରେ ଟ୍ୟାଙ୍କରରେ ଥିବା ୫ଜଣଙ୍କ ମଧ୍ୟରୁ ୪ଜଣ ସମ୍ପୁର୍ଣ୍ଣ ଜଳିଯାଇ ମ୍ରୁତ୍ୟୁବରଣ କରିଥିବା ବେଳେ ଜଣେ ଗୁରୁତର ହୋଇ ଭୁବନେଶ୍ବର ସ୍ଥାନାନ୍ତର ହୋଇଛନ୍ତି। 

ମ୍ରୁତକଙ୍କ ମଧ୍ୟରୁ ଦୁଇ ଜଣ ସାନପଣ୍ଡୁସରର ଦିପକ ଖଟୁଆ ଓ ପଙ୍କଜ ନାୟକ ବୋଲି ଜଣାପଡିଛି। ଅନ୍ୟ ଦୁଇଜଣଙ୍କ ପରିଚୟ ମିଳିପାରିନାହିଁ। ଅଗ୍ନିଶମ ବାହିନି ନିଆଁକୁ ଆୟତ୍ତ କରିଛି। ତେବେ ଓଭର ଟେକିଂରୁ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଇଛି।