India China Standoff: ପୁଣି ଥରେ ସୀମାରେ ମୁହାଁମୁହିଁ ହୋଇଛନ୍ତି ଭାରତ-ଚୀନ ସୈନିକ। ଏଥର ଅରୁଣାଚଳ ପ୍ରଦେଶର ତୱାଙ୍ଗ ଅଞ୍ଚଳରେ ଭାରତ-ଚୀନ୍ ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ଏହି ଘଟଣା ପୂର୍ବରୁ ପୂର୍ବ ଲଦାଖସ୍ଥିତ ଗଲୱାନ ଉପତ୍ୟାକାରେ ମୁହାଁମୁହିଁ ହୋଇଥିଲେ ଭାରତ-ଚୀନ ସୈନିକ। ଏବେ ଲଦାଖ ପରେ ତୱାଙ୍ଗ ଅଞ୍ଚଳ ଉପରେ ନଜର ପକାଇଛି ଚୀନ। 


COMMERCIAL BREAK
SCROLL TO CONTINUE READING

ଗତ ୧୯୬୨ ମସିହାରେ ହୋଇଥିବା ଯୁଦ୍ଧ ପରେ ଭାରତ-ଚୀନ ସୀମା ବିବାଦ ବିଭିନ୍ନ ସମୟରେ ତୀବ୍ର ହୋଇଛି। ବିଶ୍ୱରେ ନିଜର ସାମ୍ରାଜ୍ୟବାଦୀ ପରିଚୟ ପାଇଁ ଜଣାଶୁଣା ରହିଥିବା ଥିବା ଚୀନ ଅନ୍ୟ ଦେଶର ଭୂଖଣ୍ଡ ଉପରେ ଲୋଲୁପ ଦୃଷ୍ଟି ପକାଇଛି। ଯାହା ମଧ୍ୟରେ ଅନେକ ଭାରତୀୟ ଅଞ୍ଚଳ ରହିଛି। ତାହା ହେଉଛି ଲଦାଖ, ସିକ୍କିମ ଏବଂ ଅରୁଣାଚଳ ପ୍ରଦେଶ। ଭାରତ ବ୍ୟତୀତ ଚୀନ ନଜର ନେପାଳ ଏବଂ ଭୂଟାନ ଉପରେ ମଧ୍ୟ ରହିଛି। ପୂର୍ବରୁ ଚୀନ ତିବ୍ଦତ ଦଖଲ କରି ଏହି ଅଞ୍ଚଳକୁ ଦେଶର ମୂଳ ଭୂଖଣ୍ଡ ସହ ମିଶାଇ ସାରିଛି। 


ପ୍ରଥମେ ୧୯୫୯ ମସିହା ତିବ୍ଦତ ଦଖଲ କରିନେଇଥିଲା ଚୀନ। ଏହା ପରେ ୧୯୬୨ ମସିହାରେ ହୋଇଥିବା ଯୁଦ୍ଧରେ ଚୀନ ଲଦାଖ ଅଞ୍ଚଳକୁ ଲାଗିଥିବା ଅନେକ ଭାରତୀୟ କ୍ଷେତ୍ରକୁ ଦଖଲ କରି ନେଇଥିଲା। ଯାହା ବର୍ତ୍ତମାନ ଅକସାଇ ଚୀନ ନାମରେ ଜଣାଶୁଣା। ତିବ୍ଦତ ଏବଂ ଲଦାଖ ଦଖଲ କରିବା ପରେ ଏବେ ଚୀନ ତୱାଙ୍ଗ ଅଞ୍ଚଳ ଦଖଲ କରିବାକୁ ଜଗିବସିଛି। ଏହି କ୍ଷେତ୍ରକୁ ପାଇବା ପାଇଁ ଚୀନ ବର୍ଷ ବର୍ଷ ଧରି ଅପେକ୍ଷା କରି ରହିଛି। ହେଲେ ତୱାଙ୍ଗ ଦଖଲ କରିବା ପାଇଁ  ଚୀନ ପକ୍ଷରୁ କରାଯାଉଥିବା ପ୍ରତ୍ୟେକ ପ୍ରୟାସ ପ୍ରତି ଥର ବିଫଳ ହୋଇଛି। 


Also Read: India China Standoff: ପୁଣି ସୀମାରେ ମୁହାଁମୁହିଁ ହେଲେ ଭାରତ-ଚୀନ ସୈନିକ, ୩୦ ଯବାନ ଆହତ


 


ଚୀନ ନଜର ଆରମ୍ଭରୁ ପଶ୍ଚିମ ଅରୁଣାଚଳ ପ୍ରଦେଶରେ ଅବସ୍ଥିତ ବୌଦ୍ଧ ମଠ ତାୱାଙ୍ଗ ଉପରେ ରହିଛି। ତିବ୍ଦତରେ ବାସ କରୁଥିବା ବୌଦ୍ଧ ଧର୍ମାବଲମ୍ବୀଙ୍କ ପାଇଁ ଏହି ମଠ ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ। ତିବ୍ଦତ ପରି ଚୀନ୍ ପ୍ରମୁଖ ବୌଦ୍ଧ ମଠରେ ନିଜର ଉପସ୍ଥିତି ମଜବୁତ କରିବାକୁ ଚାହୁଁଛି।


ଚୀନ ତୱାଙ୍ଗ ଅଞ୍ଚଳକୁ ତିବ୍ଦତର ଏକ ଅଂଶ ଭାବେ ବିବେଚନା କରିଥାଏ। ଚୀନ ପକ୍ଷରୁ ଦାବି କରି କୁହାଯାଇଛି ଯେ, ତୱଙ୍ଗ ଏବଂ ତିବ୍ଦତ ମଧ୍ୟରେ ଅନେକ ସାଂସ୍କୃତିକ ସମାନତା ରହିଛି। ତାୱାଙ୍ଗ ମଠ ଏସିଆର ସର୍ବ ବୃହତ ବୌଦ୍ଧ ମଠ ଭାବରେ ମଧ୍ୟ ଜଣାଶୁଣା। ଗତ ୧୯୬୨ ମସିହାରେ ହୋଇଥିବା ଯୁଦ୍ଧ ସମୟରେ ଚୀନ ତୱାଙ୍ଗ ଅଞ୍ଚଳ ଦଖଲ କରି ନେଇଥିଲା। ହେଲେ ପରେ ଯୁଦ୍ଧ ବିରାମ ଆଧାରରେ ଚୀନ ତୱାଙ୍ଗ ଛାଡ଼ି ଦେଇଥିଲା। 


Also Read: Dalai Lama Successor: 'ଆମ ପାଖରେ ରହିଛି ଦଲାଇଲାମାଙ୍କ ଉତ୍ତରାଧିକାରୀ ଚୟନ କରିବାର ଅଧିକାର'


ଚୀନ୍ କ୍ରମାଗତ ଭାବରେ ଦଲାଇ ଲାମାକୁ ବିରୋଧ କରିଆସୁଛି। 84 ବର୍ଷୀୟ ଦଲାଇ ଲାମା 2017 ମସିହାରେ ତାୱାଙ୍ଗ ମାଧ୍ୟମରେ ଭାରତ ଆସିଥିଲେ। ଚୀନ୍ ସବୁବେଳେ  ନିର୍ବାସିତ ତିବ୍ଦତୀୟ ବୌଦ୍ଧ ଧର୍ମଗୁରୁ ଦଲାଇଲାମାଙ୍କୁ ବିଚ୍ଛିନ୍ନତାବାଦୀ ନେତା ଭାବରେ ବିବେଚନା କରିଆସୁଛି। ଏନେଇ  ଚୀନ ପକ୍ଷରୁ କୁହାଯାଇଛି ଯେ ଅସଫଳ ସୈନ୍ୟ ବିଦ୍ରୋହ ପରେ ୧୯୫୯ ମସିହାରେ ଦଲାଇଲାମା ତିବ୍ଦତ ଛାଡି ତୱାଙ୍ଗ ରାସ୍ତା ଦେଇ ଭାରତ ସୀମାରେ ପ୍ରବେଶ କରିଥିଲେ।


ପୁରାତନ କାଳରେ ଉଭୟ ଭାରତ-ତିବ୍ଦତ ଶାସକଙ୍କ ମଧ୍ୟରେ କୌଣସି ବିବାଦ ଉପୁଜି ନଥିଲା। ସେତେବେଳେ ଉଭୟ ପକ୍ଷ ପରସ୍ପର ସହ ସମନ୍ୱୟ ରକ୍ଷା କରିଆସୁଥିଲେ। ସେଥିପାଇଁ ଅରୁଣାଚଳ ଏବଂ ତିବ୍ଦତ ମଧ୍ୟରେ କୌଣସି ନିର୍ଦ୍ଦିଷ୍ଟ ସୀମାରେଖା ନିର୍ଦ୍ଧାରଣ ହୋଇନଥିଲା। ହେଲେ ବିଂଶ ଶତାବ୍ଦୀର ଆରମ୍ଭରେ ଏକ ସୀମାରେଖା ସ୍ଥିର କରିବା ବିଷୟରେ ଆଲୋଚନା ଆରମ୍ଭ ହୋଇଥିଲା।


Also Read: ତିବ୍ଦତୀୟଙ୍କ ମନ ପରିବର୍ତ୍ତନ କରିବାରେ ବିଫଳ ହୋଇଛି ଚୀନ କମ୍ୟୁନିଷ୍ଟ ପାର୍ଟି: ଦଲାଇଲାମା


 


ତୱାଙ୍ଗ ଠାରେ ରହିଥିବା ବୌଦ୍ଧ ମଠକୁ ଦୃଷ୍ଟିରେ ରଖି ସୀମାରେଖା ନିର୍ଣ୍ଣୟ ଆରମ୍ଭ ହୋଇଥିଲା। ଏନେଇ ୧୯୧୪ ମସିହାରେ ଶିମଲା ଠାରେ ତିବ୍ଦତ, ଚୀନ୍ ଏବଂ ବ୍ରିଟିଶ ଭାରତ ପ୍ରତିନିଧୀଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସେହି ସମୟରେ ବ୍ରିଟିଶ ଭାରତ ପ୍ରତିନିଧି ତୱାଙ୍ଗ ଏବଂ ଦକ୍ଷିଣ ଅଞ୍ଚଳକୁ ବ୍ରିଟିଶ ଭାରତର ଅଂଶ ଭାବରେ ସ୍ଥିର କରିଥିଲେ। ଯାହାକୁ ତିବ୍ଦତ ପ୍ରତିନିଧି ଗ୍ରହଣ କରିଥିଲେ। ହେଲେ ତତ୍କାଳୀନ ଚୀନ୍ ପ୍ରତିନିଧି ଏହାକୁ ଗ୍ରହଣ କରିନଥିଲେ। ଚୀନ୍‌ ମନୋଭାବରେ ଅଧିକ ଆକ୍ରମଣାତ୍ମକତା ସେତେବେଳେ ଆସିଲା ​​ଯେତେବେଳେ ୧୯୪୯ ମସିହାରେ କମ୍ୟୁନିଷ୍ଟ ବିପ୍ଳବ ପରେ ସେଠାରେ ଏକ ସାମ୍ୟବାଦୀ ସରକାର ଗଠନ କରାଯାଇଥିଲା। ସେବେଠାରୁ ଚୀନ୍‌ର ସେହି ମନୋଭାବ ବର୍ତ୍ତମାନ ପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ରହିଛି।