Dalai Lama Successor: 'ଆମ ପାଖରେ ରହିଛି ଦଲାଇଲାମାଙ୍କ ଉତ୍ତରାଧିକାରୀ ଚୟନ କରିବାର ଅଧିକାର'
Advertisement
Article Detail0/zeeodisha/odisha1337611

Dalai Lama Successor: 'ଆମ ପାଖରେ ରହିଛି ଦଲାଇଲାମାଙ୍କ ଉତ୍ତରାଧିକାରୀ ଚୟନ କରିବାର ଅଧିକାର'

China on Dalai Lama:  ଚୀନ୍‌ ପକ୍ଷରୁ କରାଯାଉଥିବା ଏଭଳି  ଦାବି ଆମେରିକା-ତିବ୍ଦତ ନୀତିର ବିରୋଧୀ। ଯେଉଁଥିରେ ଦର୍ଶାଯାଇଛି ଯେ ଦଲାଇଲାମାଙ୍କ ଉତ୍ତରାଧିକାରୀ ଚୟନ କରିବାର ତିବ୍ଦତୀୟଙ୍କ ହାତରେ ରହିଛି।

 Dalai Lama Successor: 'ଆମ ପାଖରେ ରହିଛି ଦଲାଇଲାମାଙ୍କ ଉତ୍ତରାଧିକାରୀ ଚୟନ କରିବାର ଅଧିକାର'

Successor of Dalai Lama: ନିର୍ବାସିତ ତିବ୍ଦତୀୟ ଧର୍ମଗୁରୁ ଦଲାଇଲାମାଙ୍କ ଉତ୍ତରାଧିକାରୀ ଚୟନ କରିବାକୁ ନେଇ ଚୀନ କରିଛି ଏକ ବଡ଼ ଦାବି। ଏନେଇ ଚୀନ ପକ୍ଷରୁ କୁହାଯାଇଛି ଯେ ୧୪ତମ ଦଲାଇଲାମା ତେନଜିନ୍ ଗ୍ୟାତ୍ସୋଙ୍କ ପରବର୍ତ୍ତୀ ଉତ୍ତରାଧିକାରୀ  ଚୟନ କରିବା ପାଇଁ ବେଜିଂ ଏକମାତ୍ର ଅଧିକାର ରହିଛି। ଏକ ଥିଙ୍କ ଟ୍ୟାଙ୍କ ପଲିସି ରିସର୍ଚ୍ଚ ଗ୍ରୁପ୍ ଅନୁଯାୟୀ ଚୀନ ରେ କ୍ଷମତାସୀନ କମ୍ୟୁନିଷ୍ଟ ପାର୍ଟି ସରକାର ପରବର୍ତ୍ତୀ ଦଲାଇଲାମା ଚୟନରେ ନିଜର ଶେଷ ଅଧିକାର ଆଭିମୁଖ୍ୟ ସହ ଦୃଢ ଭାବେ ଛିଡା ହୋଇଛନ୍ତି। ଚୀନ୍‌ ପକ୍ଷରୁ କରାଯାଉଥିବା ଏଭଳି  ଦାବି ଆମେରିକା-ତିବ୍ଦତ ନୀତିର ବିରୋଧୀ। ଯେଉଁଥିରେ ଦର୍ଶାଯାଇଛି ଯେ ଦଲାଇଲାମାଙ୍କ ଉତ୍ତରାଧିକାରୀ ଚୟନ କରିବାର ତିବ୍ଦତୀୟଙ୍କ ହାତରେ ରହିଛି।

ତିବ୍ଦତର ବର୍ତ୍ତମାନର ଦଲାଇ ଲାମା (Tibetan Dalai Lama) ହେଉଛି ତେନଜିନ୍ ଗ୍ୟାତ୍ସୋ (Tenzin Gyatso)। ମାତ୍ର ୨ ବର୍ଷ ବୟସରେ ତାଙ୍କୁ ଉତ୍ତରାଧିକାରୀ ଭାବେ ମନୋନୀତ କରାଯାଇଥିଲା। ପିଲାଦିନରୁ ସେ ଚୀନ୍ (China) ଶକ୍ତିର ସାମ୍ନା କରିଥିଲେ। ଯେଉଁ ଚୀନ କେବଳ ତାଙ୍କ ତିବ୍ଦତ (Tibet) ଅଧିକାର କରିନଥିଲା ବରଂ ତାଙ୍କୁ ଏବଂ ଅନ୍ୟାନ୍ୟ ତିବ୍ଦତୀୟଙ୍କୁ (Tibetan) ଭାରତରେ (India) ନିର୍ବାସିତ ଜୀବନଯାପନ କରିବାକୁ ବାଧ୍ୟ କରିଥିଲେ। ନିର୍ବାସନ ପରେ ମଧ୍ୟ ଦଲାଇ ଲାମା ସବୁବେଳେ ଚୀନ୍‌ ଟାର୍ଗେଟରେ ରହିଆସିଛନ୍ତି। ଚୀନ୍ ତାଙ୍କୁ ଭିକ୍ଷୁ ରୂପରେ ଜଣେ ଗଧିଆ ବୋଲି କଟାକ୍ଷ କରିଥାଏ। କେବଳ ଏତିକି ନୁହେଁ ଚୀନ୍ ଦଲାଇଲାମାଙ୍କ ସମର୍ଥକଙ୍କୁ ଆତଙ୍କବାଦୀ ବୋଲି କହିବାକୁ ପଛେଇ ନଥାଏ।

ପରବର୍ତ୍ତୀ କିପରି ନିର୍ବାଚିତ ହେବେ ତାହା ସ୍ଥିର କରିବାକୁ ଚୀନ୍ କର୍ତ୍ତୃପକ୍ଷ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ଗତ ୨୦୦୭, ସେପ୍ଟେମ୍ବର ୧ ତାରିଖରେ ଜାରି ହୋଇଥିବା ଆଦେଶ ରହିଛି। ଯାହା ତିବ୍ଦତୀୟ ବୌଦ୍ଧ ଧର୍ମରେ (Tibetan Buddhism) ଜୀବନ୍ତ ବୁଦ୍ଧଙ୍କ ପୁନର୍ଜନ୍ମ ପରିଚାଳନା ଉପରେ ରୂପରେଖ ପ୍ରସ୍ତୁତ କରିଥାଏ। ଏହି ଆଦେଶ ଅନୁଯାୟୀ ପରବର୍ତ୍ତୀ ଦଲାଇ ଲାମା ପାଇଁ ପୁନର୍ଜନ୍ମ ଆବେଦନ ଚୀନ୍‌ ଠାରେ ରହିଥିବା ସମସ୍ତ ବୌଦ୍ଧ ମନ୍ଦିର (Chinese Buddhist Temple) ଦ୍ୱାରା ପୁନଃଜନ୍ମିତ ଲାମାକୁ ଚିହ୍ନିବା ପୂର୍ବରୁ ପୂରଣ କରାଯିବା ଆବଶ୍ୟକ। ଏହି ଉପାୟରେ ଚୀନ୍ ରାଜ୍ୟ ନିଜକୁ ଅନ୍ତିମ ମଧ୍ୟସ୍ଥି ଭାବେ ପରିଣତ କରିନେଇ ଏହା ଦର୍ଶାଉଛି ଯେ ଲାମା ପୁନର୍ବାର ଜନ୍ମ ହୋଇଛନ୍ତି ନା ନାହିଁ? ଏଭଳି ପଦକ୍ଷେପ କାରଣରୁ ବିଶ୍ୱର କୋଣ ଅନୁକୋଣରେ ରହୁଥିବା ତିବ୍ଦତୀୟ ନିରାଶ ହେବେ ନା ନାହିଁ ତାହା ଉପରେ କୌଣସି ଗୁରୁତ୍ୱ ଦେଉନାହାଁନ୍ତି ଚୀନ କମ୍ୟୁନିଷ୍ଟ ସରକାର (Chinese Communist Govt)। 

Also Read: Dalai Lama Successor: 'ଆମ ପାଖରେ ରହିଛି ବଲାଇଲାମାଙ୍କ ଉତ୍ତରାଧିକାରୀ ଚୟନ କରିବାର ଅଧିକାର' 

ପୁନର୍ଜନ୍ମ ହେଉଛି ସେହି ବିଶ୍ୱାସ ପ୍ରଣାଳୀ ଯାହା ତିବ୍ଦତରେ ପ୍ରଚଳିତ। ଏହା ଦେଖେ ଯେ ଏକ ଉଚ୍ଚ ଲାମା ତାଙ୍କ ପରନିର୍ବାଣ ପରେ ମାନବ ରୂପରେ ଜନ୍ମଗ୍ରହଣ କରନ୍ତି। ଯାହାର ଅର୍ଥ ହେଉଛି ସଂସାରା, କର୍ମ ଏବଂ ପୁନର୍ଜନ୍ମରୁ ମୁକ୍ତି। ଷଷ୍ଠ ଶତାବ୍ଦୀରୁ ଅଧିକ ସମୟ ଧରି ତିବ୍ଦତୀୟଙ୍କ ଦ୍ୱାରା ପାଳନ କରାଯାଉଥିବା ଏହି ପବିତ୍ର ପରମ୍ପରା ଉପରେ ପ୍ରତ୍ୟକ୍ଷ ଆକ୍ରମଣ କରି ଚୀନ୍ ଅଧିକାରୀ ପରବର୍ତ୍ତୀ ଲାମା ଚୟନ କରିବା ପାଇଁ ନିଜର ଅଧିକାର ଜାହିର କରିବାକୁ ପଛାଉ ନାହାଁନ୍ତି।

ଏହାକୁ କାର୍ଯ୍ୟକାରୀ କରିବାକୁ ଯାଇ ଚୀନ ବେଆଇନ ଉପାୟ ଅବଲମ୍ବନ କରୁଛି। ଚୀନ ଦଲାଇ ଲାମା ପ୍ରତିଷ୍ଠାନର ମହତ୍ତ୍ୱ ବାବଦରେ ଅବଗତ ରହିଛି। ବୌଦ୍ଧ ବାସସ୍ଥାନ ଦଖଲ କରିବା ପରେ ତିବ୍ଦତ ଏବଂ ଦଲାଇଲାମାଙ୍କୁ ନିଜ ଅଧିନକୁ ଆଣିବା ପାଇଁ ଯଥାସମ୍ଭବ ଚେଷ୍ଟା ଜାରି ରଖିଛି ଚୀନ। ପ୍ରଥମତଃ ତିବ୍ଦତ ରାଜଧାନୀ ଲାସା ଠାରେ ଚୀନ କର୍ତ୍ତୃପକ୍ଷ ଏହାର ଉଦ୍ଦେଶ୍ୟ ହାସଲ କରିବା ପାଇଁ ଅନେକ ଯୋଜନା, କୌଶଳ ଆପଣାଇବା ସହ ଯୁକ୍ତି ଉପସ୍ଥାପନ କରିବାକୁ ପଛେଇ ନାହିଁ। ଦଲାଇ ଲାମା ପୁନର୍ଜନ୍ମ ଉପରେ ନିଜର ଦାବି ବିଷୟରେ ବର୍ଣ୍ଣନା କରିବାକୁ ଯାଇ ଚୀନ ପାଞ୍ଚଟି ନୀତି ମଧ୍ୟ ପ୍ରସ୍ତୁତ କରିଛି।

ଦ୍ୱିତୀୟତ ଚୀନ ମଞ୍ଚୁଙ୍କ ବାବଦରେ ଦର୍ଶାଇବାକୁ ଚେଷ୍ଟା କରୁଛି। ଯିଏ ୧୬୪୪ ମସିହାରୁ ୧୯୧୧/୧୨ ପର୍ଯ୍ୟନ୍ତ ଚୀନ୍କୁ ଶାସନ କରିଥିଲେ। ଏହା ପର ଠାରୁ ଚୀନ୍ ଦଲାଇଲାମାଙ୍କ ପୁନର୍ଜନ୍ମ ନିଜର ମନଗଢା କାହାଣୀକୁ ଇତିହାସରେ ସ୍ଥାନ ଦେଇଛି। ତୃତୀୟତ ଚୀନ, ଗେଲୁଗ୍ପା ରେ ଦ୍ୱିତୀୟ ସର୍ବୋଚ୍ଚ ଲାମା ପଞ୍ଚେନ୍ ଲାମାକୁ ଅସମ୍ମାନ କରିଛି। ଚତୁର୍ଥରେ ଶାସକ ଚୀନ କମ୍ୟୁନିଷ୍ଟ ପାର୍ଟି, ୧୪ ତମ ଦଲାଇଲାମାଙ୍କ ଚୟନ କରାଯାଇଥିବା ପଞ୍ଚେନ୍ ଲାମା ଏବଂ ଗେଧୁନ୍ ଚୋଏକି ନ୍ୟାମାଙ୍କୁ ପ୍ରତ୍ୟାଖ୍ୟାନ କଲା। ପଞ୍ଚମରେ ତାଙ୍କ ସ୍ଥାନରେ ଚୀନ ଏହାର ସଖି କଣ୍ଡେଇ ଗ୍ୟାଲତ୍ସେନ ନୋରବୁଙ୍କ ସ୍ଥାନିତ କଲା।