ତିବ୍ଦତୀୟଙ୍କ ମନ ପରିବର୍ତ୍ତନ କରିବାରେ ବିଫଳ ହୋଇଛି ଚୀନ କମ୍ୟୁନିଷ୍ଟ ପାର୍ଟି: ଦଲାଇ ଲାମା
Advertisement
Article Detail0/zeeodisha/odisha1189775

ତିବ୍ଦତୀୟଙ୍କ ମନ ପରିବର୍ତ୍ତନ କରିବାରେ ବିଫଳ ହୋଇଛି ଚୀନ କମ୍ୟୁନିଷ୍ଟ ପାର୍ଟି: ଦଲାଇ ଲାମା

ଦଲାଇ ଲାମା ଏବଂ ତାଙ୍କ କାର୍ଯ୍ୟାଳୟକୁ ବିଚ୍ଛିନ୍ନତାବାଦୀ ଭାବେ ଦେଖୁଥିବା ଚୀନ୍ ଏଭଳି ସାକ୍ଷାତକାରକୁ ସହଜେ ଗ୍ରହଣ କରି ପାରୁନାହିଁ। 

ତିବ୍ଦତୀୟଙ୍କ ମନ ପରିବର୍ତ୍ତନ କରିବାରେ ବିଫଳ ହୋଇଛି ଚୀନ କମ୍ୟୁନିଷ୍ଟ ପାର୍ଟି: ଦଲାଇ ଲାମା

Dalai Lama on China: ତିବ୍ଦତୀୟଙ୍କ ମନ ପରିବର୍ତ୍ତନ କରିବାରେ ବିଫଳ ହୋଇଛି ଚୀନ କମ୍ୟୁନିଷ୍ଟ ପାର୍ଟି। ଗୁରୁବାର ହିମାଚଳ ପ୍ରଦେଶ ସ୍ଥିତ ଧର୍ମଶାଳା ଠାରେ ଆମେରିକୀୟ ଅଧିକାରୀଙ୍କୁ ଭେଟିବା ଅବସରରେ ଏହା କହିଛନ୍ତି ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମା। ଭାରତ ଗସ୍ତରେ ଆସିଥିବା ତିବ୍ଦତୀୟ ପ୍ରସଙ୍ଗ ପାଇଁ ନିଯୁକ୍ତ ହୋଇଥିବା ଆମେରିକୀୟ ସ୍ୱତନ୍ତ୍ର ସଂଯୋଜକ ଉଜ୍ରା ଜେୟା ଧର୍ମଶାଳା ଠାର ଦଲାଇ ଲାମାଙ୍କୁ ସାକ୍ଷାତ କରିଛନ୍ତି। ଧର୍ମଶାଳା ନିର୍ବାସିତ ତିବ୍ଦତ ସରକାରଙ୍କ ମୁଖ୍ୟାଳୟ ଭାବେ କାର୍ଯ୍ୟ କରୁଛି।

ଏନେଇ ତିବ୍ଦତୀୟ ଧର୍ମଗୁରୁଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ଭିଡ଼ିଓ ଜରିଆରେ ଦଲାଇ ଲାମା କହିଛନ୍ତି ତିବ୍ଦତୀୟଙ୍କ ମନ ପରିବର୍ତ୍ତନ କରିବା ନେଇ ଚୀନ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ କରାଯାଉଥିବା ଉଦ୍ୟମ ବିଫଳ ହୋଇଛି। ବର୍ତ୍ତମାନ ମାର୍କବାଦ ଅଥବା ସମାଜବାଦ ଚାଲିଯାଇଛି। ଚୀନ ଏବେ ଚିନ୍ତା କରିବା ସହ ପରିବର୍ତ୍ତନ କରୁଛି। ଭାରତ-ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ କିପରି ସ୍ୱାଧୀନତା ଏବଂ ଗଣତାନ୍ତ୍ରିକ ରହିଛି ତାହାର ଉଦାହରଣ ରଖିଛନ୍ତି। ଆମେରିକୀୟ ଅଧିକାରୀଙ୍କୁ ସାକ୍ଷାତ କରିବା ଅବସରରେ ନିଜ ଜୀବନର ଚାରୋଟି ଲକ୍ଷ୍ୟ ବାବଦରେ କହିଥିଲେ ଦଲାଇ ଲାମା। ତାହା ହେଉଛି ସାର୍ବଭୌମିକ ମୂଲ୍ୟବୋଧର ପ୍ରଚାର, ଧାର୍ମିକ ସମନ୍ୱୟକୁ ପ୍ରୋତ୍ସାହନ ଦେବା,  ତୀବ୍ଦତୀୟ ସଂସ୍କୃତି ଏବଂ ପରିବେଶର ସୁରକ୍ଷା, ପ୍ରାଚୀନ ଭାରତୀୟ ଜ୍ଞାନର ପୁନରୁଦ୍ଧାର। 

Also Read: ବ୍ୟସ୍ତ ଜୀବନ ମଧ୍ୟରୁ ଥରେ ବୁଲି ଆସନ୍ତୁ ମହା ବୌଦ୍ଧ ବିହାର, ଯେଉଁଠି ଆପଣଙ୍କୁ ମିଳିବ ଶାନ୍ତି

ଧର୍ମଶାଳା ଠାରେ ହୋଇଥିବା ସାକ୍ଷାତକାର କାର୍ଯ୍ୟକ୍ରମରେ ସିକୋଙ୍ଗ ପେନପା ସେରିଙ୍ଗ୍, DIIR କାଲୋନ୍ ନରଜିନ୍ ଡୋଲମା, ପ୍ରତିନିଧୀ ନାମଗିଆଲ୍ ଚୋଡଅପ୍ ଏବଂ ଆମେରିକୀୟ ସ୍ୱତନ୍ତ୍ର ସଂଯୋଜକ ପ୍ରତିନିଧି ଦଳର ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ। ପେନପା ସେରିଙ୍ଗ ହେଉଛନ୍ତି ନିର୍ବାସିତ କେନ୍ଦ୍ରୀୟ ତିବ୍ଦତୀୟ ସରକାରର ସଭାପତି।

Also Read: କେବଳ ଭାରତ ନୁହେଁ ୧୮ଟି ଦେଶ ସହ ରହିଛି ଚୀନର ସୀମା ବିବାଦ

ଏହି ସାକ୍ଷାତକାର ଉପରେ ପ୍ରତିକ୍ରିୟା ରଖି ଆମେରିକୀୟ ଅଧିକାରୀ କହିଛନ୍ତି ମୁଁ ତିବ୍ଦତୀୟ ପ୍ରସଙ୍ଗ ପାଇଁ ଆମେରିକୀୟ ରାଷ୍ଟ୍ରପତିଙ୍କ ସ୍ୱତନ୍ତ୍ର ସଂଯୋଜକ। ଆପଣଙ୍କୁ ଗ୍ରହଣ କରିବା ଆମ ଲାଗି ଗୌରବର ବିଷୟ। ମୁଁ ମୋର ରାଷ୍ଟ୍ରପତି ଏବଂ ଆମେରିକୀୟଙ୍କ ପକ୍ଷରୁ ଶୁଭେଚ୍ଛା ଆଣିଛି। ବିଶ୍ୱଶାନ୍ତି ପାଇଁ ଆପଣଙ୍କ ବାର୍ତ୍ତା ଲାଗି ଆମେ କୃତଜ୍ଞତା। ଭାରତ ଗସ୍ତରେ ଆସି ୨ ଦିନ ଧର୍ମଶାଳା ଠାରେ ରହିବା ଅବସରରେ ଆମେରିକୀୟ ଅଧିକାରୀ ନିର୍ବାସିତ ତିବ୍ଦତ ସଂସଦ, ତିବ୍ଦତୀୟ କଳା କେନ୍ଦ୍ର, ତିବ୍ଦତୀୟ ସଂଗ୍ରହାଳୟ ପରିଦର୍ଶନ କରି ତିବ୍ଦତୀୟ ନାଗରିକ ସମାଜ ସଦସ୍ୟଙ୍କ ସହ ସାକ୍ଷାତ କରିଥିଲେ। ତିବ୍ଦତ ପାଇଁ ଆମେରିକୀୟ ସଂଯୋଜକଙ୍କ ଶେଷ ପରିଦର୍ଶନ ଗତ ୨୦୧୬ ବର୍ଷରେ ହୋଇଥିଲା ଯେତେବେଳେ ତତ୍କାଳୀନ ସଚିବ ସାରା ସେୱାଲ ଧର୍ମଶାଳା ପରିଦର୍ଶନ କରିଥିଲେ।

Also Read: ତିବ୍ଦତ ପରେ ଚୀନ ଟାର୍ଗେଟରେ ପାକିସ୍ତାନ, ପିଓକେ ପରେ ହାତେଇନେଲା ପାକିସ୍ତାନୀ ଦ୍ୱୀପ

ଭାରତ ମାଟିରେ ରହିଥିବାରୁ ଆମେରିକୀୟ ଅଧିକାରୀଙ୍କ ଦଲାଇ ଲାମା ଏବଂ ତାଙ୍କ ପ୍ରତିନିଧୀଙ୍କ ସାକ୍ଷାତ ହୋଇଛି। ଗତ ବର୍ଷ ଆମେରିକୀୟ ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଦିଲ୍ଲୀ ଠାରେ ଦଲାଇ ଲାମାଙ୍କ ପ୍ରତିନିଧିଙ୍କୁ ଭେଟିଥିଲେ। ଅତୀତରେ ଆମେରିକୀୟ ରାଷ୍ଟ୍ରଦୂତଙ୍କ ସମେତ ସ୍ଥାନୀୟ ସରକାରୀ ଅଧିକାରୀ ଧର୍ମଶାଳା ପରିଦର୍ଶନ କରିଛନ୍ତି। ଦଲାଇ ଲାମା ଏବଂ ତାଙ୍କ କାର୍ଯ୍ୟାଳୟକୁ ବିଚ୍ଛିନ୍ନତାବାଦୀ ଭାବେ ଦେଖୁଥିବା ଚୀନ୍ ଏଭଳି ସାକ୍ଷାତକାରକୁ ସହଜେ ଗ୍ରହଣ କରି ପାରୁନାହିଁ। ଗତ ବର୍ଷ ଆମେରିକୀୟ ବୈଦେଶିକ ସଚିବଙ୍କ ଦଲାଇ ଲାମାଙ୍କ ପ୍ରତିନିଧୀଙ୍କ ସହ ହୋଇଥିବା ଭେଟଘାଟକୁ ନେଇ ଅସନ୍ତୁଷ୍ଟ ହୋଇଉଠିଥିଲା ଚୀନ।