PM Modi Oath Ceremony: ଆଜି ନରେନ୍ଦ୍ର ମୋଦି ତୃତୀୟ ଥର ଲାଗି ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ଆଜି ସନ୍ଧ୍ୟା ୭ଟା ୧୫ ମିନିଟ୍ ରେ  ରାଷ୍ଟ୍ରପତି ଭବନରେ (Rashtrapati Bhavan) ଅନୁଷ୍ଠିତ ହେବାକୁ ଯାଉଥିବା ଏହି ଶପଥ ଗ୍ରହଣ ଉତ୍ସବରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ପ୍ରଧାନ ମନ୍ତ୍ରୀ ଓ ଅନ୍ୟ ମନ୍ୟମନ୍ତ୍ରୀ ମାନଙ୍କୁ ଶପଥ ପାଠ କରାଇବେ।  ଏହି ଶପଥ ଗ୍ରହଣ ଉତ୍ସବ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରାୟ ୮ ହଜାର ଲୋକେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। 


COMMERCIAL BREAK
SCROLL TO CONTINUE READING

ପଡ଼ୋଶୀ ଦେଶରୁ ଅନେକ ନେତାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ଏହି ସମାରୋହରେ ଭାରତର ପଡ଼ୋଶୀ ଓ  ଭାରତ ମହାସାଗର ଅଞ୍ଚଳର ନେତାମାନେ ସମ୍ମାନିତ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଶ୍ରୀଲଙ୍କାର ରାଷ୍ଟ୍ରପତି ରାନିଲ ବିକ୍ରମସିଂହେ, ମାଳଦ୍ୱୀପର ରାଷ୍ଟ୍ରପତି ଡ. ମହମ୍ମଦ ମୁଇଜୁ, ସେସେଲ୍ସର ଉପରାଷ୍ଟ୍ରପତି ଅହମ୍ମଦ ଆଫିଫ , ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହସିନା, ନେପାଳ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ କୁମାର ଜଗନାଥ, ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’ଏବଂ ଭୁଟାନର ପ୍ରଧାନମନ୍ତ୍ରୀ ସେରିଙ୍ଗ ତୋବ୍ଗେ ଯୋଗଦେବେ ବୋଲି ସୂଚନା ମିଳିଛି। ଶପଥ ଗ୍ରହଣ ସମାରୋହ ପାଇଁ ନେତାମାନେ ନୂଆଦିଲ୍ଲୀରେ ପହଞ୍ଚି ସାରିଛନ୍ତି।


ତେବେ, ଆମେ , ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ଶୁକ୍ରବାର ଦିନ ନରେନ୍ଦ୍ର ମୋଦି ରାଷ୍ଟ୍ରପତିଙ୍କୁ ଭେଟି ନୂଆ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ। ବିଜେପି ସଭାପତି ଜେପି ନଡ୍ଡାଙ୍କ ନେତୃତ୍ୱରେ ଏନଡିଏର ଏକ ପ୍ରତିନିଧି ଦଳ ମଧ୍ୟ ରାଷ୍ଟ୍ରପତିଙ୍କୁ ଭେଟି ଏକ ଚିଠି ପ୍ରଦାନ କରିଥିଲେ ଯେଉଁଥିରେ ଦର୍ଶାଯାଇଥିଲା ଯେ ନରେନ୍ଦ୍ର ମୋଦୀ ବିଜେପି ସଂସଦୀୟ ଦଳର ନେତା ନିର୍ବାଚିତ ହୋଇଛନ୍ତି। ଏନଡିଏର ସହଯୋଗୀ ଦଳଗୁଡ଼ିକର ସମର୍ଥନ ପତ୍ର ମଧ୍ୟ ରାଷ୍ଟ୍ରପତିଙ୍କୁ ହସ୍ତାନ୍ତର କରାଯାଇଥିଲା।