India test new missile: ଚୀନକୁ ଟାର୍ଗେଟ କରିବାକୁ ନୂଆ କ୍ଷେପଣାସ୍ତ୍ର ପରୀକ୍ଷଣ କରିବ ଭାରତ
ନୂଆଦିଲ୍ଲୀ: ଚୀନର ଯୁଦ୍ଧ ପୋତ ହେଉ ବା ସାମୁଦ୍ରିକ ବିମାନ ବନ୍ଦର, ସବୁକୁ ସମୁଦ୍ର ଭିତରେ ଧ୍ୱଂସ କରିଦେବା ଲାଗି ଭାରତ ବିକାଶ କରିଛି ନୂଆ କ୍ଷେପଣାସ୍ତ୍ର। ଏହା ଏକ ହଜାର କିଲୋମିଟର ଦୂରରେ ଥିବା ଟାର୍ଗେଟକୁ ସମୁଦ୍ର ଭିତରେ ଉଡ଼ାଇ ଦେବାରେ ସକ୍ଷମ ହୋଇପାରିବ। ବିଶେଷକରି ଭାରତକୁ ଟାରତଗେଟ କରି ନିକ୍ଷେପ କରାଯିବାକୁ ଥିବା ରକେଟ
India test new missile: ନୂଆଦିଲ୍ଲୀ: ଚୀନର ଯୁଦ୍ଧ ପୋତ ହେଉ ବା ସାମୁଦ୍ରିକ ବିମାନ ବନ୍ଦର, ସବୁକୁ ସମୁଦ୍ର ଭିତରେ ଧ୍ୱଂସ କରିଦେବା ଲାଗି ଭାରତ ବିକାଶ କରିଛି ନୂଆ କ୍ଷେପଣାସ୍ତ୍ର। ଏହା ଏକ ହଜାର କିଲୋମିଟର ଦୂରରେ ଥିବା ଟାର୍ଗେଟକୁ ସମୁଦ୍ର ଭିତରେ ଉଡ଼ାଇ ଦେବାରେ ସକ୍ଷମ ହୋଇପାରିବ। ବିଶେଷକରି ଭାରତକୁ ଟାରତଗେଟ କରି ନିକ୍ଷେପ କରାଯିବାକୁ ଥିବା ରକେଟ ମାଡ଼କୁ ରୋକିବାରେ ଏକ ଦୂରଗାମୀ କ୍ଷେପଣାସ୍ତ୍ର ବିଶେଷ ସହାୟକ ହୋଇପାରିବ ବୋଲି ଆଶା କରାଯାଇଛି। ଏହି ନୂତନ ଶକ୍ତିଶାଳୀ କ୍ଷେପଣାସ୍ତ୍ରକୁ ଦିନେ ଦୁଇଦିନ ଭିତରେ ପରୀକ୍ଷା କରାଯିବ ବୋଲି ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଂଗଠନ ( ଡିଆରଡିଓ) ପକ୍ଷରୁ ସ୍ପଷ୍ଟ କରାଯାଇଛି।
ସାମୁଦ୍ରିକ ଜାହାଜକୁ ଧ୍ୱଂସ କରିବା ପାଇଁ ସକ୍ଷମ ଏହି କ୍ଷେପଣାସ୍ତ୍ରକୂ ସମୁଦ୍ର ମଧ୍ୟରୁ କୌଣସି ଜାହାଜ ବା ସାମୁଦ୍ରିକ ଉପକୂଳରୁ କ୍ଷେପଣ କରିହେବ। ଏହାଦ୍ୱାରା ଦୂର ସମୁଦ୍ର ମଧ୍ୟରେ ଥିବା ଶତ୍ରୁ ପକ୍ଷର ଜାହାଜକୁ ନିଶ୍ଚିହ୍ନ କରିହେବ। ଏହି କ୍ଷେପଣାସ୍ତ୍ର ଭାରତୀୟ ବାୟୁସେନା ଏବଂ ନୌ ବାହିନୀ ପାଇଁ ଯଥେଷ୍ଟ ଉପଯୋଗୀ ହେବ। ନୂଆ ରଣନୀତିରେ ନିଜର ପ୍ରତିରକ୍ଷା ପାଇଁ ଏହି କ୍ଷେପଣାସ୍ତ୍ରସବୁ ଅନେକ ପ୍ରଭାବଶାଳୀ ହେବ ବୋଲି ଆଶା କରାଯାଇଛି।
ନିକଟରେ ଭାରତୀୟ ସୀମାନ୍ତ ଅପରପାର୍ଶ୍ୱରେ ଚୀନ ଅନେକ କ୍ଷେପଣାସ୍ତ୍ରକୁ ମୁତ୍ତୟନ କରିଥିବା ଖବର ପ୍ରକାଶିତ ହୋଇଥିଲା। ଏପରିକି ଦୁଇ ଦେଶର ସୀମାନ୍ତରେ ଏକ ଘାଟି ମଧ୍ୟ ଚୀନ ସ୍ଥାପନ କରିଛି। ଏଣୁ ଭାରତର ଏହି ପ୍ରସ୍ତୁତି ଚୀନକୁ କଡ଼ା ଜବାବ ଦେବାରେ ସକ୍ଷମ ହୋଇପାରିବ।
କେବଳ ଦୂରଗାମୀ କ୍ଷାପଣାସ୍ତ୍ର ନୁହେଁ, ଭାରତ ଏହା ଭିତରେ ମଧ୍ୟମ ଏବଂ ଦୂରଗାମୀ ଆଣବିକ କ୍ଷେପଣାସ୍ତ୍ର ମଧ୍ୟ ବିକାଶ କରି ପରୀକ୍ଷା କରିଛି। ଏ କ୍ଷେତ୍ରରେ ଦେଶର ତିନି ପ୍ରତିରକ୍ଷା ବାହିନୀକୁ ଅନେକ ସହାୟକ ହୋଇଛି ଡିଆରଡିଓ । ଏହି ପରିପ୍ରେକ୍ଷୀରେ ବିକଶିତ ହେଉଥିବା କ୍ଷେପଣାସ୍ତ୍ରୟଗୁଡ଼ିକ ସୁରକ୍ଷିତ ଏବଂ ନିରାପଦ ସ୍ଥାନଗଡ଼ିକରେ ମୁତ୍ତୟନ କରିବାର ଆବଶ୍ୟକତା ରହିଛି।