Indian Air Force: ସୀମା ଚୀନ  ସହ ଚାଲିଥିବା ବିବାଦ ବେଳେ ଶକ୍ତି ବଢାଇଛି  ଭାରତୀୟ ବାୟୁସେନା। ଗତ ୯ ଡିସେମ୍ବରରେ ଅରୁଣଚଳଲ ପ୍ରଦେଶ ତୱାଙ୍ଗ ସେକ୍ଟର ଠାରେ ହୋଇଥିବା ସଂଘର୍ଷ ମଧ୍ୟରେ ଅନ୍ୟ ଏକ ରାଫେଲ ଯୁଦ୍ଧ ବିମାନ ଭାରତୀୟ ବାୟୁସେନାରେ ଯୋଗ ଦେଇଛି। ଫ୍ରାନ୍ସ ସହ ହୋଇଥିବା ୩୬ ରାଫେଲ୍ ବିମାନ ଚୁକ୍ତି ଅନୁଯାୟୀ ଶେଷ ଅର୍ଥାତ୍ ୩୬ ତମ ରାଫେଲ୍ ବିମାନରେ ଭାରତରେ ଅବତରଣ କରିଛି। 


COMMERCIAL BREAK
SCROLL TO CONTINUE READING

ଫ୍ରାନ୍ସ ପକ୍ଷରୁ ମିଳିବାକୁ ଥିବା ୩୬ ତମ ରାଫେଲ ବିମାନ ଡିସେମ୍ବର ୧୫ ତାରିଖ ଗୁରୁବାର ଭାରତରେ ପହଞ୍ଚିଛି। ଟ୍ୱିଟ କରି ଭାରତୀୟ ବାୟୁସେନା ଶେଷ ବିମାନ ମିଳିବା ସମ୍ପର୍କରେ ଜଣାଇଛି। ଏହି ବିମାନ ପଶ୍ଚିମବଙ୍ଗ ହାସିମାରାସ୍ଥିତ ବାୟୁସେନା ଘାଟିରେ ନିୟୋଜିତ ହୋଇଛି। ଏହା ସହିତ ରାଫେଲ ବିମାନ ପାଇବା ନେଇ ଫ୍ରାନ୍ସ ସହ ଭାରତ କରିଥିବା ଚୁକ୍ତି ମଧ୍ୟ ଶେଷ ହୋଇଛି। ପ୍ରଥମ ରାଫେଲ ବିମାନ ଗତ ବର୍ଷ ଜୁଲାଇରେ ଭାରତ ଆସିଥିଲା।


ଏହି ୩୬ ତମ ରାଫେଲ୍ ଯୁଦ୍ଧ ବିମାନ ଫ୍ରାନ୍ସରୁ ଉଡ଼ାଣ ଭରିବା ପରେ ୟୁଏଇ ବିମାନରୁ ମିଡ଼ ଏୟାର ରିଫ୍ୟୁଲିଂ କରି ଭାରତରେ ଅବତରଣ କରିଥିଲା। ଗତ ୨୦୧୬ ସେପ୍ଟେମ୍ବରରେ ମୋଦି ସରକାର ଫ୍ରାନ୍ସ ସହିତ ପ୍ରାୟ ୬୦ ହଜାର କୋଟି ଟଙ୍କା ମୂଲ୍ୟରେ ଭାରତୀୟ ବାୟୁସେନା ପାଇଁ ୩୬ ରାଫେଲ ବିମାନ କ୍ରୟ କରିବା ପାଇଁ ଚୁକ୍ତି କରିଥିଲେ।


Also Read: Rafale Jet: ଏହି ତାରିଖ ପର୍ଯ୍ୟନ୍ତ ଭାରତରେ ପହଞ୍ଚିବ ଶେଷ ରାଫେଲ ବିମାନ, ୨୦୧୬ ବର୍ଷରେ ହୋଇଥିଲା ୬୦ ହଜାର କୋଟି ଟଙ୍କାର ଚୁକ୍ତି


 


ଫ୍ରାନ୍ସ ପାଖରୁ ୩୬ ରାଫେଲ ବିମାନ ଆଣିବା ପାଇଁ ପ୍ରାୟ ୬୦ ହଜାର କୋଟି ଟଙ୍କାର ଏକ ଚୁକ୍ତି ଭାରତ-ଫ୍ରାନ୍ସ ମଧ୍ୟରେ ହୋଇଥିଲା। ଏହା ମଧ୍ୟରୁ ୩୫ ବିମାନ ଭାରତରେ ଆସି ପହଞ୍ଚି ସାରିଥିଲା। ଅନ୍ୟପଟେ ଶେଷ ରାଫେଲ ଯୁଦ୍ଧ ବିମାନ ଆସନ୍ତା ଡିସେମ୍ବର ୧୫ ତାରିଖରେ ଭାରତରେ ଆସି ପହଞ୍ଚିଛି। ପୂର୍ବରୁ ମିଳିଥିବା ୩୫ ବିମାନକୁ ହରିୟାଣାର ଅମ୍ବାଲା ଏବଂ ପଶ୍ଚିମବଙ୍ଗର ହାସିମାରା ବାୟୁସେନା ଘାଟିରେ ମୁତୟନ କରାଯାଇଛି। ଏହି ସମୟରେ ଭାରତୀୟ ବାୟୁସେନା ମଧ୍ୟ ଯୁଦ୍ଧ ବିମାନର ସର୍ବୋଚ୍ଚ ମାନରେ ନବୀକରଣ କାର୍ଯ୍ୟ କରିବା ଆରମ୍ଭ କରିଛି। ସମସ୍ତ ବିମାନ India-specific enhancements ସହିତ ସଜ୍ଜିତ ହୋଇଛି।


ରାଫେଲ ହେଉଛି ୪.୫ ପିଢିର ଯୁଦ୍ଧ ବିମାନ। ଏହି ବିମାନ ସହାୟତାରେ ଭାରତୀୟ ବାୟୁସେନା ଭାରତୀୟ ଉପମହାଦେଶର ଆକାଶରେ ନିଜର ଦବଦବା ଜାହିର କରିବାରେ ସାହାଯ୍ୟ କରିଛି। ଚୀନ୍ ସହ ତିକ୍ତତା ଚରମ ସୀମାରେ ପହଞ୍ଚିଥିବା ବେଳେ ରାଫେଲ ଯୁଦ୍ଧ ବିମାନକୁ ଭାରତୀୟ ବାୟୁସେନାରେ ଅନ୍ତର୍ଭୂକ୍ତ କରାଯାଇଥିଲା। ଭାରତରେ ପହଞ୍ଚିବାର ପ୍ରାୟ ଏକ ସପ୍ତାହ ମଧ୍ୟରେ ଏହି ବିମାନ ଲଦାଖ ଅଞ୍ଚଳରେ ଏହାର କାର୍ଯ୍ୟ ଆରମ୍ଭ କରି ଦେଇଥିଲା।


ଭାରତୀୟ ବାୟୁସେନା ଏହାର ଶେଷ ରାଫେଲ ଯୁଦ୍ଧ ବିମାନ ସେତେବେଳେ ପାଇଛି ଯେତେବେଳେ ସୀମା ବିବାଦକୁ ନେଇ ଚୀନ ସହ ହିଂସାତ୍ମକ ସଂଘର୍ଷ ହୋଇଛି। ଅରୁଣାଚଳ ପ୍ରଦେଶ ତୱାଙ୍ଗ ସେକ୍ଟର ଠାରେ ସଂଘର୍ଷ ହେବା ପରେ ଭାରତୀୟ ବାୟୁସେନା ଇଷ୍ଟର୍ଣ୍ଣ କମାଣ୍ଡ ପ୍ରକୃତ ନିୟନ୍ତ୍ରଣ ସୀମାରେଖା ଠାରେ ଯୁଦ୍ଧାଭ୍ୟାସ କରିଛି। ବାୟୁସେନା ପକ୍ଷରୁ ଚାଲିବାକୁ ଥିବା ଏହି ୨ ଦିନିଆ ସମରାଭ୍ୟାସରେ ରାଫେଲ ଯୁଦ୍ଧ ବିମାନ ମଧ୍ୟ ଅଂଶଗ୍ରହଣ କରିଛି। ଏହା ବ୍ୟତୀତ ସୁଖୋଇ ଏବଂ ଅନେକ ହେଲିକପ୍ଟର ସେମାନଙ୍କ ଯୁଦ୍ଧ ଦକ୍ଷତା ପ୍ରଦର୍ଶନ କରିଛନ୍ତି।