Rafale Jet: ଏହି ତାରିଖ ପର୍ଯ୍ୟନ୍ତ ଭାରତରେ ପହଞ୍ଚିବ ଶେଷ ରାଫେଲ ବିମାନ, ୨୦୧୬ ବର୍ଷରେ ହୋଇଥିଲା ୬୦ ହଜାର କୋଟି ଟଙ୍କାର ଚୁକ୍ତି
Advertisement

Rafale Jet: ଏହି ତାରିଖ ପର୍ଯ୍ୟନ୍ତ ଭାରତରେ ପହଞ୍ଚିବ ଶେଷ ରାଫେଲ ବିମାନ, ୨୦୧୬ ବର୍ଷରେ ହୋଇଥିଲା ୬୦ ହଜାର କୋଟି ଟଙ୍କାର ଚୁକ୍ତି

Indian Air Force: ଆଉ କିଛି ଦିନ ମଧ୍ୟରେ  ଫ୍ରାନ୍ସ ପାଖରୁ ୩୬ ତମ ତଥା ଶେଷ ରାଫେଲ ଯୁଦ୍ଧ ବିମାନ ପାଇବ ଭାରତ। ଏହା ସହିତ ୨୦୧୬ ବର୍ଷରେ ସ୍ୱାକ୍ଷରିତ ହୋଇଥିବା ୬୦ ହଜାର କୋଟିରୁ ଅଧିକ ମୂଲ୍ୟର ଚୁକ୍ତି ଅଧିନରେ ସମସ୍ତ ବିମାନର ବିତରଣ କାର୍ଯ୍ୟ ଶେଷ ହେବ। 

Rafale Jet: ଏହି ତାରିଖ ପର୍ଯ୍ୟନ୍ତ ଭାରତରେ ପହଞ୍ଚିବ ଶେଷ ରାଫେଲ ବିମାନ, ୨୦୧୬ ବର୍ଷରେ ହୋଇଥିଲା ୬୦ ହଜାର କୋଟି ଟଙ୍କାର ଚୁକ୍ତି

Rafale Fighter Jet: ରାଫେଲ ଯୁଦ୍ଧ ବିମାନକୁ ନେଇ ଆସିଛି ଏକ ବଡ଼ ଖବର। ଆସନ୍ତା ଡିସେମ୍ବର ସୁଦ୍ଧା ଫ୍ରାନ୍ସ ପାଖରୁ ୩୬ ତମ ତଥା ଶେଷ ରାଫେଲ ଯୁଦ୍ଧ ବିମାନ ପାଇବ ଭାରତ। ଏହା ସହିତ ୨୦୧୬ ବର୍ଷରେ ସ୍ୱାକ୍ଷରିତ ହୋଇଥିବା ୬୦ ହଜାର କୋଟିରୁ ଅଧିକ ମୂଲ୍ୟର ଚୁକ୍ତି ଅଧିନରେ ସମସ୍ତ ବିମାନର ବିତରଣ କାର୍ଯ୍ୟ ଶେଷ ହେବ। ଏନେଇ ଜଣେ ବରିଷ୍ଠ ପ୍ରତିରକ୍ଷା ଅଧିକାରୀ କହିଛନ୍ତି ଯେ ଶେଷ ରାଫେଲ ଯୁଦ୍ଧ ବିମାନ ଆସନ୍ତା ଡିସେମ୍ବର ୧୫ ତାରିଖରେ ଭାରତରେ ପହଞ୍ଚିବ। ଅଧିକାରୀ ଜଣଙ୍କ ସୂଚନା ଦେଇଛନ୍ତି ଯେ ଏହି ବିମାନ ଭାରତୀୟ ବାୟୁସେନାର ରାଫେଲ ସ୍କ୍ୱାଡ୍ରନ୍ ପାଇଁ India-Specific Enhancements ଉନ୍ନତି ପାଇଁ ବିକାଶିତ କରାଯାଇଛି।

ଫ୍ରାନ୍ସ ପାଖରୁ ୩୬ ରାଫେଲ ବିମାନ ଆଣିବା ପାଇଁ ପ୍ରାୟ ୬୦ ହଜାର କୋଟି ଟଙ୍କାର ଏକ ଚୁକ୍ତି ଭାରତ-ଫ୍ରାନ୍ସ ମଧ୍ୟରେ ହୋଇଥିଲା। ଏହା ମଧ୍ୟରୁ ୩୫ ବିମାନ ଭାରତରେ ଆସି ପହଞ୍ଚିସାରିଛି। ଅନ୍ୟପଟେ ଶେଷ ରାଫେଲ ଯୁଦ୍ଧ ବିମାନ ଆସନ୍ତା ଡିସେମ୍ବର ୧୫ ତାରିଖରେ ଭାରତରେ ଆସି ପହଞ୍ଚିବ। ମିଳି ସାରିଥିବା ୩୫ ବିମାନକୁ ହରିୟାଣାର ଅମ୍ବାଲା ଏବଂ ପଶ୍ଚିମବଙ୍ଗର ହାସିମାରା ବାୟୁସେନା ଘାଟିରେ ମୁତୟନ କରାଯାଇଛି। ଏହି ସମୟରେ ଭାରତୀୟ ବାୟୁସେନା ମଧ୍ୟ ଯୁଦ୍ଧ ବିମାନର ସର୍ବୋଚ୍ଚ ମାନରେ ନବୀକରଣ କାର୍ଯ୍ୟ କରିବା ଆରମ୍ଭ କରିଛି। ସମସ୍ତ ବିମାନ India-specific enhancements ସହିତ ସଜ୍ଜିତ ହୋଇଛି।

Also Read: ଅମ୍ବାଲାରୁ ବାୟୁସେନା ଉଡାଇଲା ରାଫେଲ, ଏଣିକି ଶତ୍ରୁପକ୍ଷଙ୍କୁ ମିଳିବ ନାହିଁ ନିସ୍ତାର

ରାଫେଲ ହେଉଛି ୪.୫ ପିଢିର ଯୁଦ୍ଧ ବିମାନ। ଏହି ବିମାନ ସହାୟତାରେ ଭାରତୀୟ ବାୟୁସେନା ଭାରତୀୟ ଉପମହାଦେଶର ଆକାଶରେ ନିଜର ଦବଦବା ଜାହିର କରିବାରେ ସାହାଯ୍ୟ କରିଛି। ଚୀନ୍ ସହ ତିକ୍ତତା ଚରମ ସୀମାରେ ପହଞ୍ଚିଥିବା ବେଳେ ରାଫେଲ ଯୁଦ୍ଧ ବିମାନକୁ ଭାରତୀୟ ବାୟୁସେନାରେ ଅନ୍ତର୍ଭୂକ୍ତ କରାଯାଇଥିଲା। ଭାରତରେ ପହଞ୍ଚିବାର ପ୍ରାୟ ଏକ ସପ୍ତାହ ମଧ୍ୟରେ ଏହି ବିମାନ ଲଦାଖ ଅଞ୍ଚଳରେ ଏହାର କାର୍ଯ୍ୟ ଆରମ୍ଭ କରି ଦେଇଥିଲା।

ଏହି ସମୟରେ ଭାରତୀୟ ବାୟୁ ସେନା ମୁଖ୍ୟ ଏୟାର ଚିଫ୍ ମାର୍ଶଲ ଭି.ଆର ଚୌଧୁରୀ ସୋମବାର (ନଭେମ୍ବର ୭) ତାଙ୍କ ଫ୍ରାନ୍ସ ପ୍ରତିପକ୍ଷ ଜେନେରାଲ ଷ୍ଟିଫେନ୍ ମିଲଙ୍କ ସହ ବ୍ୟାପକ ଆଲୋଚନା କରିଛନ୍ତି। ଉଭୟ ଭାରତ-ଫ୍ରାନ୍ସ ବାୟୁସେନା ମୁଖ୍ୟଙ୍କ ଆଲୋଚନାରେ ଭୌଗୋଳିକ ବିକାଶର ପୃଷ୍ଠଭୂମିରେ ଦ୍ୱିପାକ୍ଷିକ ସାମରିକ ସହଯୋଗ ବୃଦ୍ଧି କରିବାର ଉପାୟ ଉପରେ ଧ୍ୟାନ ଦେଇଥିଲେ। ଅନ୍ୟପଟେ ଫ୍ରାନ୍ସ ସାମରିକ ଅଧିକାରୀଙ୍କ ଏକ ଦଳ ଭାରତ ଗସ୍ତରେ ଅଛନ୍ତି।

Also Read: ସେପ୍ଟମ୍ବର ୧୦ରୁ ରାଫେଲ ଉଡାଇବ IAF, ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ମିଳିଲା ନିମନ୍ତ୍ରଣ

ଭାରତୀୟ ବାୟୁସେନା ଟ୍ୱିଟ କରି କହିଛନ୍ତି, ଫ୍ରାନ୍ସ ବାୟୁସେନା ଏବଂ ମହାକାଶ ବାହିନୀ ମୁଖ୍ୟ ଜେନେରାଲ ଷ୍ଟିଫେନ ମିଲ ସୋମବାର ନୂଆଦିଲ୍ଲୀସ୍ଥିତ ବାୟୁସେନା ମୁଖ୍ୟାଳୟ ଠାରେ ଏୟାର ଚିଫ୍ ମାର୍ଶଲ ଭି.ଆର ଚୌଧୁରୀଙ୍କୁ ଭେଟିଛନ୍ତି। ଦ୍ୱିପାକ୍ଷିକ ସମ୍ପର୍କକୁ ବଢାଇବା ଏବଂ ପାରସ୍ପରିକ ହିତ କ୍ଷେତ୍ରରେ ସହଯୋଗକୁ ମଜବୁତ କରିବାର ଉପାୟ ଏବଂ ମାଧ୍ୟମ ଉପରେ ଦୁଇ ଦେଶର ସେନା ମୁଖ୍ୟ ଆଲୋଚନା କରିଛନ୍ତି।