ନୂଆଦିଲ୍ଲୀ: ଅଣ-ଲାଭ ଗୋଷ୍ଠୀ ଅକ୍ସଫେମ୍ (Oxfam) ଜାନୁଆରୀ ୨୫ରେ ଏକ ରିପୋର୍ଟରେ କହିଛି ଯେ, କୋରୋନା ଭୂତାଣୁ ମହାମାରୀ ଭାରତର ବିଲିନିୟର୍ସ ଓ ଅନସ୍କିଲ୍ଡ ଶ୍ରମିକଙ୍କ ମଧ୍ୟରେ ଆୟର ପାର୍ଥକ୍ୟ ବୃଦ୍ଧି କରିଛି । ଅକ୍ସଫାମ (Oxfam)  ଏହି ରିପୋର୍ଟକୁ ସ୍ୱିଜରଲ୍ୟାଣ୍ଡର ଦାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ ସମ୍ମୁଖରେ ଉପସ୍ଥାପନ କରିଥିଲା ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ଖୁବ୍ ଶୀଘ୍ର କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କୁ ମିଳିବ ବର୍ଦ୍ଧତ ମହଙ୍ଗା ଭତ୍ତା!


ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ଅକ୍ସଫାମ୍ ରିପୋର୍ଟରେ କୁହାଯାଇଛି, "ଭାରତରେ ୧୦୦ ଟପ୍ ବିଲିୟନର୍ସଙ୍କ ସମ୍ପତ୍ତିରେ ଗତ ବର୍ଷ ମାର୍ଚ୍ଚରୁ ବର୍ତ୍ତମାନ ଯାଏ ୧୨,୯୭,୮୨୨  କୋଟି ଟଙ୍କା ବୃଦ୍ଧି ହୋଇଛି, ଯାହା ୧୩.୮ କୋଟି ସବୁଠାରୁ ଗରିବ ଭାରତୀୟଙ୍କୁ ୯୪,୦୪୫ ଟଙ୍କା ଚେକ୍ ଦେବା ପାଇଁ ଯଥେଷ୍ଟ ।"


NDTV ଅନୁଯାୟୀ, 'ଅସମାନତା ଭାଇରସ୍' (The Inequality Virus) ନାମକ ଏହି ରିପୋର୍ଟରେ ଆକଳନ କରାଯାଇଛି ଯେ ଲକଡାଉନରେ ଦେଶର ବିଲିନୟର୍ସଙ୍କ ସମ୍ପତ୍ତି ପ୍ରାୟ ୩୫ ପ୍ରତିଶତ ବୃଦ୍ଧି ପାଇଛି । ରିପୋର୍ଟରେ କୁହାଯାଇଛି ଯେ ଏହି ସମୟ ମଧ୍ୟରେ ଦେଶର ୮୪ ପ୍ରତିଶତ ପରିବାର ବିଭିନ୍ନ ଉପାୟରେ ଆୟ ହରାଇଛନ୍ତି ।


ଅଧିକ ପଢ଼ନ୍ତୁ:-ଭାରତରେ ଶତକ ମୁହାଁ ପେଟ୍ରୋଲ ଦର, କିନ୍ତୁ ପାକିସ୍ତାନରେ କାହିଁକି ଏତେ ଶସ୍ତା?


ରିପୋର୍ଟରେ କୁହାଯାଇଛି ଯେ, ଅମ୍ବାନୀ ସେକେଣ୍ଡରେ ଯେତିକି ରୋଜଗାର କରନ୍ତି, ଜଣେ ଅଣକୌଶଳ ଶ୍ରମିକଙ୍କୁ ରୋଜଗାର କରିବାକୁ ୩ ବର୍ଷ ଲାଗିବ । ଏପ୍ରିଲ ୨୦୨୦ ରେ କେବଳ ୧.୭ ଲକ୍ଷ ଲୋକ ଚାକିରି ହରାଇଛନ୍ତି । ଏହା ମଧ୍ୟରେ ଅଗଷ୍ଟ ୨୦୨୦ରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କୁ ବିଶ୍ୱର ଚତୁର୍ଥ ଧନୀ ବ୍ୟକ୍ତି ଘୋଷିତ କରାଯାଇଥିଲା ।


ଅକ୍ସଫାମ ଏହାର ରିପୋର୍ଟରେ କହିଛି ଯେ, "ଦେଶରେ ବଢୁଥିବା ଅସମାନତା ତୀବ୍ର ହେବାରେ ଲାଗିଛି...ମହାମାରୀ ସମୟରେ ଅମ୍ୱାନୀ ଗୋଟିଏ ଘଣ୍ଟାରେ ଯେତିକି ଆୟ କରିଛନ୍ତି, ସେତିକି ଆୟ କରିବା ପାଇଁ ଜଣେ ଅଣକୌଶଳ ଶ୍ରମିକଙ୍କୁ ୧୦,୦୦୦ ବର୍ଷ ଲାଗିଯିବ । ଆଉ ଯେତିକି ଏକ ସେକେଣ୍ଡରେ ଆୟ କରିଛନ୍ତି, ସେତେକି ଆୟ କରିବାକୁ ଶ୍ରମିକଙ୍କୁ ତିନି ବର୍ଷ ଲାଗିବ ।"


ଅଧିକ ପଢ଼ନ୍ତୁ:-'ଦୁଧ୍ ମାଙ୍ଗୋଗେ ତ କ୍ଷୀର୍ ଦେଙ୍ଗେ, ବଙ୍ଗାଲ୍ ଚାହୋଗେ ତ ଚିର୍ ଦେଙ୍ଗେ'


ରିପୋର୍ଟରେ କୁହାଯାଇଛି ଯେ, ମାର୍ଚ୍ଚ ୧୮ ଓ ଡିସେମ୍ବର ୩୧, ୨୦୨୦ ମଧ୍ୟରେ ବିଶ୍ୱରେ ବିଲିୟନର୍ସଙ୍କ ସମ୍ପତ୍ତି ୩.୯ ଟ୍ରିଲିୟନ ଡଲାରରେ ବୃଦ୍ଧି ପାଇଛି । ଏଥି ସହିତ ଅନୁମାନ କରାଯାଉଛି ଯେ ଦାରିଦ୍ରରେ ଜୀବନ ବିତାଉଥିବା ଲୋକଙ୍କ ସଂଖ୍ୟା ୨୦୦ରୁ ୫୦୦ ମିଲିୟନକୁ ବୃଦ୍ଧି ପାଇଛି ।


ଏନଡିଟିଭି ଅନୁଯାୟୀ, ଅକ୍ସଫାମ କହିଛି ଯେ ମହାମାରୀ ଆରମ୍ଭରୁ ଦୁନିଆର ୧୦ ଜଣ ଧନୀ ବ୍ୟକ୍ତିଙ୍କ ସମ୍ପତ୍ତିରେ ଯେଉ ବୃଦ୍ଧି ହୋଇଛି, ତାହା 'ଭାଇରସ' କାରଣରୁ ପୃଥିବୀର ଯେକୌଣସି ବ୍ୟକ୍ତିଙ୍କୁ ଗରିବ ହେବାକୁ ରୋକିବା ଓ କୋରୋନା ଟିକାର ମୂଲ୍ୟ ଦେବାକୁ ଯଥେଷ୍ଟ ।