Oldest Railway Station in India: ଦେଶର ଜୀବନ ରେଖା ଭାବେ ଜଣାଶୁଣା ଭାରତୀୟ ରେଳବାଇ। କାରଣ ଦେଶର କୋଣ ଅନୁକୋଣକୁ ପରସ୍ପର ସହ ଯୋଡ଼ିଥାଏ ରେଳବାଇ। ଭାରତ ବର୍ଷରେ ରେଳସେବା ଆରମ୍ଭ ହେବାର ଇତିହାସ ବହୁ ପୁରୁଣା। ଆଜକୁ ପ୍ରାୟ ୧୮୫ ବର୍ଷ ପୂର୍ବେ ଦେଶରେ ଆରମ୍ଭ ହୋଇଥିଲା ରେଳସେବା। ଇଂରେଜ ସରକାରଙ୍କ ଅମଳରେ ଭାରତ ମାଟିରେ ଗଡ଼ିଥିଲା ରେଳଗାଡ଼ି। କ'ଣ ଆପଣ ଜାଣିଛନ୍ତି ଦେଶରେ ସର୍ବପ୍ରଥମେ କେଉଠାରେ ରେଳଷ୍ଟେସନ ନିର୍ମାଣ କରାଯାଇଥିଲା। ଯାହାକୁ ବ୍ୟବହାର କରି ପ୍ରତିଦିନ କୋଟି କୋଟି ଭାରତୀୟ ରେଳଯାତ୍ରା କରିଥାନ୍ତି।


COMMERCIAL BREAK
SCROLL TO CONTINUE READING

ଇଂରେଜ ସରକାରଙ୍କ ଅମଳରେ ଦେଶରେ ହାତଗଣତି ରେଳ ଷ୍ଟେସନ ରହିଥିଲା। ଭାରତ ବର୍ଷରେ ଏପରି ଅନେକ ରେଳ ଷ୍ଟେସନ ଅଛି ଯାହାର ନିର୍ମାଣ ଇଂରେଜ ସରକାରଙ୍କ ଶାସନ କାଳରେ ନିର୍ମାଣ କରାଯାଇଥିଲା। ଆଜିର ଦିନରେ ମଧ୍ୟ ଏହି ରେଳ ଷ୍ଟେସନ ସହ ଅନେକ ଇତିହାସ ଜଡ଼ିତ ରହିଛି। ଏହାର ଇତିହାସ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ସମସ୍ତ ଐତହାସିକ ରେଳ ଷ୍ଟେସନ ଦେଶର ବିଭିନ୍ନ ଭାଗରେ ରହିଛି। 


ବାରୋଗ ରେଳ ଷ୍ଟେସନ
ହିମାଚଳ ପ୍ରଦେଶର ପାର୍ବତ୍ୟାଞ୍ଚଳରେ ଅବସ୍ଥିତ ଏକ ଛୋଟ ରେଳ ଷ୍ଟେସନ ହେଉଛି ବାରୋଗ ରେଳ ଷ୍ଟେସନ। ଯାହା କାଲକା-ଶିମଲା ରେଳ ମାର୍ଗରେ ଅବସ୍ଥିତ। ଏହି ରେଳ ଷ୍ଟେସନ ମିଳିତ ଜାତିସଂଘ ଅଧିନସ୍ଥ ୟୁନେସ୍କୋ ଦ୍ୱାରା ବିଶ୍ୱ ଐତିହ୍ୟ ସ୍ଥଳର ମାନ୍ୟତା ପାଇଛି। ଏହି ରେଳ ଷ୍ଟେସନ କର୍ଣ୍ଣେଲ ବାରୋଗଙ୍କ ନାମରେ ନାମିତ ହୋଇଥିଲା। ଯାହାର ଉଦଘାଟନ ୧୯୩୦ ମସିହାରେ ହୋଇଥିଲା।


ପୁରୁଣା ଦିଲ୍ଲୀ ରେଳ ଷ୍ଟେସନ 
ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଅବସ୍ଥିତ ପୁରୁଣା ଦିଲ୍ଲୀ ରେଳ ଷ୍ଟେସନ ୧୮୬୪ ମସିହାରେ ଉଦଘାଟିତ ହୋଇଥିଲା। ୧୯୦୩ ମସିହାରେ ଏହାର ରୂପରେଖରେ କିଛି ପରିବର୍ତ୍ତନ କରାଯାଇଥିଲା। ଯାହା ଦିଲ୍ଲୀ ଚାନ୍ଦିନୀଚୌକ୍  ଅଞ୍ଚଳରେ ଅବସ୍ଥିତ। ଏହି ରେଳ ଷ୍ଟେସନ ଗଠନ ଲାଲକିଲ୍ଲା ଦୁର୍ଗରୁ ଅନୁପ୍ରାଣିତ ହୋଇଛି। ଆଜି ମଧ୍ୟ ଏହି ରେଳ ଷ୍ଟେସନ ବ୍ୟବହାର କରି ୨ ଲକ୍ଷରୁ ଅଧିକ ଲୋକ ଯାତ୍ରା କରିଥାନ୍ତି।


ହାୱାଡ଼ା ଜଙ୍କସନ
ହାୱାଡ଼ା ଜଙ୍କସନ ଭାରତ ବର୍ଷର ସର୍ବ ପୁରାତନ ରେଳ ଷ୍ଟେସନ ମଧ୍ୟରୁ ଅନ୍ୟତମ। ଯାହାର ସଞ୍ଚାଳନ ୧୮୫୪ ମସିହାରେ ଆରମ୍ଭ ହୋଇଥିଲା। ଏହା ହେଉଛି ସବୁଠାରୁ ବ୍ୟସ୍ତବହୁଳ ରେଳ ଷ୍ଟେସନ। ଯେଉଁଠାରେ ୧ କିମ୍ବା ୨ ନୁହେଁ ୨୩ ରେଳ ପ୍ଲାଟଫର୍ମ ରହିଛି। ଏହି ରେଳ ଷ୍ଟେସନ ବ୍ୟବହାର କରି ୨ ଲକ୍ଷରୁ ଅଧିକ ଲୋକ ଯାତ୍ରା କରିଥାନ୍ତି।


ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍ 
ଦେଶର ସର୍ବ ପୁରାତନ ରେଳ ଷ୍ଟେସନ ବିଷୟରେ କହିବାକୁ ଗଲେ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାସ୍ ହେଉଛି ସର୍ବ ପୁରାତନ। ୧୮୫୩ ମସିହାରେ ଏହି ରେଳ ଷ୍ଟେସନ କାର୍ଯ୍ୟକ୍ଷମ ହୋଇଥିଲା। ଏତିହାସିକ ବମ୍ବେ ପ୍ରଦେଶରେ ଅବସ୍ଥିତ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାସ୍ ରେଳ ଷ୍ଟେସନ ପୂର୍ବରୁ ଭିକ୍ଟୋରିଆ ଟର୍ମିନାସ୍ ଭାବରେ ଜଣାଶୁଣା ଥିଲା।। ବମ୍ବେ ସହର ମୁମ୍ବାଇ ନାମରେ ନାମିତ ହେବା ପରେ ଭିକ୍ଟୋରିଆ ଟର୍ମିନାସ୍ ରେଳ ଷ୍ଟେସନ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାସ୍ ରେଳ ଷ୍ଟେସନ ନାମରେ ନାମିତ ହୋଇଥିଲା। ଏହି ରେଳ ଷ୍ଟେସନ ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ ହୋଇଛି। 


ଲକ୍ଷ୍ନୌ ଚାରବାଗ ରେଳ ଷ୍ଟେସନ
୧୯୧୪ ମସିହାରେ ଲକ୍ଷ୍ନୌ ଚାରବାଗ ରେଳ ଷ୍ଟେସନ କାର୍ଯ୍ୟକ୍ଷମ ହୋଇଥିଲା। ଏହି ରେଳ ଷ୍ଟେସନ ପୁରୁଣା ସମୟର କୋଠା ଘର ଆକାରରେ ନିର୍ମିତ ହୋଇଛି। ଏଠାରେ ରାଜଧାନୀ ଏବଂ ମୋଗଲ ସ୍ଥାପତ୍ୟର ମିଶ୍ରଣ ରହିଛି। ଏକ ରିପୋର୍ଟ ଅନୁଯାୟୀ ୧୯୧୬ ମସିହାରେ ଜବାହରଲାଲ ନେହେରୁ ପ୍ରଥମ ଥର ପାଇଁ ମହାତ୍ମା ଗାନ୍ଧୀଙ୍କୁ ଭେଟିଥିଲେ। ୯ ପ୍ଲାଟଫର୍ମ ସହିତ ଉତ୍ତର ଭାରତର ସବୁଠାରୁ ବ୍ୟସ୍ତବହୁଳ ରେଳ ଷ୍ଟେସନ ଭାବରେ ଜଣାଶୁଣା ଲକ୍ଷ୍ନୌ ଚାରବାଗ।