ରେଲୱେ ବାତିଲ କଲା ୨୪୪ ଟ୍ରେନ୍, ଯାତ୍ରା କରିବା ପୂର୍ବରୁ ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା
Indian Railways Train Canceled List: ବାତିଲ, ରିଶେଡ୍ୟୁଲ ଏବଂ ଟ୍ରେନ୍ ଡାଇଭର୍ଟ ପଛରେ ଅନେକ କାରଣ ଅଛି । ରେଳ ଟ୍ରାକ୍ ମରାମତି ଯୋଗୁଁ ବେଳେବେଳେ ଟ୍ରେନ୍ ବାତିଲ୍ କରିବାକୁ ପଡେ ତ ବେଳେବେଳେ ପ୍ରବଳ ବର୍ଷା, କୁହୁଡ଼ି, ଝଡ଼ ଇତ୍ୟାଦି ଖରାପ ପାଗ ଯୋଗୁଁ ଟ୍ରେନ ବାତିଲ ହୋଇପାରେ ।
ନୂଆଦିଲ୍ଲୀ: Indian Railways Train Canceled List: ଦେଶରେ ହୁଏତ ଏପରି କୌଣସି ବ୍ୟକ୍ତି ନାହାଁନ୍ତି ଯିଏ ଟ୍ରେନରେ ଯାତ୍ରା କରିନାହାଁନ୍ତି । ରେଳବାଇ (Indian Railways) ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ମନେ କରାଯାଏ । ପ୍ରତି ମାସରେ କୋଟି କୋଟି ଲୋକ ଟ୍ରେନ (Train) ମାଧ୍ୟମରେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଥାଏ । ଅନେକ ଥର ଟ୍ରେନରେ ସଂରକ୍ଷଣ ପାଇବା ପାଇଁ ଲୋକଙ୍କୁ ବହୁତ ପରିଶ୍ରମ କରିବାକୁ ପଡେ । ଲୋକମାନେ ମାସେ ପୂର୍ବରୁ ଯେକୌଣସି ସ୍ଥାନକୁ ଯିବାକୁ ଯୋଜନା କରନ୍ତି ।
ଏଭଳି ପରିସ୍ଥିତିରେ, ଯଦି ସେମାନେ ସଂରକ୍ଷଣ (Railway Reservation) ନ ପାଆନ୍ତି ତେବେ ଅନେକ ଥର ସେମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଏପରି ପରିସ୍ଥିତିରେ ଯଦି ଟ୍ରେନ୍ ବାତିଲ୍ ହୁଏ ତେବେ ଏହା ବଡ଼ ଅସୁବିଧାର କାରଣ ହୋଇପାରେ । ଆଜି ରେଳବାଇ ଅନେକ ଟ୍ରେନ୍ ବାତିଲ (Cancel Train List of 4 March 2022) କରିବା ସହ ରିଶେଡ୍ୟୁଲ ଏବଂ ଡାଇଭର୍ଟ (Diverted Train on 4 march 2022) କରିବାକୁ ନିଷ୍ପତ୍ତି ନେଇଛି । ତେଣୁ ଯଦି ଆପଣ ଆଜି ଟ୍ରେନରେ ଯାତ୍ରା କରିବାକୁ ଯାଉଛନ୍ତି, ତେବେ ପ୍ରଥମେ ଆପଣଙ୍କର ଟ୍ରେନ୍ ବାତିଲ ହୋଇଛି କି ନାହିଁ ତାହା ଜାଣି ନିଅନ୍ତୁ ।
ବାତିଲ, ରିଶେଡ୍ୟୁଲ ଏବଂ ଟ୍ରେନ୍ ଡାଇଭର୍ଟ ପଛରେ ଅନେକ କାରଣ ଅଛି । ରେଳ ଟ୍ରାକ୍ ମରାମତି ଯୋଗୁଁ ବେଳେବେଳେ ଟ୍ରେନ୍ ବାତିଲ୍ କରିବାକୁ ପଡେ ତ ବେଳେବେଳେ ପ୍ରବଳ ବର୍ଷା, କୁହୁଡ଼ି, ଝଡ଼ ଇତ୍ୟାଦି ଖରାପ ପାଗ ଯୋଗୁଁ ଟ୍ରେନ ବାତିଲ ହୋଇପାରେ ।
ଆଜି ବିଭିନ୍ନ କାରଣରୁ ରେଳବାଇ ଅନେକ ଟ୍ରେନକୁ ବାତିଲ, ରିଶେଡ୍ୟୁଲ ଏବଂ ଟ୍ରେନ୍ ଡାଇଭର୍ଟ କରିଛି । ଆଜି ସମୁଦାୟ ୨୪୪ ଟ୍ରେନ୍ ବାତିଲ ହୋଇଛି । ଏଥି ସହିତ ୪ଟି ଟ୍ରେନକୁ ରିଶେଡ୍ୟୁଲ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ବ୍ୟତୀତ ୧୪ଟି ଟ୍ରେନର ମାର୍ଗ ପରିବର୍ତ୍ତନ କରି ସେଗୁଡ଼ିକୁ ଡାଇଭର୍ଟ ପାଇଁ ନିଷ୍ପତ୍ତି ନିଆଯାଇଛି ।
ଏହା ବି ପଢ଼ନ୍ତୁ:-ଯୁଦ୍ଧ କ୍ଷେତ୍ର କୀଭରୁ ଆସୁଥିବା ସମୟରେ ଜଣେ ଭାରତୀୟ ଛାତ୍ରଙ୍କୁ ଲାଗିଲା ଗୁଳି
ଏହା ବି ପଢ଼ନ୍ତୁ:-ପୁଟିନଙ୍କ ଚିନ୍ତା ବଢ଼ାଇଲା ଆମେରିକା! ଋଷକୁ ଆଉ ଏକ ବଡ଼ ଝଟକା ଦେଲେ ବାଇଡେନ
ଏହା ବି ପଢ଼ନ୍ତୁ:-ବିହାରରେ ଏକାଧିକ ବୋମା ବିସ୍ଫୋରଣ: ୭ ମୃତ, ୧୨ରୁ ଉର୍ଦ୍ଧ୍ୱ ଗୁରୁତର
ଏହି ୱେବ୍ ସାଇଟରେ ମିଳିବ ସୂଚନା
ଏଠାରେ କହି ରଖୁଛୁ ଯେ, ରେଲୱେ ଆଜି ଅର୍ଥାତ ଫେବୃଆରୀ ୨ରେ ବାତିଲ ହୋଇଥିବା ଟ୍ରେନଗୁଡିକ ବିଷୟରେ ନିଜର ଅଫିସିଆଲ୍ ୱେବସାଇଟରେ ସୂଚନା ଦେଇଛି । ଯଦି ଆପଣ ମଧ୍ୟ ଏହି ତାଲିକା ଦେଖିବାକୁ ଚାହାଁନ୍ତି, ତେବେ ଆପଣ ୱେବସାଇଟ୍ https://enquiry.indianrail.gov.in/mntes କିମ୍ବା NTES ଆପ୍ ସାହାଯ୍ୟ ନେଇପାରିବେ, ଯେଉଁଠାରେ ଆପଣ ଟ୍ରେନ୍ ନମ୍ବର ପ୍ରବେଶ କରି ଟ୍ରେନ୍ ବିଷୟରେ ସମ୍ପୂର୍ଣ୍ଣ ସୂଚନା ପାଇପାରିବେ । ଏହା ବ୍ୟତୀତ, ଆପଣ ଏଠାରେ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ବାତିଲ ହୋଇଥିବା ଟ୍ରେନର ତାଲିକା ମଧ୍ୟ ଦେଖିପାରିବେ ।
ଏହିପରି ଦେଖନ୍ତୁ ଆପଣଙ୍କର ଟ୍ରେନ୍ ସ୍ଥିତି
ଭାରତୀୟ ରେଳବାଇ ଦ୍ୱାରା ବାତିଲ ହୋଇଥିବା ଟ୍ରେନର ତାଲିକା ଦେଖିବାକୁ, ଆପଣଙ୍କୁ ପ୍ରଥମେ enquiry.indianrail.gov.in/mntes/ କୁ ଯିବାକୁ ପଡିବ । ତା’ପରେ ସେଠାରେ ଆପଣ ସ୍କ୍ରିନର ଡାହାଣ ପାର୍ଶ୍ୱରେ ଥିବା ଉପର ପ୍ୟାନେଲରେ Exceptional Trains ଲେଖା ଦେଖିବେ, ଏଥିରେ କ୍ଲିକ୍ କରନ୍ତୁ । ଆପଣ ଏହା ଉପରେ କ୍ଲିକ୍ କରିବା ମାତ୍ରେ ଆପଣଙ୍କୁ ଅନେକ ବିକଳ୍ପ ଦେଖିବାକୁ ମିଳିବ, ସେଥିମଧ୍ୟରୁ ଗୋଟିଏ ବାତିଲ ହୋଇଥିବା ଟ୍ରେନ୍ ପାଇଁ ହେବ । ଯଦି ଆପଣ ବାତିଲ ହୋଇଥିବା ଟ୍ରେନର ତାଲିକା ଦେଖିବାକୁ ଚାହାଁନ୍ତି, ତେବେ ଏଥିରେ କ୍ଲିକ୍ କରନ୍ତୁ । ଏହା ପରେ ବାତିଲ, ପୁନଃନିର୍ଦ୍ଧାରିତ ଏବଂ ଡାଇଭର୍ଟ ଟ୍ରେନର ତାଲିକା ଆପଣଙ୍କ ପରଦାରେ ଦେଖାଯିବ, ଯାହା ଦ୍ୱାରା ଆପଣ ଆପଣଙ୍କର ଆବଶ୍ୟକତା ଅନୁଯାୟୀ ସୂଚନା ପାଇପାରିବେ ।