ପୁଟିନଙ୍କ ଚିନ୍ତା ବଢ଼ାଇଲା ଆମେରିକା! ଋଷକୁ ଆଉ ଏକ ବଡ଼ ଝଟକା ଦେଲେ ବାଇଡେନ
Advertisement
Article Detail0/zeeodisha/odisha1114557

ପୁଟିନଙ୍କ ଚିନ୍ତା ବଢ଼ାଇଲା ଆମେରିକା! ଋଷକୁ ଆଉ ଏକ ବଡ଼ ଝଟକା ଦେଲେ ବାଇଡେନ

Russia-Ukraine War, US Sanctions on Russia: ହ୍ୱାଇଟ ହାଉସ (White House) କହିଛି ଯେ ନିକୋଲାଇ ଟୋକାରେଭ, ସର୍ଗେଇ ଚେମେଜୋଭ, ୟେଭେଗେନି ପ୍ରିଗୋଜିନ୍ ଏବଂ ଆଲିଶର ଉସମାନୋଭଙ୍କ ଉପରେ ମଧ୍ୟ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇଛି । ହ୍ୱାଇଟ ହାଉସ କହିଛି ଯେ, "ଋଷର ୧୯ ଜଣ ବ୍ୟବସାୟୀ, ସେମାନଙ୍କ ୪୭ ଜଣ ପରିବାର ସଦସ୍ୟ ଏବଂ ଘନିଷ୍ଠ ସହଯୋଗୀଙ୍କ ଉପରେ ଭିସା ପ୍ରତିବନ୍ଧକ ଲଗାଯାଇଛି, କେତେକ ଋଷ ବ୍ୟବସାୟୀ, ସେମାନଙ୍କ ପରିବାର ସଦସ୍ୟ ଏବଂ ଘନିଷ୍ଠ ସହଯୋଗୀଙ୍କୁ ଭିସା ପ୍ରଦାନ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ବୈଦେଶିକ ବିଭାଗ ଏକ ନୂତନ ଭିସା ପ୍ରତିବନ୍ଧକ ନୀତି ଘୋଷଣା କରୁଛି ।"

ପୁଟିନଙ୍କ ଚିନ୍ତା ବଢ଼ାଇଲା ଆମେରିକା! ଋଷକୁ ଆଉ ଏକ ବଡ଼ ଝଟକା ଦେଲେ ବାଇଡେନ

ନୂଆଦିଲ୍ଲୀ: Russia-Ukraine War, US Sanctions on Russia: ଆମେରିକାର ବାଇଡେନ ପ୍ରଶାସନ (Biden Administration) ଗୁରୁବାର ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Russian President Vladimir Putin) ଙ୍କ ନିକଟବର୍ତ୍ତୀ କିଛି ଲୋକଙ୍କ ଉପରେ ନୂଆ କଟକଣା ଘୋଷଣା କରିଛି । ନୂତନ ପ୍ରତିବନ୍ଧକ ଅନୁଯାୟୀ ପୁଟିନଙ୍କ ପ୍ରେସ ସଚିବ ଡିମିଟ୍ରି ପେସ୍କୋଭ (Dmitry Peskov) ଓ ଋଷର ବଡ଼ ଶିଳ୍ପପତି ଆଲିଶର ବୁରହାନୋଭିଚ (Alisher Burhanovich) ଏବଂ ପୁଟିନଙ୍କ ଅନ୍ୟ ଜଣେ ଘନିଷ୍ଠ ବନ୍ଧୁଙ୍କୁ ଟାର୍ଗେଟ କରାଯାଇଛି । ଆମେରିକାର ବୈଦେଶିକ ବିଭାଗ (US State Department) ଏହା ମଧ୍ୟ ଘୋଷଣା କରିଛି ଯେ ଋଷର ୧୯ ଜଣ ବ୍ୟବସାୟୀ (Russian Businessmen) ଓ ସେମାନଙ୍କ ପରିବାର ଏବଂ ସମ୍ପର୍କୀୟଙ୍କ ଉପରେ ଭିସା ପ୍ରତିବନ୍ଧକ ଲାଗୁ କରାଯାଇଛି ।

ଏଥି ସହିତ ହ୍ୱାଇଟ ହାଉସ ଏକ ପ୍ରେସ ବିଜ୍ଞପ୍ତିରେ କହିଛି ଯେ, ବୋରିସ ରୋଟେନବର୍ଗ (Boris Rotenberg) (ତାଙ୍କ ପତ୍ନୀ କରୀନା, ତାଙ୍କ ପୁଅ ରୋମାନ ଏବଂ ବୋରିସ), ଆରକେଡି ରୋଟେନବର୍ଗ (ତାଙ୍କ ପୁଅ ପାଭେଲ, ଇଗୋର ଏବଂ ଝିଅ ଲିଲିୟା), ଇଗୋର ଶୁଭାଲୋଭ (ତାଙ୍କର ପାଞ୍ଚଟି କମ୍ପାନୀ, ତାଙ୍କର ପତ୍ନୀ ଓଲଗା, ତାଙ୍କ ପୁଅ ଇଭେଜେନି ଓ ତାଙ୍କ କମ୍ପାନୀ ଏବଂ ଜେଟ, ଏବଂ ତାଙ୍କ ଝିଅ ମାରିଆ ଓ ତାଙ୍କ କମ୍ପାନୀ), ରାଷ୍ଟ୍ରପତି ପୁଟିନଙ୍କ ପ୍ରେସ ସେକ୍ରେଟାରୀ ଡିମିଟ୍ରି ପେସ୍କୋଭ (Putin's press secretary Dmitry Peskov) ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି ।

ହ୍ୱାଇଟ ହାଉସ (White House) କହିଛି ଯେ ନିକୋଲାଇ ଟୋକାରେଭ, ସର୍ଗେଇ ଚେମେଜୋଭ, ୟେଭେଗେନି ପ୍ରିଗୋଜିନ୍ ଏବଂ ଆଲିଶର ଉସମାନୋଭଙ୍କ ଉପରେ ମଧ୍ୟ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇଛି । ହ୍ୱାଇଟ ହାଉସ କହିଛି ଯେ, "ଋଷର ୧୯ ଜଣ ବ୍ୟବସାୟୀ, ସେମାନଙ୍କ ୪୭ ଜଣ ପରିବାର ସଦସ୍ୟ ଏବଂ ଘନିଷ୍ଠ ସହଯୋଗୀଙ୍କ ଉପରେ ଭିସା ପ୍ରତିବନ୍ଧକ ଲଗାଯାଇଛି, କେତେକ ଋଷ ବ୍ୟବସାୟୀ, ସେମାନଙ୍କ ପରିବାର ସଦସ୍ୟ ଏବଂ ଘନିଷ୍ଠ ସହଯୋଗୀଙ୍କୁ ଭିସା ପ୍ରଦାନ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ବୈଦେଶିକ ବିଭାଗ ଏକ ନୂତନ ଭିସା ପ୍ରତିବନ୍ଧକ ନୀତି ଘୋଷଣା କରୁଛି ।"

ଏହା ବି ପଢ଼ନ୍ତୁ:-ବିହାରରେ ଏକାଧିକ ବୋମା ବିସ୍ଫୋରଣ: ୭ ମୃତ, ୧୨ରୁ ଉର୍ଦ୍ଧ୍ୱ ଗୁରୁତର

ଏହା ବି ପଢ଼ନ୍ତୁ:-ଭାରତର ଏହି ଯୁଦ୍ଧ ବିମାନକୁ କ'ଣ ପାଇଁ ଡରନ୍ତି ଚୀନ ଓ ପାକ୍, ସ୍ପିଡରେ F-16 କୁ ଦେଇଥାଏ ମାତ୍, ଜାଣନ୍ତୁ ଏହାର ଅନ୍ୟାନ୍ୟ ବିଶେଷତା

ଏହା ବି ପଢ଼ନ୍ତୁ:-ଖୁସି ଖବର! ବଢ଼ିପାରେ ଅବସର ବୟସ ଓ ପେନସନ ରାଶି, ଜାଣନ୍ତୁ ମୋଦି ସରକାରଙ୍କ ଏହି ନୂଆ ଯୋଜନା ବିଷୟରେ

 

ବୟାନରେ କୁହାଯାଇଛି ଯେ, ଏହା (ଯେଉଁମାନଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଛି) ଋଷ (Russia) ର ଅସ୍ଥିର ବୈଦେଶିକ ନୀତିକୁ ସମର୍ଥନରେ ପ୍ରତ୍ୟକ୍ଷ, ଅଧିକୃତ, ଫଣ୍ଡ, ମହତ୍ତ୍ୱପୂର୍ଣ୍ଣ ସମର୍ଥନ ବା ଦୁର୍ଭାବନାପୂର୍ଣ୍ଣ ଗତିବିଧିକୁ ସମର୍ଥନ କରିବା ଜଣାଶୁଣା । ଏଥିରେ କୁହାଯାଇଛି ଯେ ଏହି ନୀତି ଅନୁଯାୟୀ ଏକ ପ୍ରାରମ୍ଭିକ କାର୍ଯ୍ୟାନୁଷ୍ଠାନରେ ଆମେ ୧୯ ବ୍ୟବସାୟୀ ଓ ୪୭ ପରିବାର ସଦସ୍ୟ ଏବଂ ଘନିଷ୍ଠ ସହଯୋଗୀଙ୍କ ଉପରେ ଭିସା ପ୍ରତିବନ୍ଧକ ଲଗାଇବାକୁ ପଦକ୍ଷେପ ନେଇଛୁ । ଏଠାରେ କହି ରଖୁଛୁ ଯେ, ଏହା ପୂର୍ବରୁ ଋଷ ଉପରେ ଆମେରିକା (US)ଅନେକ ପ୍ରତିବନ୍ଧକ ଲଗାଇସାରିଛି ।