ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର! ଅନେକ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ଘୋଷଣା କଲା ରେଲୱେ
05080 ଗୋରଖପୁର-ପାଟଲିପୁତ୍ର ସ୍ପେଶାଲ ମାର୍ଚ୍ଚ ୩୧ ଯାଏ ଗୋରଖପୁରରୁ ରାତି ୩:୩୫ ମିନିଟରେ ପ୍ରସ୍ଥାନ କରି ମଧ୍ୟାହ୍ନ ୧୨:୫୩ରେ ପାଟଲିପୁତ୍ରରେ ପହଞ୍ଚିବ ।
ନୂଆଦିଲ୍ଲୀ: ଭାରତୀୟ ରେଲୱେ (Indian Railways) ଲଗାତର ଯାତ୍ରୀଙ୍କ ସୁବିଧା ଓ ପରସ୍ଥିତିକୁ ଦେଖି ନୂତନ ସ୍ୱତନ୍ତ୍ର ଟ୍ରେନ୍ ସଂଖ୍ୟା ବୃଦ୍ଧି କରୁଛି । ଏହାସହ ବାତିଲ ହୋଇଥିବା ଅନେକ ଟ୍ରେନ୍ ମଧ୍ୟ ଧୀରେ ଧୀରେ ପୁଣି ଆରମ୍ଭ କରୁଛି । ଏହି କ୍ରମରେ ପୂର୍ବୋତ୍ତର ରେଲୱେ ଗୋରଖପୁରରୁ ପାଟଲିପୁତ୍ର ଏବଂ ଲକ୍ଷ୍ନୌରୁ ଚେନ୍ନାଇ ଯାଉଥିବା ଯାତ୍ରୀମାନଙ୍କ ପାଇଁ ଟ୍ରେନ୍ ଚଳାଇବାକୁ ଘୋଷଣା କରିଛି । ରେଳବାଇର ଏହି ନିଷ୍ପତ୍ତିରୁ ଯାତ୍ରୀଙ୍କୁ ଆଶ୍ୱସ୍ତି ମିଳିଛି । ଭାରତୀୟ ରେଲୱେ ଯାତ୍ରୀଙ୍କ ସୁବିଧା ପାଇଁ 05080/05079 ଗୋରଖପୁର-ପାଟଲିପୁତ୍ର-ଗୋରଖପୁର ସ୍ପେଶାଲ ଜାନୁୟାରୀ ୧୩ରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ପ୍ରତ୍ୟେକ ସୋମବାର, ବୁଧବାର, ଶୁକ୍ରବାର ଏବଂ ରବିବାର ସପ୍ତାହରେ ପାଞ୍ଚ ଦିନ ଚାଲିବ । ଏହି ସୂଚନା ରେଳ ପ୍ରଶାସନ ପକ୍ଷରୁ ଦିଆଯାଇଛି । IRCTC ୱେବସାଇଟ୍ (https://www.irctc.co.in/nget/train-search) କୁ ଯାଇ ଆପଣ ଟ୍ରେନ୍ ବୁକ୍ କରିପାରିବେ ।
ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆ ବ୍ରିସବେନରେ 'ବନ୍ଦୀ', ଖେଳାଳିଙ୍କୁ ସଫା କରିବାକୁ ପଡିବ ଶୌଚାଳୟ; ହସ୍ତକ୍ଷେପ କଲା ବିସିସିଆଇ
୧. 05080 ଗୋରଖପୁର-ପାଟଲିପୁତ୍ର ସ୍ପେଶାଲ ମାର୍ଚ୍ଚ ୩୧ ଯାଏ ଗୋରଖପୁରରୁ ରାତି ୩:୩୫ ମିନିଟରେ ପ୍ରସ୍ଥାନ କରି ମଧ୍ୟାହ୍ନ ୧୨:୫୩ରେ ପାଟଲିପୁତ୍ରରେ ପହଞ୍ଚିବ ।
୨. ଫେରିବା ସମୟରେ 05079 ପାଟଲିପୁତ୍ର-ଗୋରଖପୁର ସ୍ପେଶାଲ ମାର୍ଚ୍ଚ ୩୧ରେ ଅପରାହ୍ନ ୨.୫୫ ମିନିଟରେ ଛାଡି ଗୋରଖପୁରରେ ରାତି ୧୧.୫୦ ମିନିଟରେ ପହଞ୍ଚିବ । ଏହି ଟ୍ରେନରେ ସମୁଦାୟ ୨୩ଟି କୋଚ୍ ରହିବ । ଉତ୍ତର-ପୂର୍ବ ରେଳବାଇ ଏ ବିଷୟରେ ସୂଚନା ଦେଇଛି ।
ଅଧିକ ପଢ଼ନ୍ତୁ:-ଯଦି ଆପଣଙ୍କ ମୋବାଇଲ୍ ନମ୍ବର ଆଧାରରେ ହୋଇନାହିଁ ଲିଙ୍କ୍, ତେବେ ଅଟକି ଯିବ ଏହି କାମ
ଚେନ୍ନାଇ ସେଣ୍ଟ୍ରାଲ୍-ଲକ୍ଷ୍ନୌ ଜଂ ଦ୍ୱିସପ୍ତାହିକ ସ୍ପେଶାଲ୍
ଲକ୍ଷ୍ନୌରୁ ଚେନ୍ନାଇ ଯାଉଥିବା ଯାତ୍ରୀମାନଙ୍କ ପାଇଁ ରେଳ ପ୍ରଶାସନ ଜାନୁୟାରୀ ୧୨ରୁ ୩୦ ପର୍ଯ୍ୟନ୍ତ 06093 MGR ଚେନ୍ନାଇ ସେଣ୍ଟ୍ରାଲ୍-ଲକ୍ଷ୍ନୌ ଜଂ ଦ୍ୱିସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍ ତଥା 06094 ଲକ୍ଷ୍ନୌ ଜଂ-MGR ଚେନ୍ନାଇ ସେଣ୍ଟାଲ ଦ୍ୱି-ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍ ଜାନୁଆରୀ ୧୪ରୁ ଫେବୃଆରୀ ୧ ପର୍ଯ୍ୟନ୍ତ ଚଳାଇବାକୁ ନିଷ୍ପତ୍ତି ନେଇଛି ।
ଟ୍ରେନ୍ 06093 MGR ଚେନ୍ନାଇ ସେଣ୍ଟ୍ରାଲ୍ - ଲକ୍ଷ୍ନୌ ଜଂ ଦ୍ୱି-ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍ ଚେନ୍ନାଇ ସେଣ୍ଟ୍ରାଲରୁ ପ୍ରତି ମଙ୍ଗଳବାର ଏବଂ ଶନିବାର ସକାଳ ୫.୧୫ ମିନିଟରେ ପ୍ରସ୍ତାନ କରି ଲକ୍ଷ୍ନୌ ଜଂ ଦ୍ୱିତୀୟ ଦିନ ରାତି ୮.୨୦ ମିନିଟରେ ପହଞ୍ଚିବ ।
ଫେରିବା ସମୟରେ 06094 ଲକ୍ଷ୍ନୌ ଜଂ-MGR ଚେନ୍ନାଇ ସେଣ୍ଟ୍ରାଲ୍ ଦ୍ୱି-ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍ ଜାନୁୟାରୀ ୧୪ରୁ ଫେବୃଆରୀ ୧ ଯାଏ ପ୍ରତ୍ୟେକ ଗୁରୁବାର ଏବଂ ସୋମବାର ଲକ୍ଷ୍ନୌ ଜଂରୁ ଅପରାହ୍ନ ୪.୨୦ ମିନିଟରେ ଫେରି ତୃତୀୟ ଦିନରେ MGR ଚେନ୍ନାଇ ସେଣ୍ଟ୍ରାଲ ସକାଳ ୬.୫୦ ମିନିଟରେ ପହଞ୍ଚିବ ।
ଅଧିକ ପଢ଼ନ୍ତୁ:-ଖୁବ୍ ଶୀଘ୍ର କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କୁ ବଡ଼ ଉପହାର ଦେବେ ମୋଦି ସରକାର, ବଢ଼ିବ ମହଙ୍ଗା ଭତ୍ତା!
ଏହି ସ୍ୱତନ୍ତ୍ର ଟ୍ରେନ ମାର୍ଗରେ MGR ଚେନ୍ନାଇ ସେଣ୍ଟ୍ରାଲ୍, ସୁଲୁରପେଟା, ନୟାଦୁପେଟ୍ଟା, ଗୁଡୁର, ନେଲୋର, କଭାଲି, ସିଙ୍ଗାରାଇକୋଣ୍ଡା, ଅଙ୍ଗୋଲେ, ଚିରାଲା, ବାପାଟଲା, ନିଡୁବ୍ରୋଲୁ, ଟେନାଲି, ନୟା ଗୁଣ୍ଟୁର, ବିଜୟୱାଡା, ଏରୁପାଲେମ୍, ଖମ୍ମମ, ଡର୍ନାକାଲ, ମହମ୍ବୁବାଦ୍, କେସାମୁଦ୍ରାମ, ୱାରଙ୍ଗଲ, ଜାମିକୁଣ୍ଟା, ପେଡାପାଲି, ରାମଗୁଣ୍ଡମ୍, ମଞ୍ଚେରାଲ୍, ବେଲାମପାଲ୍ଲୀ, ସିରପୁର କାଗଜନଗର, ବାଲାରାଶା, ଚନ୍ଦ୍ରପୁର, ସେବାଗ୍ରାମ, ନାଗପୁର, ମୁଲଟାଇ, ଆମଲା, ବେତୁଲ, ଘୋଡଙ୍ଗ୍ରି, ଇଟାରସୀ, ଭୋପାଳ, ବିନା, ଲଲିତପୁର, ଝାନ୍ସୀ, ଓରାଇ, କାନପୁର ସେଣ୍ଟଲ ରେଲୱେ ଷ୍ଟେସନରେ ଅଟକିବ ।