ନୂଆଦିଲ୍ଲୀ: Indian Railways, IRCTC: କୋରୋନା ଭୂତାଣୁର ଦ୍ୱିତୀୟ ଲହର  (second wave of coronavirus) ପ୍ରକୋପ ବର୍ତ୍ତମାନ ଧୀରେ ଧୀରେ କମ୍ ହେବାରେ ଲାଗିଛି । ଯାହା ପରେ ଏବେ ଟ୍ରେନ୍ (Trains) ଟ୍ରାକରେ ଦୌଡ଼ିବା ଆରମ୍ଭ କରିଛି । ଉତ୍ତର ପଶ୍ଚିମ ରେଳବାଇ (North Western Railway) ନିୟମିତ ବଦଳରେ ସ୍ପେଶାଲ କରି ନୂତନ ଟ୍ରେନ୍ ଚଳାଉଛି । ଏହା ସହିତ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଜେନେରାଲ ଟିକେଟ ଉପରେ ଯାତ୍ରା କରିବାକୁ ନେଇ ପ୍ରତିବନ୍ଧକ ରହିଛି । କିନ୍ତୁ ଏହି ସମୟ ମଧ୍ୟରେ ରେଳ ଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର ଆସିଛି ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ଦେଶରେ ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ, ଆଖି ବୁଜିଲେ ୭୦୦ରୁ ଉର୍ଦ୍ଧ୍ୱ ଲୋକ


ବିନା ରିଜର୍ଭେସନ କରିପାରିବେ ଯାତ୍ରା


ରେଳବାଇ (Indian Railways) ଯାତ୍ରୀମାନଙ୍କୁ ଅନେକ ଟ୍ରେନରେ ସଂରକ୍ଷଣ ବିନା ଅର୍ଥାତ ଜେନେରାଲ ଟିକେଟରେ ଯାତ୍ରା କରିବାକୁ ଅନୁମତି ଦେଇଛି । ରେଲୱେ ଜୟପୁର, ଯୋଧପୁର, ଅଜମେର ଏବଂ ବିକାନେର ଡିଭିଜନର ୪୪ଟି ଯାତ୍ରୀ ଏବଂ ଡିଏମୟୁ ଟ୍ରେନରେ ଜେନେରାଲ ଟିକେଟରେ ଯାତ୍ରା କରିବାକୁ ଅନୁମତି ଦେଇଛି । ଏହି ୪୪ଟି ଟ୍ରେନ୍ ମଧ୍ୟରୁ ଜୟପୁର ପାଇଁ ୭ଟି ଟ୍ରେନ୍ ଅଛି । ଆପଣଙ୍କୁ କହି ରଖୁଛୁ ଯେ ଉତ୍ତର ପଶ୍ଚିମ ରେଳବାଇରେ ପ୍ରାୟ ୮୦ ପ୍ରତିଶତ ଟ୍ରେନ୍ ସଞ୍ଚାଳନ ଆରମ୍ଭ କରିଛି ।


ଅଧିକ ପଢ଼ନ୍ତୁ:-ଆଜି ପୁଣି ପେଟ୍ରୋଲ ଦରରେ ବୃଦ୍ଧି, କିନ୍ତୁ ଶସ୍ତା ହେଲା ଡିଜେଲ


କୋରୋନା ଯୋଗୁଁ ବନ୍ଦ ରହିଥିଲା ଅନେକ ଷ୍ଟେସନ  


ବାସ୍ତବରେ, କୋରୋନା ସଂକ୍ରମଣର ପ୍ରସାରକୁ ରୋକିବା ପାଇଁ ରେଳବାଇ ଭିଡ଼ ନିୟନ୍ତ୍ରଣ ପାଇଁ ଜେନେରାଲ ଯାତ୍ରା ଓ ପ୍ଲାଟଫର୍ମ ଟିକେଟ୍ ଉପରେ ଉପରେ ପ୍ରତିବନ୍ଧକ ଲଗାଇଥିଲା । ଏହା ସହିତ କୋରୋନା ଲହର ସମୟରେ ଅନେକ ଷ୍ଟେସନ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ଥିବା ଦେଖାଯାଇଥିଲା । ଅବଶ୍ୟ, ଦୀର୍ଘ ସମୟ ପରେ ପୁଣିଥରେ ଟ୍ରେନ୍ ଗତି ଧରିଛି ।


ଅଧିକ ପଢ଼ନ୍ତୁ:-ବଜ୍ରପାତ ଘଟି ୫୪ ଜଣଙ୍କ ମୃତ୍ୟୁ, ୪୨ ଛେଳିଙ୍କ ଗଲା ଜୀବନ


ଏଥି ସହିତ ବିହାରରେ ବନ୍ୟା ପରିସ୍ଥିତି ଯୋଗୁଁ ଅନେକ ସ୍ଥାନରେ ଟ୍ରେନ୍ ଚଳାଚଳ ବନ୍ଦ ହୋଇଯାଇଛି । ଜୁଲାଇ ୧୦ରୁ ସମସ୍ତିପୁର ଦରଭଙ୍ଗା ରେଳ ବିଭାଗର ଡାଉନ୍ ଲାଇନରେ ଟ୍ରେନ୍ ଚଳାଚଳ ବନ୍ଦ ହୋଇଥିବାବେଳେ ଡିଭିଜନର ସଗୌଲି ନାରକଟିଆଗଞ୍ଜ ରେଳ ବିଭାଗରେ ସାତ ଦିନ ଧରି ଟ୍ରେନ୍ ଚଳାଚଳ ବନ୍ଦ ରହିଛି । ବନ୍ୟା ଯୋଗୁଁ ହୋଇଥିବା ଦୁର୍ଘଟଣା ଏବଂ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ଏହି ଟ୍ରେନଗୁଡିକ ବାତିଲ କରାଯାଇଛି । କିଛି ମାର୍ଗର ମେଲ୍ ଏକ୍ସପ୍ରେସ ଟ୍ରେନ୍ ଗୁଡିକ ଡାଇଭର୍ଟ କରାଯାଉଛି ଯାହା ଦ୍ୱାରା ଯାତ୍ରୀମାନେ ଯାତାୟାତରେ କିଛି ସୁବିଧା  ପାଇପାରିବେ ।