ନୂଆଦିଲ୍ଲୀ: ରେଳ ଯାତ୍ରୀଙ୍କ ପାଇଁ ଭାରତୀୟ ରେଳବାଇ (Indian Railway) ଏକ ଖୁସି ଖବର ଦେଇଛି । ବର୍ତ୍ତମାନ ଆପଣ ଆପଣଙ୍କର କନଫର୍ମ ହୋଇଥିବା ଟିକେଟକୁ ଅନ୍ୟ କୌଣସି ଯାତ୍ରୀଙ୍କ ନାମରେ ଟ୍ରାନ୍ସଫର (Transfer Confirm Ticket) କରିପାରିବେ । ଏଥିପାଇଁ ରେଳବାଇ କିଛି ନିୟମରେ ପରିବର୍ତ୍ତନ କରିଛି । ଏହି ନିୟମରେ ପରିବର୍ତ୍ତନ ପୂର୍ବରୁ, ଯଦି କେହି ଆପଣଙ୍କର କନଫର୍ମ ଟିକେଟରେ ଟ୍ରେନ୍ ଯୋଗେ ଅନ୍ୟ କେହି ଯାତ୍ରା କରୁଥିବାର ଦେଖିବାକୁ ମିଳିଥିଲା, ତେବେ ଏହାକୁ ଏକ ଦଣ୍ଡନୀୟ ଅପରାଧ (Punishable Offence) ଭାବରେ ବିବେଚନା କରାଯାଉଥିଲା । ସରଳ ଶବ୍ଦରେ କହିବାକୁ ଗଲେ ଯଦି ଟିକେଟ୍ ବୁକିଂ କରିବା ପରେ, ଯଦି ଆପଣ କୌଣସି କାରଣରୁ ଯାତ୍ରା କରି ପରି ନାହାଁନ୍ତି, ତେବେ ଆପଣଙ୍କୁ କନଫର୍ମ ହୋଇଥିବା ଟିକେଟକୁ ବାତିଲ କରିବାକୁ ପଡୁଥିଲା ।


COMMERCIAL BREAK
SCROLL TO CONTINUE READING

ଷ୍ଟେସନ୍ ମାଷ୍ଟରକୁ ଦେବାକୁ ପଡିବ ଆପ୍ଲିକେସନ
ଅନେକ ଥର ଟିକେଟ୍ ବାତିଲ କରିବା ପରେ ରେଳ ଯାତ୍ରୀମାନଙ୍କ ପାଇଁ ଆର୍ଥିକ କ୍ଷତି ହେଉଥିଲା । ରେଳବାଇ ଏହି ନିୟମକୁ ବଦଳାଇ ଦେଇଛି । ରିଜରଭେସନ ଟିକେଟରେ ଯାତ୍ରୀମାନଙ୍କୁ ଭାରତୀୟ ରେଳବାଇ ଏକ ସ୍ୱତନ୍ତ୍ର ସୁବିଧା ଯୋଗାଇ ଦେଇଛି । ଏହା ଅଧୀନରେ, ଯେଉଁମାନେ ଏକ କନଫର୍ମ ଟିକେଟ କରିବା ପରେ କୌଣସି କାରଣରୁ ଯାତ୍ରା କରିବାକୁ ଚାହୁଁନାହାଁନ୍ତି, ସେମାନଙ୍କ ପରିବାରର କାହା ନାମରେ ଏହି ଟିକେଟକୁ ଟ୍ରାନ୍ସଫର କରିପାରିବେ । ଟିକେଟ୍ ଟ୍ରାନ୍ସଫର କରିବାକୁ ଆପଣଙ୍କୁ ଷ୍ଟେସନ ମାଷ୍ଟରକୁ (Station Master) ଏକ ଆପ୍ଲିକେସନ ଦେବାକୁ ପଡିବ । ଏହି ପ୍ରକ୍ରିୟା ସମାପ୍ତ କରିବା ପରେ, ଆପଣ ଆପଣଙ୍କ କନଫର୍ମ ହୋଇଥିବା ଟିକେଟ୍ ଆପଣ ପରିବାରର କାହାକୁ ମଧ୍ୟ ଟ୍ରାନ୍ସଫର କରିପାରିବେ ।


ଅଧିକ ପଢ଼ନ୍ତୁ: ତାଲିବାନ ସରକାରରେ ସାମିଲ ହୋଇପାରନ୍ତି ଆଶରଫ ଘନି, ଶୀଘ୍ର ଫେରିବେ ଆଫଗାନିସ୍ତାନ: ସୂତ୍ର


କାହାକୁ କରିପାରିବେ ଟ୍ରାନ୍ସଫର
ରେଳ ଯାତ୍ରୀମାନେ ସେମାନଙ୍କର କନଫର୍ମ ହୋଇଥିବା ଟିକେଟ୍ କେବଳ ସେମାନଙ୍କ ପିତାମାତା, ଭାଇଭଉଣୀ, ପୁଅ ଓ ଝିଅ, ସ୍ୱାମୀ ଓ ସ୍ତ୍ରୀଙ୍କ ନାମରେ ଟ୍ରାନ୍ସଫର କରିପାରିବେ ।ପରିବର୍ତ୍ତିତ ନିୟମ ଅନୁଯାୟୀ, ଆପଣ ଆପଣଙ୍କ କନଫର୍ମ ହୋଇଥିବା ଟିକେଟ୍ ସାଙ୍ଗଙ୍କ ନାମରେ ଟ୍ରାନ୍ସଫର କରିପାରିବ ନାହିଁ । ଯେତେବେଳେ ବିବାହ କିମ୍ବା ପାର୍ଟିକୁ ଯାଉଥିବା ଲୋକଙ୍କ ସାମ୍ନାରେ ଏପରି ପରିସ୍ଥିତି ଆସେ, ବିବାହ ଓ ପାର୍ଟିର ଆୟୋଜକଙ୍କୁ 48 ଘଣ୍ଟା ପୂର୍ବରୁ ଆବଶ୍ୟକ ଦସ୍ତାବିଜ ଦାଖଲ କରିବାକୁ ପଡିବ । ବ୍ୟକ୍ତିଗତ ଭାବରେ ରେଳ ଷ୍ଟେସନ ଭଜିଟ  କରି ଟିକେଟ୍ ଟ୍ରାନ୍ସଫର ପ୍ରକ୍ରିୟା ସମାପ୍ତ କରିବା ବ୍ୟତୀତ, ଆପଣ ଏହି ପ୍ରକ୍ରିୟାକୁ ଅନଲାଇନରେ ମଧ୍ୟ ସଂପୂର୍ଣ୍ଣ କରିପାରିବେ ।