IOCL Recruitment 2021: ଇଣ୍ଡିଆନ୍ ଅଏଲରେ ବିଭିନ୍ନ ପଦ ପାଇଁ ବମ୍ପର ଭର୍ତ୍ତି, ଆବେଦନ କରିବାକୁ କିଛି ଦିନ ଅଛି ବାକି, ଶୀଘ୍ର କରନ୍ତୁ ଅପ୍ଲାଇ
ଏହା ବ୍ୟତୀତ ପ୍ରାର୍ଥୀମାନେ ଏହି ଲିଙ୍କକୁ କ୍ଲିକ୍ କରି https://iocl.com/PeopleCareers/Apprenticeships.aspx ସିଧାସଳଖ ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କରିପାରିବେ ।
ନୂଆଦିଲ୍ଲୀ: IOCL Recruitment 2021: ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (IOCL) ରେ ଆପ୍ରେଣ୍ଟିସ୍ ପଦ ((IOCL Recruitment 2021) ପାଇଁ ଆବେଦନ କରିବାକୁ ମାତ୍ର ୬ ଦିନ ବାକି ଅଛି । ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀ ଯେଉଁମାନେ ଏପର୍ଯ୍ୟନ୍ତ ଏହି ପଦଗୁଡ଼ିକ ପାଇଁ ଆବେଦନ କରିନାହାଁନ୍ତି, ସେମାନେ IOCL ର ଅଫିସିଆଲ୍ ୱେବସାଇଟ୍ iocl.com କୁ ଯାଇ ଆବେଦନ କରିପାରିବେ । ଏହି ନିଯୁକ୍ତି ପ୍ରକ୍ରିୟା ଅଧୀନରେ ସଂଗଠନରେ ୫୦୫ଟି ପଦ ପୂରଣ ହେବ । ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କରିବାର ଶେଷ ତାରିଖ (IOCL Recruitment 2021) ଫେବୃଆରୀ ୨୬ ରହିଛି ।
ଅଧିକ ପଢ଼ନ୍ତୁ:-ପେଟ୍ରୋଲ-ଡିଜେଲକୁ ଶସ୍ତା କରିବା ପାଇଁ ଟିକସ କାହିଁକି ହ୍ରାସ କରୁନାହାଁନ୍ତି ମୋଦି ସରକାର?
ଏହା ବ୍ୟତୀତ ପ୍ରାର୍ଥୀମାନେ ଏହି ଲିଙ୍କକୁ କ୍ଲିକ୍ କରି https://iocl.com/PeopleCareers/Apprenticeships.aspx ସିଧାସଳଖ ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କରିପାରିବେ । ଏହା ସହିତ ଏହି ଲିଙ୍କ୍ https://iocl.com/PeopleCareers/PDF/Advertisement-Apprentices%202021.pdf ମାଧ୍ୟମରେ ଆପଣ ଅଫିସିଆଲ୍ ବିଜ୍ଞପ୍ତିଗୁଡିକ ଦେଖିପାରିବେ । ପଶ୍ଚିମବଙ୍ଗ, ବିହାର, ଓଡ଼ିଶା, ଝାଡଖଣ୍ଡ ଏବଂ ଆସାମ ରାଜ୍ୟରେ ଲାଗୁ ହେବାକୁ ଥିବା ନିଯୁକ୍ତି ପାଇଁ ନିର୍ଦ୍ଧାରିତ ପ୍ରତିଶତ ଅନୁଯାୟୀ ସଂରକ୍ଷଣ ପ୍ରଯୁଜ୍ୟ ହେବ ।
ଅଧିକ ପଢ଼ନ୍ତୁ:-ପୁଣି ମିଳିଲା କୋରୋନାର ନୂଆ ଷ୍ଟ୍ରେନ୍, ଭ୍ୟାକ୍ସିନର ପ୍ରଭାବକୁ କରିପାରେ କମ୍
IOCL Recruitment 2021 ପାଇଁ ଗୁରୁତ୍ୱପୂର୍ଣ୍ଣ ତାରିଖ
ଆବେଦନ ପାଇଁ ଆରମ୍ଭ ତାରିଖ: ୨୮ ଜାନୁଆରୀ ୨୦୨୧
ଆବେଦନ ପାଇଁ ଶେଷ ତାରିଖ: ୨୬ ଫେବୃଆରୀ ୨୦୨୧
ଆଡମିଟ୍ କାର୍ଡ ପ୍ରଦାନ ତାରିଖ: ୧ ମାର୍ଚ୍ଚ ୨୦୨୧
ଲିଖିତ ପରୀକ୍ଷାର ଟେଣ୍ଟେଟିଭ୍ ତାରିଖ: ୧୪ ମାର୍ଚ୍ଚ ୨୦୨୧
ଅଧିକ ପଢ଼ନ୍ତୁ:-ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର, ଫେବୃଆରୀ ୨୨ରୁ ଚାଲିବ ଏହି ୩୫ଟି ଟ୍ରେନ୍
IOCL Recruitment 2021 ପାଇଁ ବୟସ ସୀମା
ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ସୀମା ୧୮ ବର୍ଷ ଓ ସର୍ବାଧିକ ୨୪ ବର୍ଷ ହେବା ଆବଶ୍ୟକ । ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ ନିୟମ ଅନୁଯାୟୀ ବୟସ ସୀମାରେ ରିହାତି ପ୍ରଦାନ କରାଯିବ ।
ଅଧିକ ପଢ଼ନ୍ତୁ:-ସଙ୍କଟରେ ଖଟ୍ଟର ସରକାର! ଅନାସ୍ଥା ପ୍ରସ୍ତାବ ଆଣିବ କଂଗ୍ରେସ
IOCL Recruitment 2021 ପାଇଁ ଚୟନ ପ୍ରକ୍ରିୟା
ପ୍ରାର୍ଥୀଙ୍କୁ ଚୟନ ଲିଖିତ ପରୀକ୍ଷା (ଅବଧି ୯୦ ମିନିଟ୍) ରେ ପ୍ରାପ୍ତ ନମ୍ୱର ଓ ବିଜ୍ଞପ୍ତିରେ ଯୋଗ୍ୟତା ମାନଦଣ୍ଡ ଆଧାରରେ ପ୍ରାର୍ଥୀ ଚୟନ କରାଯିବ । ଲିଖିତ ପରୀକ୍ଷାରେ ଅବଜେକ୍ଟିଭ ଟାଇପ୍ ମଲ୍ଟିପଲ ଚଏସ୍ ପ୍ରଶ୍ନ (MCQs) ର ୧୦୦ଟି ପ୍ରଶ୍ନ ରହିବ, ଯେଉଁଥିରେ ଗୋଟିଏ ସଠିକ ବିକଳ୍ପ ସହ ଚାରଟି ବିକଳ୍ପ ରହିବ । ପ୍ରଶ୍ନଗୁଡିକ ଦ୍ୱିଭାଷୀ ଅର୍ଥାତ୍ ଇଂରାଜୀ ଏବଂ ହିନ୍ଦୀରେ ହେବ ।