ନୂଆଦିଲ୍ଲୀ: IOCL Recruitment 2021: ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (IOCL) ରେ ଆପ୍ରେଣ୍ଟିସ୍ ପଦ ((IOCL Recruitment 2021) ପାଇଁ ଆବେଦନ କରିବାକୁ ମାତ୍ର ୬ ଦିନ ବାକି ଅଛି । ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀ ଯେଉଁମାନେ ଏପର୍ଯ୍ୟନ୍ତ ଏହି ପଦଗୁଡ଼ିକ ପାଇଁ ଆବେଦନ କରିନାହାଁନ୍ତି, ସେମାନେ IOCL ର ଅଫିସିଆଲ୍ ୱେବସାଇଟ୍ iocl.com କୁ ଯାଇ ଆବେଦନ କରିପାରିବେ । ଏହି ନିଯୁକ୍ତି ପ୍ରକ୍ରିୟା ଅଧୀନରେ ସଂଗଠନରେ ୫୦୫ଟି ପଦ ପୂରଣ ହେବ । ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କରିବାର ଶେଷ ତାରିଖ (IOCL Recruitment 2021) ଫେବୃଆରୀ ୨୬ ରହିଛି ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ଏବେ ଦେଶରେ କୋରୋନାର ନୂଆ ଷ୍ଟ୍ରେନର ଆତଙ୍କ, ଏହି ୭ଟି ଲକ୍ଷଣରୁ ରୁହନ୍ତୁ ସାବଧାନ


ଏହା ବ୍ୟତୀତ ପ୍ରାର୍ଥୀମାନେ ଏହି ଲିଙ୍କକୁ କ୍ଲିକ୍ କରି https://iocl.com/PeopleCareers/Apprenticeships.aspx ସିଧାସଳଖ ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କରିପାରିବେ । ଏହା ସହିତ ଏହି ଲିଙ୍କ୍ https://iocl.com/PeopleCareers/PDF/Advertisement-Apprentices%202021.pdf ମାଧ୍ୟମରେ ଆପଣ ଅଫିସିଆଲ୍ ବିଜ୍ଞପ୍ତିଗୁଡିକ ଦେଖିପାରିବେ । ପଶ୍ଚିମବଙ୍ଗ, ବିହାର, ଓଡ଼ିଶା, ଝାଡଖଣ୍ଡ ଏବଂ ଆସାମ ରାଜ୍ୟରେ ଲାଗୁ ହେବାକୁ ଥିବା ନିଯୁକ୍ତି ପାଇଁ ନିର୍ଦ୍ଧାରିତ ପ୍ରତିଶତ ଅନୁଯାୟୀ ସଂରକ୍ଷଣ ପ୍ରଯୁଜ୍ୟ ହେବ ।


ଅଧିକ ପଢ଼ନ୍ତୁ:-ଏହି ରାଜ୍ୟରେ ନିୟନ୍ତ୍ରଣ ବାହାରେ କୋରୋନା, ସ୍କୁଲ ହଷ୍ଟେଲରୁ ମିଳିଲେ ୧୯୦ ସଂକ୍ରମିତ ଛାତ୍ର


IOCL Recruitment 2021 ପାଇଁ ଗୁରୁତ୍ୱପୂର୍ଣ୍ଣ ତାରିଖ 


ଆବେଦନ ପାଇଁ ଆରମ୍ଭ ତାରିଖ: ୨୮ ଜାନୁଆରୀ ୨୦୨୧


ଆବେଦନ ପାଇଁ ଶେଷ ତାରିଖ:  ୨୬ ଫେବୃଆରୀ ୨୦୨୧


ଆଡମିଟ୍ କାର୍ଡ ପ୍ରଦାନ ତାରିଖ: ୧ ମାର୍ଚ୍ଚ ୨୦୨୧


ଲିଖିତ ପରୀକ୍ଷାର ଟେଣ୍ଟେଟିଭ୍ ତାରିଖ: ୧୪ ମାର୍ଚ୍ଚ ୨୦୨୧


ଅଧିକ ପଢ଼ନ୍ତୁ:-ବିଜେପି ଜାଲରେ ଫସିଲେ ଚିରାଗ! ବିଧାନ ପରିଷଦରେ ଦଳର ଅସ୍ତିତ୍ୱ ଶେଷ


IOCL Recruitment 2021 ପାଇଁ ବୟସ ସୀମା 


ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ସୀମା ୧୮ ବର୍ଷ ଓ ସର୍ବାଧିକ ୨୪ ବର୍ଷ ହେବା ଆବଶ୍ୟକ । ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ ନିୟମ ଅନୁଯାୟୀ ବୟସ ସୀମାରେ ରିହାତି ପ୍ରଦାନ କରାଯିବ ।


IOCL Recruitment 2021 ପାଇଁ ଚୟନ ପ୍ରକ୍ରିୟା 


ପ୍ରାର୍ଥୀଙ୍କୁ ଚୟନ ଲିଖିତ ପରୀକ୍ଷା (ଅବଧି ୯୦ ମିନିଟ୍) ରେ ପ୍ରାପ୍ତ ନମ୍ୱର ଓ ବିଜ୍ଞପ୍ତିରେ ଯୋଗ୍ୟତା ମାନଦଣ୍ଡ ଆଧାରରେ ପ୍ରାର୍ଥୀ ଚୟନ କରାଯିବ । ଲିଖିତ ପରୀକ୍ଷାରେ ଅବଜେକ୍ଟିଭ ଟାଇପ୍ ମଲ୍ଟିପଲ ଚଏସ୍ ପ୍ରଶ୍ନ (MCQs) ର ୧୦୦ଟି ପ୍ରଶ୍ନ ରହିବ, ଯେଉଁଥିରେ ଗୋଟିଏ ସଠିକ ବିକଳ୍ପ ସହ ଚାରଟି ବିକଳ୍ପ ରହିବ । ପ୍ରଶ୍ନଗୁଡିକ ଦ୍ୱିଭାଷୀ ଅର୍ଥାତ୍ ଇଂରାଜୀ ଏବଂ ହିନ୍ଦୀରେ ହେବ ।