ପୁଣି ଡରାଇଲାଣି କୋରୋନା: ଦେଶରେ ୨୪ ଘଣ୍ଟାରେ ସାମ୍ନାକୁ ଆସିଲା ଏତିକି ମାମଲା...
Advertisement
Article Detail0/zeeodisha/odisha855150

ପୁଣି ଡରାଇଲାଣି କୋରୋନା: ଦେଶରେ ୨୪ ଘଣ୍ଟାରେ ସାମ୍ନାକୁ ଆସିଲା ଏତିକି ମାମଲା...

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସର୍ବଶେଷ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ଯାଏ ଦେଶରେ ମୋଟ କୋରୋନା ମାମଲା ୧ କୋଟି ୧୦ ଲକ୍ଷ ୪୬ ହଜାର ୯୧୪କୁ ବୃଦ୍ଧି ପାଇଛି ।

ପୁଣି ଡରାଇଲାଣି କୋରୋନା: ଦେଶରେ ୨୪ ଘଣ୍ଟାରେ ସାମ୍ନାକୁ ଆସିଲା ଏତିକି ମାମଲା...

ନୂଆଦିଲ୍ଲୀ: ଦେଶରେ କୋରୋନା (Coronavirus) ସଂକ୍ରମିତଙ୍କ ସଂଖ୍ୟାରେ ହଠାତ୍ ବୃଦ୍ଧି ଦେଖାଦେଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୬,୭୩୮ ନୂତନ କୋରୋନା ମାମଲା ଚିହ୍ନଟ ହୋଇଛି । ଏହାସହ ୧୩୮ ଜଣ ସଂକ୍ରମିତ ପ୍ରାଣ ହରାଇଛନ୍ତି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୧,୭୯୯  କୋରୋନା ସଂକ୍ରମିତ ସୁସ୍ଥ ମଧ୍ୟ ହୋଇଛନ୍ତି । ଭଲ କଥା ହେଉଛି ବିଗତ ଦିନରେ କିଛି ରାଜ୍ୟରୁ କୋରୋନା ଜନିତ ମୃତ୍ୟୁ ଖବର ସାମ୍ନାକୁ ଆସିନାହିଁ । ଏହାପୂର୍ବରୁ ମଙ୍ଗଳବାର ୧୩,୭୪୨ ନୂତନ କୋରୋନା ସଂକ୍ରମିତ ମାମଲା ସାମ୍ନାକୁ ଆସିଥିଲା ।

ଅଧିକ ପଢ଼ନ୍ତୁ:-୨୦୨୦-୨୧ରେ ଏପ୍ରିଲରୁ ନଭେମ୍ବର ମଧ୍ୟରେ ଭାରତ ବିଦେଶରୁ ଯେତିକି ସାମଗ୍ରୀ କିଣିଛି, ସେଥିରେ ୧୮ ପ୍ରତିଶତ ଚାଇନାରୁ ଆସିଛି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସର୍ବଶେଷ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ଯାଏ ଦେଶରେ ମୋଟ କୋରୋନା ମାମଲା ୧ କୋଟି ୧୦ ଲକ୍ଷ ୪୬ ହଜାର ୯୧୪କୁ ବୃଦ୍ଧି ପାଇଛି । ସମୁଦାୟ ଏକ ଲକ୍ଷ ୫୬ ହଜାର ୭୦୫ ଜଣ ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାସହ ଦେଶରେ ବର୍ତ୍ତମାନ ଯାଏ ୧ କୋଟି ୭ ଲକ୍ଷ ୩୮ ହଜାର ୫୦୧ ଲୋକ କୋରୋନାକୁ ମାତ୍ ଦେଇସାରିଛନ୍ତି । ବର୍ତ୍ତମାନ ଦେଶରେ ୧ ଲକ୍ଷ ୫୧ ହଜାର ୭୦୮ ସକ୍ରିୟ କୋରୋନା ମାମଲା ରହିଛି, ଅର୍ଥାତ୍ ତଥାପି ଅନେକ ଲୋକ ଏବେ ମଧ୍ୟ କୋରୋନା ସଂକ୍ରମିତ ଅଛନ୍ତି ।

ଅଧିକ ପଢ଼ନ୍ତୁ:-ପୁଣି ଆସିଛି ଫେବୃଆରୀ ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ'ଣ ରହିଛି ରେଟ୍

ମହାରାଷ୍ଟ୍ରରେ କୋରୋନା ସଙ୍କଟ କମିବାର ନାଁ ନେଉନାହିଁ । ଅଧିକାଂଶ ମାମଲା ଏବଂ ମୃତ୍ୟୁ ଏଠାରେ ରେକର୍ଡ କରାଯାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ପ୍ରାୟ ୪ ମାସ ପରେ ୮,୮୦୭ ନୂତନ ସଂକ୍ରମିତ ମାମଲା ସାମ୍ନାକୁ ଆସିଛି । ଯାହା ପରେ ସମୁଦାୟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୨୧ ଲକ୍ଷ ୨୧ ହଜାର ୧୧୯କୁ ବୃଦ୍ଧି ପାଇଛି । ଏଥି ସହିତ ଆହୁରି ୮୦ କୋରୋନା ରୋଗୀଙ୍କ ମୃତ୍ୟୁ ବିଷୟରେ ସୂଚନା ରହିଛି । ଯେଉଁ କାରଣରୁ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୫୧,୯୩୭ କୁ ବୃଦ୍ଧି ପାଇଛି ।