ନୂଆଦିଲ୍ଲୀ: ଆଉ କିଛି ଘଣ୍ଟାର ଅପେକ୍ଷା। ସନ୍ଧ୍ୟା ସାଢେ ୭ଟାରେ ବାଜିବ ବହୁ ପ୍ରତିକ୍ଷିତ ଇଣ୍ଡିଆନ ପ୍ରିମିୟର ଲିଗ (Indian Premier League) ବା ଆଇପିଏଲ (IPL 2020) ର ବିଗୁଲ। ଉଦଘାଟନୀ ମ୍ୟାଚ ପାଇଁ ଷ୍ଟାଡ଼ିୟମଠାରୁ ଆରମ୍ଭ କରି ଦର୍ଶକ, ସମସ୍ତେ ପ୍ରସ୍ତୁତ ରହିଛନ୍ତି। ସନ୍ଧ୍ୟା ସାଢେ ୭ଟାରେ ଆବୁଧାବି (AbuDhabi) ର ଜାୟଦ ଷ୍ଟାଡ଼ିୟମରେ ପଡ଼ିବ ଚଳିତ ଆଇପିଏଲ ସଂସ୍କରଣର ପ୍ରଥମ ବଲ। ଟସ ପଡ଼ିବା ପରେ ସ୍ପଷ୍ଟ ହେବ କିଏ ବ୍ୟାଟିଂ କରିବ ଆଉ ପୁଣି କିଏ ବୋଲିଂ କରିବ।  


COMMERCIAL BREAK
SCROLL TO CONTINUE READING


 


ତେବେ ଉଦଘାଟନୀ ମ୍ୟାଚକୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ ଉତ୍ସାହିତ ହୋଇ ପଡ଼ିଛନ୍ତି। ଆରମ୍ଭ ହୋଇ ଯାଇଛି ଅଙ୍କକଷା। କିଏ ଜିତିବ ଉଦଘାଟନୀ ମ୍ୟାଚ। ଆଇପିଏଲର ଦୁଇ ଦୁର୍ଦ୍ଦଶ ଦଳ #MIvCSK ମଧ୍ୟରେ ଆରମ୍ଭ ହେବ ଲଢେଇ। ତେବେ ସେ ଯାହାବି ହେଉ କୋରୋନା ପାଇଁ ଏଥର ବିଦେଶରେ ଆଇପିଏଲ ଖେଳା ଯାଉଛି। ଜୈବ ସୁରକ୍ଷା ବଳୟ ମଧ୍ୟରେ ଏହି ମ୍ୟାଚକୁ ଅନୁଷ୍ଠିତ ହେବ। ଖାଁ ଖାଁ ଗ୍ୟାଲେରୀରେ ଅନୁଷ୍ଠିତ ହେବ ଫଟାଫଟ କ୍ରିକେଟ। ହାତଗଣତି ବ୍ୟକ୍ତିବିଶେଷ ଷ୍ଟାଡ଼ିୟମରେ ଉପସ୍ଥିତି ରହିବେ।  



ବହୁ କଟକଣା ମଧ୍ୟରେ ଏହି ଆଇପିଏଲ (IPL) ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥର କିନ୍ତୁ ଚିୟର ଲିଡରଙ୍କୁ ଷ୍ଟାଡ଼ିୟମରେ ଦେଖିବାକୁ ମିଳିବେ ନାହିଁ। ଦର୍ଶକ, ଗଣମାଧ୍ୟମଙ୍କୁ ଷ୍ଟାଡ଼ିୟମରେ ପ୍ରବେଶକୁ ବାରଣ କରାଯାଇଛି। ମ୍ୟାଚ ଏକ ପ୍ରକାର ରୁଦ୍ଧଦ୍ୟାର ମଧ୍ୟରେ ଖେଳାଯିବ। ଏଥର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ଚିୟର ଲିଡ଼ରଙ୍କୁ ମଧ୍ୟ ଦେଖିବାକୁ ମିଳିବେ ନାହିଁ। ସେମାନଙ୍କର ନୃତ୍ୟ ମଧ୍ୟ ଦେଖିବାକୁ ମିଳିବ ନାହିଁ। ଚୌକା, ଛକ୍କା ମାଡ଼ ହେଲେ ଖେଳାଳିଙ୍କୁ ଉତ୍ସାହିତ କରିବା ପାଇଁ ଏହି ଚିୟରଲିଡ଼ର ମାନେ ନାଚି ଥାଆନ୍ତି। ମାତ୍ର ଏହି ସଂସ୍କରଣରେ ମଧ୍ୟ ସେମାନଙ୍କୁ ଦେଖିବାକୁ ମିଳିବେ ନାହିଁ। ପ୍ରଥମ ସଂସ୍କରଣରୁ ଏହି ଚିୟର ଲିଡ଼ରମାନେ ଖେଳାଳି ଓ ଦର୍ଶକଙ୍କ ମନୋରଞ୍ଜନ କରି ଆସୁଥିଲେ।