ଉଦ୍ଘାଟନୀ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନସ (Mumbai Indians) ଓ ଚେନ୍ନାଇ ସୁପର କିଙ୍ଗସ (Chennai Super Kings) ଆବୁଧାବି (Abudhabi) ରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ତେବେ ମୁମ୍ବାଇ ଇଣ୍ଡିଆନସ (Mumbai Indians) ର ମଙ୍ଗ ରୋହିତ ଶର୍ମା (Rohit Sharma) ଧରିଛନ୍ତି।
Trending Photos
IPL 2020 ନୂଆଦିଲ୍ଲୀ: କୋରୋନା ମହାମାରୀ (Corona Pandemic) ମଧ୍ୟରେ କଡ଼ା କଟକଣା ମଧ୍ୟରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ (Indian Premier League) ବା ଆଇପିଏଲ (IPL)। କୋରୋନା ପାଇଁ ୫ ମାସ ବିଳମ୍ବରେ ଆରମ୍ଭ ହେବାକୁ ଯାଉଛି ଫଟାଫଟ କ୍ରିକେଟର ମନୋରଞ୍ଜନ ଯୋଗାଉଥିବା ଆଇପିଏଲ (IPL)। ତେବେ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଦେଶରେ ଖେଳାଯାଉଛି ଏହି ଟୁର୍ଣ୍ଣାମେଣ୍ଟ। ବିଶ୍ୱର ସବୁଠାରୁ ବିତ୍ତଶାଳୀ ଏହି ଟ୍ୱେଣ୍ଟି ଟ୍ୱେଣ୍ଟି ଟୁର୍ଣ୍ଣାମେଣ୍ଟ ଗତ ମାର୍ଚ୍ଚ ମାସରେ ଆରମ୍ଭ ହେବାର ଥିଲା। କିନ୍ତୁ କୋରୋନା ମହାମାରୀ ସଂକଟ ମଧ୍ୟରେ ଏହାର ଆୟୋଜନ ହୋଇ ପାରିନଥିଲା। ତେବେ ଦୁଇ ଦୁଇଥର ଘୁଞ୍ଚାଇବା ପରେ ଦୁବାଇରେ ଆୟୋଜନ କରିବାର ନିଷ୍ପତ୍ତି ନେଇଥିଲା ବିସିସିଆଇ।
ଅଧିକ ପଢନ୍ତୁ: ଗଣମାଧ୍ୟମକୁ ମନା
ତେବେ ଚଳିତ ବର୍ଷର ସଂସ୍କରଣର ଉଦ୍ଘାଟନୀ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନସ (Mumbai Indians) ଓ ଚେନ୍ନାଇ ସୁପର କିଙ୍ଗସ (Chennai Super Kings) ଆବୁଧାବି (Abudhabi) ରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ତେବେ ମୁମ୍ବାଇ ଇଣ୍ଡିଆନସ (Mumbai Indians) ର ମଙ୍ଗ ରୋହିତ ଶର୍ମା (Rohit Sharma) ଧରିଛନ୍ତି। ଆଇପିଏଲରେ ପୂର୍ବରୁ ରେକର୍ଡକୁ ଦେଖିଲେ ଅଧିକାଂଶ ଥର ଚାମ୍ପିଅନ ହେବାର ରେକର୍ଡ ରହିଛି। ଆରମ୍ଭରୁ ଧିମା ଆରମ୍ଭ କରୁଥିବା ପରବର୍ତ୍ତ ସମୟରେ ଟୁର୍ଣ୍ଣାମେଣ୍ଟରେ ଶକ୍ତି ଓ ସାମର୍ଥ୍ୟର ପ୍ରମାଣ ଦେଉଥିବାର ନଜିର ରହିଛି। ଦଳର ଖେଳାଳି ମଧ୍ୟ ବେଶ ଅଭିଜ୍ଞ। ମୋଟାମୋଟି କହିବାକୁ ଗଲେ ଆଇପିଏଲ (IPL) ରେ ମୁମ୍ବାଇ ଇଣ୍ଡିଆନ୍ସ ଏକ ସନ୍ତୁଳିତ ଦଳ। ଏଥର କିନ୍ତୁ ଦଳ ପାଇଁ ବୋଲିଂ ବିଭାଗରେ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ। ଦଳର ଅଭିଜ୍ଞ ଖେଳାଳି ତଥା ଶ୍ରୀଲଙ୍କାର ଦ୍ରୁତ ବୋଲର ଲାସିଥ ମାଲିଙ୍ଗା (Lasith Malinga) ଦଳରୁ ଓହରି ଯାଇଛନ୍ତି। କିନ୍ତୁ ମାଲିଙ୍ଗାଙ୍କ ସ୍ଥାନରେ ଜସପ୍ରିତ ବୁମରା (Jashprit Bumrah), ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ଟ୍ରେଣ୍ଟ ବୋଲଟ (Trent Bolt), ନାଥନ କୁଲଟର (Nathan Coulter)ଙ୍କ ସହିତ ହାର୍ଦ୍ଦିକ ଓ କ୍ରୁଣାଳଙ୍କ ଯୋଡ଼ି ଦଳକୁ ଫାଇଦାରେ ରଖିପାରେ।
ଦେଖନ୍ତୁ ଭିଡ଼ିଓ: ଆଜିର ମ୍ୟାଚକୁ ନେଇ ସ୍ୱତନ୍ତ୍ର ଆଲୋଚନା
ସେହିପରି ନିଜେ ଅଧିନାୟକ ରୋହିତ ଶର୍ମା,ଦକ୍ଷିଣ ଆଫ୍ରିକା ଖେଳାଳି କ୍ୱିଣ୍ଟନ ଡିକକ, ଭାରତୀୟ ଖେଳାଳି ସୂର୍ଯ୍ୟକୁମାର ଯାଦବ, ଇଶାନ କିଷାନ, କିରଣ ପୋଲାର୍ଡ ବ୍ୟାଟିଂ ବିଭାଗକୁ ବେଶ ମଜବୁତ କରିବେ। ତେବେ ପାଳି ଆରମ୍ଭ କରିବେ ଡିକକ ଓ ରୋହିତ ଶର୍ମା। ତେବେ ଟୁର୍ଣ୍ଣାମେଣ୍ଟ ଆଗେଇବା ସହ ସେ ମିଡ଼ିଲ ଅର୍ଡର ବ୍ୟାଟିଂ ସମ୍ଭାଳିବେ ବୋଲି ରୋହିତ ସଂକେତ ମଧ୍ୟ ଦେଇଛନ୍ତି।
ସେପଟେ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ (Mahendra Singh Dhoni) ଙ୍କ ଉପରେ ସମସ୍ତଙ୍କ ନଜର ରହିବ। କାରଣ କୋରୋନା କାରଣରୁ ଦଳର ଅଧିକାଂଶ ଖେଳାଳି ସଂକ୍ରମିତ ହୋଇଥିଲେ। ଏହା ସହିତ ଦଳର ଦୁଇ ଅଭିଜ୍ଞ ଖେଳାଳି ସୁରେଶ ରାଇନା (Suresh Raina) ଓ ହରଭଜନ ସିଂ (Harbhajan Singh) ନିଜ ବ୍ୟକ୍ତିଗତ କାରଣରୁ ଭାରତ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସୁରେଶ ରାଇନା ଚେନ୍ନାଇ ପାଇଁ ବେଶ ମହଙ୍ଗା ସାବ୍ୟସ୍ତ ହୋଇଥାନ୍ତି। ତେବେ ରାଇନାଙ୍କ ବଦଳରେ ଅମ୍ବାତି ରାୟୁଡ଼ୁ, ଡ୍ୱେନ ବ୍ରାଭୋ, ପାଫ ଡୁ ପ୍ଲେସିସ, କେଦାର ଯାଦବ, ରବୀନ୍ଦ୍ର ଜାଡ଼େଜା ପ୍ରମୁଖ ବ୍ୟାଟିଂ ଅର୍ଡର ସମ୍ଭାଳିବେ। ସେହିପରି ବୋଲିଂ ବିଭାଗ ଦୀପକ ଚହର, ଇମ୍ରାନ ତାହିର, ଲୁଙ୍ଗି ଏନଗିଡ଼ି, ସାର୍ଦ୍ଦୁଳ ଠାକୁର ଓ ପୀୟୁଷ ଚାଓ୍ୱଲା ପ୍ରମୁଖ ବୋଲିଂ ବିଭାଗ ସମ୍ଭାଳିବେ।
ଏହି ଟୁର୍ଣ୍ଣାମେଣ୍ଟରେ କିନ୍ତୁ ଧୋନୀ (Dhoni) ଙ୍କୁ ଉପରେ ସମସ୍ତଙ୍କ ନଜର ରହିବ। ନିକଟରେ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଗ୍ରହଣ କରିଛନ୍ତି। ଗତ ଅଗଷ୍ଟ ମାସ ୧୫ ତାରିଖରେ ସନ୍ଧ୍ୟାରେ ନିଜର ଅବସର ଘୋଷଣା କରିଥିଲେ। ଏହା ପୂର୍ବରୁ ପାଖାପାଖି ଏକ ବର୍ଷ ପର୍ଯ୍ୟନ୍ତ ଧୋନୀଙ୍କୁ କ୍ରିକେଟ ମୈଦାନରେ ଦେଖିବାକୁ ପାଇନଥିଲେ ଦର୍ଶକ। ତେବେ ପାଖାପାଖି ୪୦୦ ଦିନ ପରେ ଧୋନୀଙ୍କୁ ମୈଦାନରେ ଦେଖିବେ ଦର୍ଶକ। ୨୦୦୭ ମସିହାରେ ପ୍ରଥମ ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପ ବିଜୟୀ କରାଇବା ପରେ ଆଇପିଏଲରେ ଚେନ୍ନାଇର ଅଧିନାୟକ ଦାୟିତ୍ୱ କ୍ରମାଗତ ଭାବେ ତୁଲାଇ ଆସୁଛନ୍ତି। ତେବେ ଧୋନୀଙ୍କ ନେତୃତ୍ୱରେ ଦଳ କ୍ରମାଗତ ଭାବେ ଚାମ୍ପିଆନ ହୋଇ ଆସୁଛି।
ଆଇପିଏଲ ମଧ୍ୟରେ ଚେନ୍ନାଇ ସୁପର କିଙ୍ଗସ ୩ ଥର ଚାମ୍ପିଅନ ହୋଇଥିବା ବେଳେ ୫ ଥର ରନର୍ସ ଅପ ରହିଛି। ସେହିପରି ମୁମ୍ବାଇ ଇଣ୍ଡିଆନସ କଥା ଯଦି ଦେଖାଯାଏ, ତେବେ ୨୦୧୦ ମସିହାରେ ଥରେ ରନର୍ସ ଅପ ହୋଇଥିବା ବେଳେ ସର୍ବାଧିକ ୪ ଥର ରନର୍ସ ଅପ ହୋଇଛି।
ମୁ୍ମ୍ବାଇ ଇଣ୍ଡିଆନସ ସମ୍ଭାବ୍ୟ ଏକାଦଶ: ରୋହିତ ଶର୍ମା(ଅଧିନାୟକ), କ୍ୱିଣ୍ଟନ ଡି କକ, ସୂର୍ଯ୍ୟକୁମାର ଯାଦବ, ଇଶାନ କିଷନ, ହାର୍ଦ୍ଦିକ ପାଣ୍ଡ୍ୟା, କିରଣ ପୋଲାର୍ଡ, କ୍ରୁଣାଲ ପାଣ୍ଡ୍ୟା, ରାହୁଲ ଚହର, ଧଓ୍ୱଲ କୁଲକର୍ଣ୍ଣି, ଯଶପ୍ରୀତ ବୁମରା, ଟ୍ରେଣ୍ଟ ବୋଲଟ
ଚେନ୍ନାଇ ସୁପର କିଙ୍ଗସ ସମ୍ଭାବ୍ୟ ଏକାଦଶ: ମହେନ୍ଦ୍ର ସିଂହ ଧୋନୀ(ଅଧିନାୟକ), ଅମ୍ବାତି ରାୟୁଡ଼ୁ, ଡ୍ୱେନ ବ୍ରାଭୋ, ଫାପ ଡୁ ପ୍ଲେସିସ, କେଦାର ଯାଦବ, ରବୀନ୍ଦ୍ର ଜାଡ଼େଜା, ସେନ ଓ୍ୱାଟସନ, ଦୀପକ ଚହର, ଇମ୍ରାନ ତାହିର/ଲୁଙ୍ଗି ଏନଗିଡ଼ି, ସାର୍ଦ୍ଦୁଲ ଠାକୁର, ପୀୟୁଷ ଚାଓ୍ୱଲା।
ସୂଚନାଯୋଗ୍ୟ ଦୁବାଇରେ ୩ଟି ଭେନ୍ୟୁରେ ଚଳିତ ବର୍ଷର ଆଇପିଏଲର ମ୍ୟାଚ ଗୁଡ଼ିକ ଖେଳାଯିବ। ୮ଟି ଦଳ ଟ୍ରଫି ପାଇଁ ଲଢେଇ ଜାରି ରଖିବେ। ଏହି ଆଇପିଏଲରେ ମୋଟ ୫୬ଟି ଲିଗ ମ୍ୟାଚ ସହିତ ୬୦ଟି ମ୍ୟାଚ ଖେଳାଯିବ। ଆସନ୍ତା ନଭେମ୍ବର ୧୦ ତାରିଖରେ ଫାଇନାଲ ମ୍ୟାଚ ଖେଳାଯିବ। ସେହିପରି କୋରୋନା ସଂକଟକୁ ଦୃଷ୍ଟିରେ ରଖି ଡବଲ ହେର୍ଡର ମ୍ୟାଚ ସଂଖ୍ୟାକୁ କମାଇ ଦିଆଯାଇଛି। ଶନିବାର ଓ ରବିବାର ଦୁଇଟି ଲେଖାଏଁ ମ୍ୟାଚ ଖେଳାଯିବାକୁ ନିଷ୍ପତ୍ତି ହୋଇଛି।
ଏହି ଦଳ ଗୁଡ଼ିକର ଆଇପିଏଲ ରେକର୍ଡ ଯଦି ଦେଖାଯାଏ ତେବେ ମୁମ୍ବାଇ ଇଣ୍ଡିଆନ୍ସ ସର୍ବାଧିକ ୪ (୨୦୧୩,୨୦୧୫,୨୦୧୭,୨୦୧୯) ଥର ବିଜେତା ହୋଇଥିବା ବେଳେ ଚେନ୍ନାଇ ସୁପର କିଙ୍ଗସ ୩ (୨୦୧୦, ୨୦୧୧,୨୦୧୮) ଥର, କୋଲକାତା ନାଇଟ ରାଇଡର୍ସ ୨ (୨୦୧୨,୨୦୧୪) ଦୁଇଥର, ରାଜସ୍ଥାନ(୨୦୦୮), ଡେକାନ ଚାର୍ଜର୍ସ (୨୦୦୯) ଓ ସନରାଇଜର୍ସ ହାଇଦ୍ରାବାଦ (୨୦୧୬) ଥରେ ଲେଖାଏଁ ଟ୍ରଫି ହାସଲ କରିଛନ୍ତି।
ଚଳିତ ଆଇପିଏଲର ଫ୍ରାଞ୍ଚାଇଜ: ଚେନ୍ନାଇ ସୁପର କିଙ୍ଗସ, ଦିଲ୍ଲୀ କ୍ୟାପିଟାଲ୍ସ, କିଙ୍ଗସ ଏକାଦଶ ପଞ୍ଚାବ, କୋଲକାତା ନାଇଟ ରାଇଡର୍ସ, ମୁମ୍ବାଇ ଇଣ୍ଡିଆନ୍ସ, ରାଜସ୍ଥାନ ରୟାଲ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ସନରାଇଜର୍ସ ହାଇଦ୍ରାବାଦ