Model Tania Singh: ଆଇପିଏଲରେ ବିବାଦ ଘେରରେ ସନରାଇଜର୍ସ ହାଇଦ୍ରାବାଦ ଖେଳାଳି ଅଭିଷେକ ଶର୍ମା। ମଡେଲ ତାନିଆ ସିଂଙ୍କ ଆତ୍ମହତ୍ୟା ପରେ ପଞ୍ଜାବ କ୍ରିକେଟର ଅଭିଷେକ ଶର୍ମା ଏବେ ପୋଲିସ ସ୍କାନରରେ। ଫେବୃଆରୀ ୨୦ରେ ସୁରଟର ମଡେଲ ତାନିଆ ସିଂ ଆତ୍ମହତ୍ୟା କରିଥିବା ସୂଚନା ମିଳିଥିଲା। ସୁରଟ ଭେସୁ ରୋଡରେ ଥିବା ହାପି ଏଲିଗାନ୍ସ ଆପାର୍ଟମେଣ୍ଟରେ ତାନିଆ ଆତ୍ମହତ୍ୟା କରିଥିଲେ । ଏହା ପରେ ସୁରଟ ପୋଲିସ ଅଲରାଉଣ୍ଡର ଅଭିଷେକ ଶର୍ମାଙ୍କୁ ପଚରାଉଚରା ପାଇଁ ଡାକିଥିବା ସୂଚନା ରହିଛି। 


COMMERCIAL BREAK
SCROLL TO CONTINUE READING

ଫେବୃଆରୀ ୧୯ ତାରିଖ ବିଳମ୍ବିତ ରାତିରେ ମଡେଲ ତାନିଆ ସିଂ (Tania Singh) ତାଙ୍କ ଘରେ ଆତ୍ମହତ୍ୟା କରିଥିଲେ। ତାନିଆ ପ୍ରାୟ ଦୁଇ ବର୍ଷ ଧରି ଫ୍ୟାଶନ୍ ଡିଜାଇନ୍ ଏବଂ ମଡେଲିଂ ଅଧ୍ୟୟନ କରୁଥିଲେ । ମଡେଲିଂ ସହିତ ତାନିଆ ଇଭେଣ୍ଟ ପରିଚାଳନା କାର୍ଯ୍ୟ ମଧ୍ୟ କରିଥିଲେ । ତାନିଆ ଆତ୍ମହତ୍ୟା କରିବା ପରେ ହିଁ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ତାନିଆଙ୍କ ଫୋନ୍ ଯାଞ୍ଚ ସମୟରେ ତାଙ୍କ ଫୋନରୁ ଶେଷ କଲ୍ ଅଭିଷେକ ଶର୍ମାଙ୍କୁ (Abhishek Sharma) କରାଯାଇଥିଲା।


ମିଡିଆ ରିପୋର୍ଟ ଅନୁଯାୟୀ ଇନଷ୍ଟାଗ୍ରାମରେ(Instagram Post) ତାନିଆ ସିଂ ଏବଂ ଅଭିଷେକ ଶର୍ମାଙ୍କର ଅନେକ ଫଟୋ ରହିଛି। ତାନିଆଙ୍କ ମୋବାଇଲରୁ ଅଭିଷେକଙ୍କୁ ଅନେକ ମେସେଜ୍ ମଧ୍ୟ ପଠାଯାଇଥିଲା । ସେଥିପାଇଁ ଅଭିଷେକଙ୍କୁ ପଚରାଉଚରା କରାଯାଉଛି। ଅଭିଷେକ ଶର୍ମା ଘରୋଇ କ୍ରିକେଟରେ ପଞ୍ଜାବ ଏବଂ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳୁଛନ୍ତି। ଅଲରାଉଣ୍ଡର ଅଭିଷେକ ଆଇପିଏଲର ୪୭ ଟି ମ୍ୟାଚରେ ୮୯୩ ରନ୍ ସଂଗ୍ରହ କରି ୯ୱିକେଟ୍ ନେଇଛନ୍ତି। ତାଙ୍କର ସର୍ବାଧିକ ସ୍କୋର ହେଉଛି ୭୫ ରନ୍। ୨୦୨୨ ଆଇପିଏଲ୍ ନିଲାମରେ ଅଭିଷେକଙ୍କୁ ସନରାଇଜର୍ସ ହାଇଦ୍ରାବାଦ ୬ କୋଟି ଟଙ୍କାରେ କିଣିଥିଲା।


Also Read: ଦୁର୍ଘଟଣାରେ ଚାଲିଗଲେ ବାପାପୁଅ, ଖବର ଶୁଣି ଦାଦାର ମୃତ୍ୟୁ


Also Read: ୫ ଦଶକର ରାଜନୀତି କ୍ୟାରିୟରରେ ବିରାମ, ଆଖିବୁଜିଲେ ମହାରାଷ୍ଟ୍ରର ପୂର୍ବ CM ମନୋହର ଯୋଶୀ