ନୂଆଦିଲ୍ଲୀ: ଲେବାନନ ଉପରେ ଘନ ଘନ ରକେଟ୍ ମାଡ କରିଛି ଇସ୍ରାଏଲ୍ । ଫଳରେ ଅନେକ ସ୍ଥାନରେ ତାଣ୍ଡବ ରଚିଥିବା ଦୃଶ୍ୟ ସାମ୍ନାକୁ ଆସିଛି । ଏହି ରକେଟ୍ ମାଡରେ ପ୍ରାୟ ୧୮୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଥିସହ ୪ଶହରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିବା କୁହାଯାଉଛି ।


COMMERCIAL BREAK
SCROLL TO CONTINUE READING

ହେଜବୁଲ୍ଲା ଏବଂ ଇସ୍ରାଏଲ ବିବାଦ ଅଧିକ ଘନଉଥିବା ସମୟରେ ଇସ୍ରାଏଲ୍ ସେନା ଲେବାନନ ଉପରେ ରକେଟ୍ ମାଡ କରି ରାଗ ସୁଝାଇଛି । ବଡ଼ ଧରଣର ଆକ୍ରମଣ ହୋଇଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ଅଧିକ ବଢିପାରେ ବୋଲି ଆକଳନ କରାଯାଇଛି । ଆକ୍ରମଣ ପୂର୍ବରୁ ଇସ୍ରାଏଲ ସେନା ପକ୍ଷରୁ ଏକ ଭିଡିଓ ଜାରି କରାଯାଇଥିଲା ଏବଂ ସେଥିରେ ଲେବାନନର ସମର୍ଥିତ ସଂଗଠନ ହେଜବୁଲ୍ଲା ଅସ୍ତ୍ରଶସ୍ତ୍ର ସଂରକ୍ଷଣ କରି ରଖୁଛି ବୋଲି କୁହାଯାଇଥିଲା । ଏଥିସହ ଲୋକମାନଙ୍କୁ ସ୍ଥାନ ଛାଡି ଚାଲିଯିବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା । କେଉଁ ସ୍ଥାନରେ ରକେଟ୍ ମାଡ କରାଯିବ ତାହର ମାନଚିତ୍ର ମଧ୍ୟ ଇସ୍ରାଏଲ ପକ୍ଷରୁ ପ୍ରକାଶ କରାଯାଇଥିଲା । ଯେଉଁଥିରେ ଦକ୍ଷିଣ ଲେବାନନର ୧୭ଟି ଗାଁ ଏବଂ ସହର ଅନ୍ତର୍ଭୁକ୍ତ ଥିଲା ।


Also Read- Guru Chandra Yuti 2024: ବୃଷ ରାଶିରେ ୨ ଗ୍ରହ ମିଳନ, ୩ ରାଶିର ଫିଟିବ ଭାଗ୍ୟ


Also Read- ଆକାଶରୁ ଖସିଲା ମୃତ୍ୟୁ, ୫ ଛାତ୍ରଙ୍କ ସହ ଗଲା ୮ ଜୀବନ