ଆକାଶରୁ ଖସିଲା ମୃତ୍ୟୁ, ୫ ଛାତ୍ରଙ୍କ ସହ ଗଲା ୮ ଜୀବନ
Advertisement
Article Detail0/zeeodisha/odisha2443300

ଆକାଶରୁ ଖସିଲା ମୃତ୍ୟୁ, ୫ ଛାତ୍ରଙ୍କ ସହ ଗଲା ୮ ଜୀବନ

ମୃତକଙ୍କ ମଧ୍ୟରେ ପାଞ୍ଚ ଜଣ ଛାତ୍ର ଏବଂ ତିନି ଜଣ ଯୁବକ ରହିଥିବା ସୂଚନା ମିଳିଛି । ଏହି ଦୁଃଖଦ ଘଟଣା ସୋମାନି ପୋଲିସ୍ ଷ୍ଟେସନ ଅଞ୍ଚଳରେ ଘଟିଛି।

ଆକାଶରୁ ଖସିଲା ମୃତ୍ୟୁ, ୫ ଛାତ୍ରଙ୍କ ସହ ଗଲା ୮ ଜୀବନ

Lightning Strike: ଛତିଶଗଡରୁ ବଡ଼ ଖବର ସାମ୍ନାକୁ ଆସିଛି । ରାଜନନ୍ଦଗାଓଁର ଜୋରାଟାରାଇରେ ବଜ୍ରପାତ କାରଣରୁ ମୋଟ ୮ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ପାଞ୍ଚ ଜଣ ଛାତ୍ର ଏବଂ ତିନି ଜଣ ଯୁବକ ରହିଥିବା ସୂଚନା ମିଳିଛି । ଏହି ଦୁଃଖଦ ଘଟଣା ସୋମାନି ପୋଲିସ୍ ଷ୍ଟେସନ ଅଞ୍ଚଳରେ ଘଟିଛି। ସ୍କୁଲ ପିଲାମାନେ ଘରକୁ ଫେରୁଥିବା ସମୟରେ ବଜ୍ରପାତର ଶିକାର ହୋଇଥିଲେ ।

ରିପୋର୍ଟ ଅନୁଯାୟୀ, ବଜ୍ରପାତରେ ଜଣେ ଛାତ୍ରଙ୍କ ଅବସ୍ଥା ଗୁରୁତର ରହିଥିବା କୁହାଯାଉଛି । ରାଜନନ୍ଦଗାଓନ କଲେକ୍ଟର ସଞ୍ଜୟ ଅଗ୍ରୱାଲ ଏହି ଘଟଣାକୁ ନିଶ୍ଚିତ କରିଛନ୍ତି । ସମସ୍ତ ୬ ଜଣ ଛାତ୍ର ପିଲା ଏକାଦଶ ଶ୍ରେଣୀର ଛାତ୍ର । ସେମାନେ ପରୀକ୍ଷା ଦେବା ପରେ ଘରକୁ ଫେରୁଥିଲେ।

ରାସ୍ତାରେ ପ୍ରବଳ ବର୍ଷା ହେବା କାରଣରୁ ନିଜକୁ ବଞ୍ଚାଇବା ପାଇଁ ସମସ୍ତେ ଏକ ଗଛ ତଳେ ଆଶ୍ରୟ ନେଇଥିଲେ । ଏହି ସମୟରେ ହଠାତ୍ ବଜ୍ରପାତ ହେବା କାରଣରୁ  ପାଞ୍ଚ ଜଣ ଛାତ୍ର ଘଟଣାସ୍ଥଳରେ ପ୍ରାଣ ହରାଇଥିବସେ ଏବଂ ଜଣେ ଗୁରୁତର ଆହତ ହୋଇଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତି ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରାଯାଇଛି । ନିୟମ ଅନୁଯାୟୀ ଗୁରୁତର ଆହତଙ୍କୁ ମଧ୍ୟ କ୍ଷତିପୂରଣ ଦିଆଯିବ ବୋଲି କୁହାଯାଇଛି 

Also Read- ଓସ୍କାର ଆୱାର୍ଡ ଦୌଡ଼ରେ ହିନ୍ଦୀ ଫିଲ୍ମ 'ଲାପତା ଲେଡିଜ୍'

Also Read- Top 10 News Today: ଭରତପୁର ଥାନାରେ ଟଙ୍ଗା ହେଲା ଲଙ୍କା ଲେମ୍ୱୁ, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର