ବଦଲା ନେଲା ଇସ୍ରାଏଲ; ଏୟାରଷ୍ଟ୍ରାଇକରେ ଥରହର ହୋଇଉଠିଲା ହମାସ ଆତଙ୍କବାଦୀ କ୍ୟାମ୍ପ
ଶୁକ୍ରବାର ଦେଶର ଦକ୍ଷିଣ ଭାଗରେ ରକେଟ ଆକ୍ରମଣ କରିଥିବା ହମାସ ଆତଙ୍କବାଦୀଙ୍କ ବିରୁଦ୍ଧରେ ଜୋରଦାର ବିମାନ ଆକ୍ରମଣ କରିଛି ଇସ୍ରାଏଲ ସେନା। ଏହି ଆକ୍ରମଣ ଥରହର ହୋଇଉଠିଛି ହମାସ ଆତଙ୍କ ଗୋଷ୍ଠୀର କ୍ୟାମ୍ପ।
ଜେରୁଜେଲମ: ରାଷ୍ଟ୍ରୀୟ ସୁରକ୍ଷା ମାମଲାରେ ପ୍ରତିଦ୍ୱନ୍ଦ୍ୱୀଙ୍କ ପ୍ରତି କୌଣସି ପରିସ୍ଥିତିରେ କୋହଳ ମନୋଭାବ ଦେଖାଉନଥିବା ଇସ୍ରାଏଲ ଏବେ ପୁଣି ଥରେ ନିଜର ଆକ୍ରମଣାତ୍ମକ ରୂପ ବିଶ୍ୱ ସମୁଦାୟକୁ ଦେଖାଇଛି। ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାଲେଷ୍ଟାଇନ ମାଟିରୁ ଦେଶର ଦକ୍ଷିଣ ଭାଗରେ ହୋଇଥିବା ରକେଟ ଆକ୍ରମଣର ବଦଲା ନେଇଛି ଇସ୍ରାଏଲ ସେନା।
ପ୍ରଥମେ ପାଲେଷ୍ଟାଇନ ମାଟିରୁ ଇସ୍ରାଏଲ ଉପରେ ରକେଟ ମାଡ (Rocket Attack) କରିଥିଲା ହମାସ ଆତଙ୍କବାଦୀ ସଙ୍ଗଠନ (Hamas Terror Group)। ଏନେଇ ଇସ୍ରାଏଲ ସେନା (Israel Army) ପକ୍ଷରୁ କୁହାଯାଇଛି ଦେଶର ରକେଟ ନିର୍ମାଣ, ସୈନ୍ୟ ଶିବିରକୁ ଟାର୍ଗେଟ କରି ରକେଟ ଆକ୍ରମଣ କରିଥିଲେ ହମାସ ଆତଙ୍କବାଦୀ। ଏହି ଆକ୍ରମଣର ଜବାବ ଦେବାକୁ ଯାଇ ଶନିବାର ପାଲେଷ୍ଟାଇନସ୍ଥିତ (Palastine) ଗାଜା ଷ୍ଚ୍ରିପ (Gaza Strip) ଠାରେ ଅବସ୍ଥିତି ହମାସ ଆତଙ୍କୀ ଗୋଷ୍ଠୀର ଆଡ୍ଡା ଉପରେ ଜୋରଦାର ବିମାନ ଆକ୍ରମଣ (Airstrike) କରିଥିଲା।
ଶନିବାର ଗାଜ ସହରର ପୂର୍ବ ଭାଗରେ ଉପସ୍ଥିତି ଜମାଇଥିବା ହମାସ ଆତଙ୍କବାଦୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ନେଇ ସ୍ପଷ୍ଟ କରିଛି ଇସ୍ରାଏଲ ସେନା। ଏହା ଦ୍ୱାରା ହୋଇଥିବା କ୍ଷୟକ୍ଷତି ବାବଦରେ କିଛି ଜଣାପଡିନାହିଁ। ଏହି ବିମାନ ଆକ୍ରମଣ ସମ୍ପର୍କରେ ମତ ରଖି ଇସ୍ରାଏଲ ସୈନ୍ୟବାହିନୀ ପକ୍ଷରୁ କୁହାଯାଇଛି ଶୁକ୍ରବାର ଦେଶର ଉପକୂଳବର୍ତ୍ତୀ ସହର ଅଶ୍କେଲୋନକୁ ଟାର୍ଗେଚ କରି ଗାଜା ଷ୍ଟ୍ରିପରୁ ରକେଟ ଆକ୍ରମଣ କରିଥିଲା ହମାସ।
Also Read: ଇସ୍ରାଏଲ ଆକ୍ରମଣରେ ଥରହର ଇରାନ, ଏୟାରଷ୍ଟ୍ରାଇକରେ ଧ୍ୱଂସ ହେଲା ପରମାଣୁ କେନ୍ଦ୍ର ଏବଂ ମିସାଇଲ ବେସ
ହେଲେ ଦେଶର ସୀମାବର୍ତ୍ତୀ ଅଞ୍ଚଳରେ ରହିଥିବା କ୍ଷେପଣାସ୍ତ୍ର ପ୍ରତିରୋଧ ପ୍ରଣାଳୀ (Missile Defense System) କାରଣରୁ ହମାସ ଗୋଷ୍ଠୀ ପକ୍ଷରୁ କରାଯାଇଥିବା ରକେଟ ଆକ୍ରମଣ ବିଫଳ ହୋଇଥିଲା। ଏହି ରକେଟ ଆକ୍ରମଣ ଦ୍ୱାରା ପ୍ରାୟ ମାସେରୁ ଉର୍ଦ୍ଧ୍ୱ ସମୟ ଶାନ୍ତ ରହିଥିବା ଇସ୍ରାଏଲ-ପାଲେଷ୍ଟାଇନ ସୀମାରେ ପୁଣି ଥରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଚି ହୋଇଛି।
ଯଦିଓ ଏହି ଆକ୍ରମଣ ପାଲେଷ୍ଟାଇନ ମାଟିରୁ ପରିଚାଳିତ ହେଉଥିବା କୌଣସି ଆତଙ୍କବୀଦ ସଙ୍ଗଠନ ନେଇନାହିଁ ହେଲେ ଏହା ପଛରେ ହମାସ ରହିଥିବାର ସନ୍ଦେହ କରାଯାଉଛି। କାରଣ ବିଗତ କିଛି ବର୍ଷ ଧରି ହମାସ ଆତଙ୍କବାଦୀ ଗୋଷ୍ଠୀ ଇସ୍ରାଏଲ ଉପରେ ଆକ୍ରମଣ କରିବାକୁ ଷଡଯନ୍ତ୍ର କରିବା ଜାରି ରଖିଛନ୍ତି।
Also Read: ଇସ୍ରାଏଲ ଆକ୍ରମଣରେ ଥରହର ପାଲେଷ୍ଟାଇନ, ଏୟାରଷ୍ଟ୍ରାଇକରେ ଧ୍ୱଂସ ହେଲା ହମାସ ବେସ
ପାଲେଷ୍ଟାଇନରୁ କରାଯାଉଥିବା ରକେଟ୍ ଆକ୍ରମଣ ଏବଂ ଏହାର ଜବାବ ଦେବାକୁ ଯାଇ ଇସ୍ରାଏଲର ବାରମ୍ବାର ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ୨୦୦୭ ପର ଠାରୁ ଗାଜାରେ ହମାସ ଆତଙ୍କବାଦୀ ଏବଂ ଇସ୍ରାଏଲ ସେନା ମଧ୍ୟରେ ୩ ଥର ଯୁଦ୍ଧ ହୋଇସାରିଛି। ମାତ୍ର ଇସ୍ରାଏଲର ତତ୍କାଳ ଜବାବୀ କାର୍ଯ୍ୟାନୁଷ୍ଠାନ କାରଣରୁ ହମାସ ଭୟତ୍ରସ୍ତ ହୋଇପଡିଛି।