ତେଲ ଆଭିଭ: ଦେଶର ସୁରକ୍ଷା କବଚ ମାଗିଥିଲେ ୟୁଏଇ ଏବଂ ସାଉଦି ଆରବ। ହେଲେ ଏହାକୁ ଦେବା ପାଇଁ ମନା କରି ଦେଇଛି ଇସ୍ରାଏଲ। କ'ଣ ଏହି ସୁରକ୍ଷା କବଚ ଯାହାକୁ କୌଣସି ଦେଶକୁ ଦେବା ପାଇଁ ମନାକରିଛି ଇସ୍ରାଏଲ। ରାଷ୍ଟ୍ରୀୟ ସୁରକ୍ଷାକୁ ନେଇ ସବୁବେଳେ ତତ୍ପର ରହୁଥିବା ଇସ୍ରାଏଲ ଏଭଳି ପଦକ୍ଷେପ କାହିଁକି ନେଇଛି ତାହାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା।


COMMERCIAL BREAK
SCROLL TO CONTINUE READING

ନିକଟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ (Israel Prime Minister) ନାଫତାଲି ବେନେଟ୍ଟ (Naftali Bennett) ସଂଯୁକ୍ତ ଆରବ ଏମିରେଟ୍ସ (United Arab Emirates) ୟୁଏଇ (UAE) ଗସ୍ତରେ ଆସିଥିଲେ। ଏହି ଗସ୍ତ ଅବସରରେ ଉଭୟ ଦେଶ ମଧ୍ୟରେ ଅନେକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା। ଉଭୟ ଦେଶ ଏହାକୁ ଐତିହାସିକ ବୋଲି କହିତିଲେ। ଯଦିଓ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ୟୁଏଇ ଇସ୍ରାଏଲ୍ (Israel) ଦ୍ୱାରା ବିକଶିତ ଏରିୟଲ ଡିଫେନ୍ସ ସିଷ୍ଟମ (Air Defense System) କିଣିବାକୁ ଆଗ୍ରହୀ ଥିଲା ହେଲେ ଇସ୍ରାଏଲ୍ ଏନେଇ ହେବାକୁ ଥିବା ଚୁକ୍ତିନାମାହରେ ସ୍ୱାକ୍ଷର କରିବାକୁ ମନା କରିଦେଇଛି।


Also Read: ଗାଦି ଛାଡିବା ପୂର୍ବରୁ ଘାଣ୍ଟିଦେଲେ ଟ୍ରମ୍ପ, ଦ୍ୱନ୍ଦ୍ୱରେ ବାଇଡେନ


ଆବ୍ରାହମ ବୁଝାମଣାରେ ସ୍ୱାକ୍ଷର କରିବା ପୂର୍ବରୁ ୟୁଏଇ ଇସ୍ରାଏଲୀ ଆଡଭାନ୍ସ ଏରିଆଲ୍ ଡିଫେନ୍ସ ବ୍ୟାଟେରୀ (Israeli Advanced Aerial Defense Battery), ଆଇରନ୍ ଡୋମ୍ (Israel Iron Dome) ଏବଂ ଡେଭିଡସ୍ ସ୍ଲିଙ୍ଗ ସିଷ୍ଟମ୍ (Israel David Sling System) କିଣିବାକୁ ଚାହୁଁଥିଲା। ୟୁଏଇ ସହିତ ସାଉଦି ଆରବ (Saudi Arabia) ମଧ୍ୟ ଇରାନ (Iran) ପଟୁ ରହିଥିବା ବିପଦକୁ ଦୃଷ୍ଟିରେ ରଖି ନିଜକୁ ସୁରକ୍ଷିତ ରଖିବା ପାଇଁ ବାୟୁ ପ୍ରତିରକ୍ଷା ପ୍ରଣାଳୀ କିଣିବାକୁ ଇଚ୍ଛା ପ୍ରକାଶ କରିଛି। ବର୍ତ୍ତମାନ ଅବ୍ରହାମ ଚୁକ୍ତିନାମା ସ୍ୱାକ୍ଷର ହେବା ପର ଠାରୁ, ୟୁଏଇ ଆଇରନ ଡୋମ କିଣିବା ପାଇଁ ଇସ୍ରାଏଲ ଉପରେ ଚାପ ପକାଉଛି। ହେଲେ ଇସ୍ରାଏଲ ଅନେକ କାରଣରୁ ଏଭଳି ଚୁକ୍ତିରେ ଆଗକୁ ବଢିବା ପାଇଁ ମନା କରିଦେଇଛି। 


ୟୁଏଇ ଏବଂ ଇରାନ ମଧ୍ୟରେ ସମ୍ପର୍କ ବିଗତ କିଛି ମାସ ମଧ୍ୟରେ ଉନ୍ନତ ହୋଇଛି। ଉଭୟ ଦେଶର ବିଦେଶ ମନ୍ତ୍ରୀ ପରସ୍ପର ସହ ଟେଲିଫୋନ ଯୋଗେ କଥାବାର୍ତ୍ତା କରିଛନ୍ତି। ଏହା ପରେ ୟୁଏଇ ବୈଦେଶିକ ମନ୍ତ୍ରୀ ଶେଖ ଅବଦୁଲ୍ଲା ବିନ୍ ଜାଏଦ ଇରାନର ବରିଷ୍ଠ କୂଟନୀତିଜ୍ଞ ହୋସେନ୍ ଆମୀର ଅବଦୁଲ୍ଲାୟାନଙ୍କୁ ସରକାରୀ ଗସ୍ତ ପାଇଁ ଆମନ୍ତ୍ରଣ କରିଥିଲେ। ଅବଦୁଲ୍ଲାହାନ କହିଛନ୍ତି ଯେ ଇରାନ ଏବଂ ୟୁଏଇ ମଧ୍ୟରେ ରହିଥିବା ସମ୍ପର୍କ ଗଭୀର ହେବାରେ ଲାଗିଛି। ଏହା ସହିତ ୟୁଏଇ ଜାତୀୟ ସୁରକ୍ଷା ପରାମର୍ଶଦାତା ତେହନୁନ୍ ବିନ୍ ଜାଏଦ ଅଲ ନାହିୟାନ୍ ନିକଟରେ ତେହେରାନ ଠାରେ ତାଙ୍କ ଇରାନୀ ପ୍ରତିପକ୍ଷଙ୍କୁ ଭେଟିଥିଲେ। ଏହା ପରେ ସେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ମଧ୍ୟ ଭେଟିଛନ୍ତି।


Also Read: Israel କ୍ଷେପଣାସ୍ତ୍ର ଆକ୍ରମଣରେ ଥରହର Syria, ରାତି ସାରା ସତର୍କ ରହିଲା Air Defense System


ଆତଙ୍କବାଦୀ ପ୍ରସଙ୍ଗକୁ ନେଇ ମୁହାମୁହିଁ ହୋଇଛନ୍ତି ଇରାନ-ଇସ୍ରାଏଲ। ଅନ୍ୟପଟେ ଦେଶର ସୁରକ୍ଷା କବଚ କୁହାଯାଉଥିବା ଇସ୍ରାଏଲୀ ଆଇରନ ଡୋମ ଯଦି ଶତ୍ରୁ ଦେଶ ହାତକୁ ଆସିଯାଏ ତାହେଲେ ଏହା ଦେଶର ସୁରକ୍ଷା ଉପରେ ବିପଦ ସୃଷ୍ଟି କରିବ। ବିଶ୍ୱରେ ଇସ୍ରାଏଲ ହେଉଛି ଏକମାତ୍ର ଦେଶ ଯିଏ ନିଜ ଅଧକୃତ ଭୂଖଣ୍ଡର କୌଣସି ସ୍ଥାନରେ ଶତ୍ରୁପକ୍ଷ ପକ୍ଷରୁ କ୍ଷେପଣାସ୍ତ୍ର ଆକ୍ରମଣ ନହେବ ପାଇଁ କ୍ଷେପଣାସ୍ତ୍ର ପ୍ରତିରୋଧ ପ୍ରଣାଳୀ (Israel Missile Defense System) ନିୟୋଜିତ କରିଛି।