ଗାଦି ଛାଡିବା ପୂର୍ବରୁ ଘାଣ୍ଟିଦେଲେ ଟ୍ରମ୍ପ, ଦ୍ୱନ୍ଦ୍ୱରେ ବାଇଡେନ
Advertisement
Article Detail0/zeeodisha/odisha808179

ଗାଦି ଛାଡିବା ପୂର୍ବରୁ ଘାଣ୍ଟିଦେଲେ ଟ୍ରମ୍ପ, ଦ୍ୱନ୍ଦ୍ୱରେ ବାଇଡେନ

ଆମେରିକା ପକ୍ଷରୁ ବିଭିନ୍ନ ଦେଶ ଉଦ୍ଦେଶ୍ୟରେ ସ୍ପଷ୍ଟ ବାର୍ତ୍ତା ଦେଇ ଜଣାଇଦେଇଛି ଋଷୀୟ ନିର୍ମିତ ଅସ୍ତ୍ରଶସ୍ତ୍ର କିଣିବାରୁ ଦୂରେଇ ରୁହ। 

ଗାଦି ଛାଡିବା ପୂର୍ବରୁ ଘାଣ୍ଟିଦେଲେ ଟ୍ରମ୍ପ, ଦ୍ୱନ୍ଦ୍ୱରେ ବାଇଡେନ

ନୂଆଦିଲ୍ଲୀ: ସାମରିକ କ୍ଷେତ୍ରରେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଯୁକ୍ତରାଷ୍ଟ୍ର ଆମେରିକା-ୟୁଏସଏ (USA-United States of America) ଲାଗି ଏବେ ଏକ ବଡ ଆହ୍ୱାନ ଉଭା ଭାବେ ହୋଇଛି ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଋଷିଆ (Russia) ଦ୍ୱାରା ନିର୍ମିତ ଏସ୪୦୦ ମିସାଇଲ ଡିଫେନ୍ସ ସିଷ୍ଟମ (s400 Missile Defense System)। ଏବେ ଏସ୪୦୦ କ୍ଷେପଣାସ୍ତ୍ର ପ୍ରତିରୋଧ ପ୍ରଣାଳୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି। 

ଭାରତ (India) ସମେତ ବିଶ୍ୱର ଅନ୍ୟାନ୍ୟ ଦେଶ ଏବେ ଏସ୪୦୦ ମିସାଇଲ ଡିଫେନ୍ସ ସିଷ୍ଟମ ହାତେଇବା ଲାଗି ଋଷ ସହ ଚୁକ୍ତି କରି ସାରିଛନ୍ତି। ହେଲେ ଏହାକୁ ସ୍ୱୀକାର କରିବା ଲାଗି ପ୍ରସ୍ତୁତ ନୁହେଁ ଆମେରିକା ପ୍ରଶାସନ। ଏପରିକି ଋଷୀୟ ନିର୍ମିତ ଅସ୍ତ୍ରଶସ୍ତ୍ର କ୍ରୟ ଦେଶଙ୍କ ଉପରେ ପ୍ରତିବନ୍ଧକ ଲଗାଇ ସାରିଛନ୍ତି ବର୍ତ୍ତମାନର ୟୁଏସଏ ରାଷ୍ଟ୍ରମୁଖ୍ୟ ଡୋନାଲ୍ଟ ଟ୍ରମ୍ପ (Donald Trump)। ଏପରି ଦେଶଙ୍କ ତାଲିକାରେ ରହିଛି ତୁର୍କୀ (Turkey)। 

ଏ ପ୍ରସଙ୍ଗରେ ଆମେରିକା ପକ୍ଷରୁ ଜାରି ହୋଇଥିବା ବୟାନରେ କୁହାଯାଇଛି ନିୟମ ଉଲଂଘନ କରି ଅସ୍ତ୍ରଶସ୍ତ୍ର କ୍ରୟ କରିବା ଅଭିଯୋଗରେ ତୁର୍କୀ ବିରୁଦ୍ଧରେ ପ୍ରତିବନ୍ଧକ ଲଗାଯାଇଛି। ବିଶ୍ୱର ଅନ୍ୟ ଦେଶ ଏପରି କାର୍ଯ୍ୟାନୁଷ୍ଠାନକୁ ଧ୍ୟାନରେ ରଖି "ଦି କାଉଣ୍ଟରିଂ ଆମେରିକା ଆଡଭରସାରିଜ୍ ଥ୍ରୁ ସାଂକସନ ଆକ୍ଟ"- ସିଏଏଟିଏସଏ (The Countering America's Adversaries Through Sanctions Act-CAATSA) ୨୩୧ ସେକ୍ସନର ପାଳନ କରିବେ। ଆମେରିକା ସିଏଏଟିଏସଏ ଆଇନ ମାଧ୍ୟମରେ ଋଷିଆ ନିର୍ମିତ ଅସ୍ତ୍ରଶସ୍ତ୍ର କିଣୁଥିବା ଦେଶଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଏ।

ଏନେଇ ଆମେରିକା ପକ୍ଷରୁ ବିଭିନ୍ନ ଦେଶ ଉଦ୍ଦେଶ୍ୟରେ ସ୍ପଷ୍ଟ ବାର୍ତ୍ତା ଦେଇ ଜଣାଇଦେଇଛି ଋଷୀୟ ନିର୍ମିତ ଅସ୍ତ୍ରଶସ୍ତ୍ର କିଣିବାରୁ ଦୂରେଇ ରୁହ। ଆଗକୁ ଭାରତ ଏହାର ପାରମ୍ପରିକ ସହଯୋଗୀ ଋଷିଆ ପାଖରୁ ଏସ୪୦୦ ମିସାଇଲ ଡିଫେନ୍ସ ସିଷ୍ଟମ ପାଇବାକୁ ଯାଉଛି। ଯାହା ବର୍ତ୍ତମାନ ଆମେରିକା ପ୍ରଶାସନ ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଭାବେ ଉଭା ହୋଇଛି। 

ଋଷିଆ ନିର୍ମିତ ଏସ୪୦୦ ମିସାଇଲ ଡିଫେନ୍ସ ସିଷ୍ଟମ ବିଶ୍ୱରେ ଏକ ବିପଦପୂର୍ଣ୍ଣ ଅସ୍ତ୍ର ଭାବେ ବିବେଚିତ। ଏହା ଭୂପୃଷ୍ଟରୁ ଆକାଶମାର୍ଗରେ ଯେକୌଣସି ସାମ୍ଭାବ୍ୟ ବାୟୁ ଆକ୍ରମଣକୁ ଚିହ୍ନଟ କରିପାରିବାର କ୍ଷମତା ରଖିଛି। ଏହି କ୍ଷେପଣାସ୍ତ୍ର ପ୍ରତିରୋଧ ପ୍ରଣାଳୀ ବିମାନ, କ୍ରୁଜ୍ କିମ୍ବା ପରମାଣୁ ଶକ୍ତିସମ୍ପନ୍ନ ମିସାଇଲକୁ ଏହାର ଟାର୍ଗେଟକୁ ଲକ୍ଷ୍ୟଭେଦ କରିବା ଆଗରୁ ୪୦୦ କିଲୋମିଟର ପୂର୍ବରୁ ନଷ୍ଟ କରିପାରେ। ଏଥିରେ ଅତ୍ୟାଧୁନିକ ରାଡାର  ସଜ୍ଜିତ ଏବଂ ଏହା ୬୦୦ କିଲୋମିଟର ଦୂରରେ ଥିବା ଟାର୍ଗେଟକୁ ଚିହ୍ନଟ କରିପାରିବ। ସାଟେଲାଇଟ ସହ ଏହା ସଂଯୁକ୍ତ ରହିବା କାରଣରୁ ଶତ୍ରୁପକ୍ଷର ଆକ୍ରମମ ସମ୍ପର୍କିତ ଆବଶ୍ୟକୀୟ ସଙ୍କେତ ଏବଂ ସୂଚନା ତୁରନ୍ତ ଉପଲବ୍ଧ କରିପାରେ। ଏହି ମିସାଇଲ ସିଷ୍ଟମ ଗୋଟିଏ ଥରରେ ୩୬ ଟାର୍ଗେଟକୁ ଲକ୍ଷ୍ୟଭେଦ କରିବାର କ୍ଷମତା ରଖିଛି। ଏପରିକି ଏହାକୁ କୌଣସି ଯୁଦ୍ଧ ମୈଦାନରେ ୫ ମିନିଟ୍ ମଧ୍ୟରେ ଶତ୍ରୁ ପକ୍ଷକୁ ଜବାବ ଦେବା ଲାଗି ନିୟୋଜିତ କରାଯାଇପାରିବ। 

fallback

ଆମେରିକା ନିକଟରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ "ଟର୍ମିନାଲ ହାଇ ଅଲ୍ଟିଟ୍ୟୁଡ ଏରିଆ ଡିଫେନ୍ସ-ଥାଡ୍" (Terminal High Altitude Area Defense-THAAD) ଏବଂ "ପ୍ୟାଟ୍ରିୟଟ୍" (Patriot) ମିସାଇଲ ସିଷ୍ଟମ ବ୍ୟବହାର କରୁଛି। ଯାହାକୁ ଆମେରିକା ନେତୃତ୍ୱାଦେଶ କେତେକ ନାଟୋ ଦେଶ ମଧ୍ୟ ଏହାକୁ ନିଜ ସେନାବାହିନୀରେ ସାମିଲ କରିଛନ୍ତି। ଅନ୍ୟପଟେ ଭାରତ ଏହାର ଅନ୍ୟତମ ଅସ୍ତ୍ରଶସ୍ତ୍ର ଯୋଗାଣକାରୀ ବନ୍ଧୁ ରାଷ୍ଟ୍ର ଇସ୍ରାଏଲ (Israel) ଦ୍ୱାରା ନିର୍ମିତ ବାରାକ ଆଣ୍ଟି ମିସାଇଲ ଡିଫେନ୍ସ ସିଷ୍ଟମ (Barak Anti Missile Defence System) ବ୍ୟବହାର କରୁଛି। 

fallback

କାରଣ ଆସନ୍ତା ବର୍ଷ ଜାନୁଆରୀ ୨୦ ତାରିଖରେ ୟୁଏସଏର ନୂତନ ରାଷ୍ଟ୍ରମୁଖ୍ୟ ଭାବେ ଶପଥ ନେବେ ଜୋ ବାଇଡେନ (Joe Biden)।  ଅନ୍ୟପଟେ କ୍ଷମତାରୁ ଅପସରି ଯିବେ ବର୍ତ୍ତମାନର ଆମେରିକୀୟ ରାଷ୍ଟ୍ରପତି ଟ୍ରମ୍ପ। ଯଦିଓ ଶପଥ ନେବା ଆମେରିକାର ପ୍ରସ୍ତାବିତ ରାଷ୍ଟ୍ରପତି ବାଇଡେନ ପିଏମ ମୋଦିଙ୍କ ସହ ମିଶି କରିବା ଲାଗି ଆଗ୍ରହୀ ବୋଲି ସ୍ପଷ୍ଟ କରିସାରିଛନ୍ତି। ହେଲେ ଏବେ ନଜର ରହିଛି ଭାରତ-ଋଷିଆ ଏସ୪୦୦ ଚୁକ୍ତିକୁ ନେଇ ରାଷ୍ଟ୍ରପତି ବାଇଡେନଙ୍କ ନେତୃତ୍ୱାଧିନ ପ୍ରଶାସନ କ'ଣ ଆଭିମୁଖ୍ୟ ଗ୍ରହଣ କରୁଛି। 

  fallback         
 
ଗତ ୨୦୧୮ରେ ଭାରତ ୫.୪୩ ବିଲିୟନ ଆମେରିକାନ ଡଲାର ମୂଲ୍ୟରେ ୫ଟି ମିସାଇଲ ଡିଫେନ୍ସ ସିଷ୍ଟମ ୟୁନିଟ ଆମଦାନୀ କରିବକୁ ଯାଉଛି। ଏନେଇ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଯୋଗାଣକାରୀ ସହଯୋଗୀ ଋଷିଆ ସହ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଆମେରିକାର ଅଭିଯୋଗ ସତ୍ତ୍ୱେ କୂଟନୈତିକ ସ୍ତରରେ ମୋଦି ସରକାର ଟ୍ରମ୍ପ ପ୍ରଶାସନ ସହ ଆଲୋଚନା ମାଧ୍ୟମରେ ଏହି ବିବାଦର ସମାଧାନ କରିଥିଲେ। ଗାଦି ଛାଡିବା ପୂର୍ବରୁ ବର୍ତ୍ତମାନର ଆମେରିକୀୟ ରାଷ୍ଟ୍ରପତି ତୁର୍କୀ ଉପରେ ପ୍ରତିବନ୍ଧକ ଲଗାଇ ସାରିଛନ୍ତି। ଅନ୍ୟପଟେ ଆସନ୍ତା ବର୍ଷ ଠାରୁ ଆମେରିକା ରାଷ୍ଟ୍ରପତି ଦାୟିତ୍ୱ ନେବାକୁ ଯାଉଥିବା ବାଇଡେନଙ୍କ ଏ ପ୍ରସଙ୍ଗରେ କିଭଳି ଆଭମୁଖ୍ୟ ଗ୍ରହଣ କରୁଛନ୍ତି ତାହା ନିକଟ ଭବିଷ୍ୟତରେ ସ୍ପଷ୍ଟ ହୋଇଯିବ।      

fallback

ଆମେରିକା ଚାହୁଁଛି ପ୍ରତିରକ୍ଷା ସାମଗ୍ରୀ କ୍ରୟ କରିବା ମାମଲାରେ ଭାରତ ଋଷିଆ ଉପରେ ନିର୍ଭରଶୀଳ ନହେଉ। ବିଦାୟୀ ରାଷ୍ଟ୍ରପତି ଟ୍ରମ୍ପ ଅନେକ ଥର ଏହି ଇଚ୍ଛା ପ୍ରକାଶ କରିଛନ୍ତି। ଏହା ପଛରେ ଅସ୍ତ୍ରଶସ୍ତ୍ର କାରାବାର ସହ ଜଡିତ ସ୍ୱାର୍ଥ ରହିଛି। ଏପରିକି ନିଜେ ରାଷ୍ଟ୍ରପତି ଟ୍ରମ୍ପ ଆମେରିକା ରାଷ୍ଟ୍ରପତି ଦାୟିତ୍ୱ ନେବା ପରଠୁ ଭାରତ ସହିତ ଅନେକ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷର କରିଛନ୍ତି। ଗତବର୍ଷ ଭାରତ ଗସ୍ତ ସମୟରେ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ୩.୫ ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ଅସ୍ତ୍ରଶସ୍ତ୍ର ଆମଦାନୀ କରିବା ଚୁକ୍ତିକୁ ମୋହର ମାରିଛନ୍ତି। ଏହି ଚୁକ୍ତିରେ ୨୪ ସିକୋରସ୍କି MH-60RC ହକ୍ ମଲ୍ଟି ରୋଲ୍ ହେଲିକପ୍ଟର ଏବଂ ୬ଟି ବୋଇଙ୍ଗ AH-64E ଆପାଚେ ଗାର୍ଡିଆନ୍ ଆଟାକ୍ ହେଲିକପ୍ଟର ସାମିଲ ରହିଛି।