ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀସ୍ଥିତ ଦୂତାବାସ ନିକଟରେ ହୋଇଥିବା ହୋଇଥିବା ବିସ୍ଫୋରଣ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ। ଏହି ଘଟଣା ପରେ ଦେଶର ଅନ୍ୟତମ ଘନିଷ୍ଠ ସହଯୋଗୀ ଭାରତ ନିଶ୍ଚିତ ଭାବେ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ନେଇ ଆଶାବାଦୀ ଅଛନ୍ତି ପ୍ରଧାନମନ୍ତ୍ରୀ ନେତାନ୍ୟାହୁ।     


COMMERCIAL BREAK
SCROLL TO CONTINUE READING

ଏ ଘଟଣାରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ପକ୍ଷରୁ ଆସିଥିବା ବୟାନରେ କୁହାଯାଇଛି ଦିଲ୍ଲୀସ୍ଥିତ ଇସ୍ରାଏଲ ଦୂତାବାସ ନିକଟରେ ହୋଇଥିବା ବିସ୍ଫୋରଣ ପରେ ଭାରତରେ ରହୁଥିବା ସମସ୍ତ ଇସ୍ରାଏଲ ନାଗରିକ ଏବଂ ଇହୁଦୀ ଲୋକଙ୍କୁ ନିଶ୍ଚିତ ଭାବେ ସୁରକ୍ଷା ପ୍ରଦାନ କରିବ। ଜାନୁଆରୀ ୨୯ ତାରିଖ ଶୁକ୍ରବାର ସନ୍ଧ୍ୟା ୫ଟା ୫ ମିନିଟରେ ଏହି ଆଇଇଡି (IED) ବିସ୍ଫୋରଣ ହୋଇଥିଲା।    


ଦିଲ୍ଲୀସ୍ଥିତ ଦୂତାବାସ ନିକଟରେ ହୋଇଥିବା ବିସ୍ଫୋରଣ ପରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା-ଏନଏସଏ (National Securioty Advisor-NSA) ଅଜିତ ଡୋଭାଲ (Ajit Doval) ତାଙ୍କର ଇସ୍ରାଏଲ ପ୍ରତିପକ୍ଷ (Israel Security Advisor) ମୈର ବେନ ସବ୍ବାତଙ୍କୁ (Meir Ben Shabbat) ଏ ଘଟଣାରେ କରାଯାଉଥିବା ତଦନ୍ତ ବାବଦରେ ଜଣାଇଛନ୍ତି।  


Also Read: ଦିଲ୍ଲୀସ୍ଥିତ ଦୂତାବାସ ଉପରେ ହୋଇଛି ଆତଙ୍କବାଦୀ ଆକ୍ରମଣ: ଇସ୍ରାଏଲ ରାଷ୍ଟ୍ରଦୂତ


ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତ୍ୟାନ୍ୟାହୁ (Israel Prime Minister Netanyahu) କହିଛନ୍ତି ଘଟଣା ବାବଦରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ (PM Modi) ଅବଗତ କରାଯାଇଛି। ଭାରତ ଉପରେ ଇସ୍ରାଏଲର ସମ୍ପୂର୍ଣ୍ଣ ଭରସା ରହିଛି। ଭାରତୀୟ ତଦନ୍ତକାରୀ ସଂସ୍ଥା ଏ ଘଟଣା ବାବଦରେ ଗୁରତର ସହ ଯାଞ୍ଚ କରିବେ। ଏହା ସହିତ ଭାରତରେ ବସବାସ କରୁଥିବା ଇସ୍ରାଏଲୀ ଓ ଇହୁଦୀ ଲୋକଙ୍କ ନିରାପତ୍ତା ସୁନିଶ୍ଚିତ କରିବେ।    


Also Read: ଦିଲ୍ଲୀ ବିସ୍ଫୋରଣ ପଛରେ 'ଜୈଶ ଉଲ ହିନ୍ଦ', ତଦନ୍ତ ଜାରି


 


ଦିଲ୍ଲୀସ୍ଥିତ ଇସ୍ରାଏଲ ଦୂତାବାସ ନିକଟରେ ହୋଇଥିବା ବିସ୍ଫୋରଣ ଘଟଣାକୁ ବେଶ ଗୁରୁତର ସହ ନେଇଛନ୍ତି। ବୈଦେଶିକ ମନ୍ତ୍ରୀ ଜୟଶଙ୍କର ତାଙ୍କର ଇସ୍ରାଏଲ ପ୍ରତିପକ୍ଷ ଗାବି ଅଶୋକନଜିଙ୍କ ସହ ଆଲୋଚନା କରି ତାଙ୍କ ରାଷ୍ଟ୍ରଦୂତ ଓ ଦୂତାବାସ କାର୍ଯ୍ୟାଳୟ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରାଯିବା ନେଇ ଭରସା ଦେଇଛନ୍ତି।     


Also Read: ଦିଲ୍ଲୀ ବୋମା ବିସ୍ଫୋରଣ ମାମଲା: ଇରାନର ସମ୍ପୃକ୍ତି, ଚିଠିରେ ଲେଖାଯାଇଛି ଏହା ଟ୍ରେଲର, ଆଗକୁ ଭୟଙ୍କର       


ଏହା ସହିତ ଭାରତୀୟ ବୈଦେଶିକ ମନ୍ତ୍ରୀ ଆହୁରି କହିଛନ୍ତି ଏ ମାମଲାରେ ତଦନ୍ତ କରାଯାଉଛି। ଏହି ଘଟଣାରେ ଜଡିତ ଦୋଷୀଙ୍କୁ ଧରିବା ଲାଗି ସମସ୍ତ ପ୍ରୟାସ ଜାରି ରହିଛି। ବିସ୍ଫୋରଣ ପରେ ରାଷ୍ଟ୍ରଦୂତ ଏବଂ ଦୂତାବାସ କର୍ମଚାରୀ ସୁରକ୍ଷିତ ଅଛନ୍ତି। ବିସ୍ଫୋରଣରେ ଆମର କୌଣସି କ୍ଷୟକ୍ଷତି ହୋଇନାହିଁ କିମ୍ବା କେହି ହତାହତ ହୋଇନାହାଁନ୍ତି ବୋଲି ଇସ୍ରାଏଲ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।।