ଦିଲ୍ଲୀସ୍ଥିତ ଦୂତାବାସ ଉପରେ ହୋଇଛି ଆତଙ୍କବାଦୀ ଆକ୍ରମଣ: ଇସ୍ରାଏଲ ରାଷ୍ଟ୍ରଦୂତ
Advertisement
Article Detail0/zeeodisha/odisha838489

ଦିଲ୍ଲୀସ୍ଥିତ ଦୂତାବାସ ଉପରେ ହୋଇଛି ଆତଙ୍କବାଦୀ ଆକ୍ରମଣ: ଇସ୍ରାଏଲ ରାଷ୍ଟ୍ରଦୂତ

ଭାରତ ସହ ମିଶି ଇସ୍ରାଏଲ ଆତଙ୍କବାଦ ବିରୁଦ୍ଧରେ ଲଢେଇ ଜାରି ରଖିବ।

ଦିଲ୍ଲୀସ୍ଥିତ ଦୂତାବାସ ଉପରେ ହୋଇଛି ଆତଙ୍କବାଦୀ ଆକ୍ରମଣ: ଇସ୍ରାଏଲ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀସ୍ଥିତ ଇସ୍ରାଏଲ ଦୂତାବାସ ନିକଟରେ ହୋଇଥିବା ବିସ୍ଫୋରଣ ଘଟଣାକୁ ଆତଙ୍କବାଦୀ ଆକ୍ରମଣ ଭାବେ ଦର୍ଶାଇଛନ୍ତି ଭାରତରେ ଅବସ୍ଥାପିତ ଇସ୍ରାଏଲ ରାଷ୍ଟ୍ରଦୂତ ରନ ମଲକା। ଏନେଇ ସେ କହିଛନ୍ତି ବିସ୍ଫୋରଣ ଘଟଣାରେ ସମ୍ପୃକ୍ତ ଆକ୍ରମଣକାରୀ ବାବଦରେ ପତ୍ତା ଲଗାଯାଉଛି। ଦୂତାବାସ କାର୍ଯ୍ୟାଳୟକୁ ଟାର୍ଗେଟ କରି ବିସ୍ଫୋରଣ କରାଯାଇଛି।   

ବିସ୍ଫୋରଣ ପରେ ସମସ୍ତ ଲୋକ ସୁରକ୍ଷିତ ଅଛନ୍ତି। ଆକ୍ରମଣ ପଛରେ କିଏ ରହିଛି ସେ ବାବଦରେ ଜାଣିବା ଲାଗି ଭାରତ ସରକାରଙ୍କ ସହ ଯୋଗାଯୋଗ କରାଯାଉଛି। ବିସ୍ଫୋରଣ ଲାଗି ହଠାତ କୌଣସି ସଙ୍ଗଠନକୁ ଦାୟୀ କରିବା ଠିକ ନୁହେଁ ବୋଲି  ଇସ୍ରାଏଲ ରାଷ୍ଟ୍ରଦୂତ କହିଛନ୍ତି। 

ଭାରତ-ଇସ୍ରାଏଲ ମଧ୍ୟରେ ଘନିଷ୍ଠ ସମ୍ପର୍କ ରହିଛି। ଯେବେଠାରୁ ୟୁରୋପରେ ଅବସ୍ଥାପିତ ଇସ୍ରାଏଲ ଦୂତାବାସ (Israel Embassy) କାର୍ଯ୍ୟାଳୟକୁ ଟାର୍ଗେଟ କରାଗଲା ସେବେଠାରୁ ବିଭିନ୍ନ ଦେଶରେ ରହିଥିବା ମିଶନକୁ ସତର୍କ ରଖାଯାଇଛି। ଭାରତ ସହ ମିଶି ଇସ୍ରାଏଲ ଆତଙ୍କବାଦ ବିରୁଦ୍ଧରେ ଲଢେଇ ଜାରି ରଖିବ। ଇସ୍ରାଏଲକୁ ଭରସା ଅଛି ଭାରତ ସରକାର ଦୂତାବାସର ସୁରକ୍ଷା ଲାଗି ସୁଦୃଢ ପଦକ୍ଷେପ ନେବେ।         

Also Read: ଦିଲ୍ଲୀ ବୋମା ବିସ୍ଫୋରଣ ମାମଲା: ଇରାନର ସମ୍ପୃକ୍ତି, ଚିଠିରେ ଲେଖାଯାଇଛି ଏହା ଟ୍ରେଲର, ଆଗକୁ ଭୟଙ୍କର   

ଜାନୁଆରୀ ୨୯ ତାରିଖ ଶୁକ୍ରବାର ଦିଲ୍ଲୀ ଔରଙ୍ଗଜେବ ରୋଡ ଠାରେ ଅବସ୍ଥିତ ଇସ୍ରାଏଲ ଦୂତାବାସକୁ ଟାର୍ଗେଟ କରି ଏକ ବିସ୍ଫୋରଣ ହୋଇଥିଲା। ଏ ଘଟଣା ସହ ଜଡିତ ଏକ ଲଫାପା ଘଟଣାସ୍ଥଳରୁ ଜବତ କରାଯାଇଛି। ଏଥିରେ ପ୍ରତିଶୋଧ ନେବା  କଥା କୁହାଯାଇଥିଲା। ଗତ ବର୍ଷ ହୋଇଥିବା ଇରାନ ସୈନ୍ୟ ଅଧିକାରୀ କାସିଲ ସୁଲେମାନୀ ଏବଂ ଇରାନୀ ପରମାଣୁ ବୈଜ୍ଞାନିକ ମୋହସିନ ଫଖରୀଜାଦେହେ ହତ୍ୟା ବାବଦରେ ଉଲ୍ଲେଖ କରାଯାଇଥିଲା।   

ଏଭଳି ଲଫାପା ମିଳିବା ପରେ ଭାରତରେ ଅବସ୍ଥାପିତ ଇସ୍ରାଏଲ ଦୂତାବାସ ନିକଟରେ ହୋଇଥିବା ବିସ୍ଫୋରଣ ଘଟଣାରେ ଇରାନ ସମ୍ପୃକ୍ତି ସାମ୍ନାକୁ ଆସିଛି। ପୂର୍ବରୁ ଇସ୍ରାଏଲର ଏକ କାରକୁ ଟାର୍ଗେଟ କରି ବିସ୍ଫୋରଣ ହୋଇଥିବା। ଏହି କାଣ୍ଡ ଭିଆଇଥିବା   ବିସ୍ଫୋରଣକାରୀ ଦିଲ୍ଲୀର ପାହାଡଗଞ୍ଜସ୍ଥିତ ଏକ ହୋଟେଲରେ ରହିଥିଲେ। 

Also Read: Delhi Blast: ରାଗିଗଲା ଇସ୍ରାଏଲ, ପ୍ରତିକ୍ରିୟା ରଖିଲା ଭାରତ...

କାର ବିସ୍ଫୋରଣ ପରେ ବିସ୍ଫୋରଣକାରୀ ଭାରତରୁ ଚମ୍ପଟ ମାରି ଇରାନ ପଳାଇଥିଲେ। ସେମାନଙ୍କୁ ଧରିବା ପାଇଁ ଏବେ ମଧ୍ୟ ଯାଞ୍ଚ ଏଜେନ୍ସି ପକ୍ଷରୁ ପ୍ରୟାସ ଜାରି ରହିଛି। ଦିଲ୍ଲୀ ଦୂତାବାସ ଘଟଣାର ଯାଞ୍ଚ କରିବା ପାଇଁ ଇସ୍ରାଏଲ ଗୁଇନ୍ଦା ସଂସ୍ଥା ମୋସାଦ (Israel Intelligence Agency Mossad) ଭାରତ ଗସ୍ତ କରିପାରେ ବୋଲି ଚର୍ଚ୍ଚା ହେଉଛି।  ହେଲେ ଏନେଇ ଇସ୍ରାଏଲ ପକ୍ଷରୁ ଔପଚାରିକ ଭାବେ କୌଣସି ପ୍ରତିକ୍ରିୟା ରଖାଯାଇନାହିଁ। ହେଲେ ଏ ଘଟଣା ଉପରେ ସତର୍କ ନଜର ରଖିଛି ମୋସାଦ।