ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ରେ ଚାକିରି ପାଇବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଅଛି । ବିଶେଷ କଥା ହେଉଛି ଏହି ଚାକିରୀ ପାଇଁ ଆପଣଙ୍କୁ କୌଣସି ପରୀକ୍ଷା ଦେବାକୁ ହେବ ନାହିଁ । ସାକ୍ଷାତକାର ଆଧାରରେ ପ୍ରାର୍ଥୀ ଚୟନ କରାଯିବ । ଜୁନିଅର ରିସର୍ଚ୍ଚ ଫେଲୋ ଏବଂ ରିସର୍ଚ୍ଚ ଆସିଷ୍ଟାଣ୍ଟ ପଦ ପାଇଁ ISRO ମୋଟ 16 ଟି ପୋଷ୍ଟ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି । ଏହି ପୋଷ୍ଟଗୁଡିକ ପାଇଁ ୱାକ-ଇନ୍ ଇଣ୍ଟରଭ୍ୟୁ ଆଜି ଅର୍ଥାତ 22 ଅକ୍ଟୋବର 2021 ତାରିଖ ଠାରୁ ଆରମ୍ଭ ହୋଇଛି । ଏହି ଇଣ୍ଟରଭ୍ୟୁ 29 ଅକ୍ଟୋବର 2021 ପର୍ଯ୍ୟନ୍ତ ପ୍ରତିଦିନ ଚାଲିବ ।


COMMERCIAL BREAK
SCROLL TO CONTINUE READING

ଆପଣଙ୍କୁ କହିରଖୁଛୁ ଯେ ଏହି ପଦବୀଗୁଡ଼ିକରେ ମନୋନୀତ ପ୍ରାର୍ଥୀମାନେ ISRO ର ବିଭିନ୍ନ ଗବେଷଣା ପ୍ରୋଜେକ୍ଟରେ ନିୟୋଜିତ ହେବେ । ଏହି ପୋଷ୍ଟଗୁଡିକ ଅସ୍ଥାୟୀ ଅଟେ । କିନ୍ତୁ ଏଗୁଡ଼ିକ ଉପରେ ଆପଣଙ୍କୁ ପ୍ରତି ମାସରେ ଭଲ ଷ୍ଟାଇପେଣ୍ଡ ଦିଆଯିବ । ISRO JRF ପଦବୀ ପାଇଁ ମନୋନୀତ ପ୍ରାର୍ଥୀଙ୍କୁ ପ୍ରତି ମାସରେ 31 ହଜାର ଟଙ୍କା ଷ୍ଟାଇପେଣ୍ଡ ଦିଆଯିବ । ସିନିୟର ରିସର୍ଚ୍ଚ ଫେଲୋ ପଦବୀ ପାଇଁ ମାସକୁ 35,000 ଟଙ୍କା ଷ୍ଟାଇପେଣ୍ଡ ଦିଆଯିବ । ଗବେଷଣା ସହାୟକଙ୍କୁ ପ୍ରତି ମାସରେ 47 ହଜାର ଟଙ୍କା ଷ୍ଟାଇପେଣ୍ଡ ଦିଆଯିବ । ଏହା ବ୍ୟତୀତ ମେଡ଼ିକାଲ ସୁବିଧା ମଧ୍ୟ ଯୋଗାଇ ଦିଆଯିବ ।


ଜାଣନ୍ତୁ କେଉଁଠାରେ ହେଉଛି ଇଣ୍ଟରଭ୍ୟୁ ଏବଂ ଗୁରୁତ୍ୱପୂର୍ଣ୍ଣ ଜିନିଷଗୁଡ଼ିକ କ’ଣ 


ISRO ଦ୍ୱାରା 22 ଅକ୍ଟୋବରରୁ 29 ଅକ୍ଟୋବର ପର୍ଯ୍ୟନ୍ତ ପ୍ରତିଦିନ ଇଣ୍ଟରଭ୍ୟୁ ନିଆଯାଉଛି ।
ପ୍ରାର୍ଥୀଙ୍କୁ ସକାଳ 8.30 ରେ ଇଣ୍ଟରଭ୍ୟୁ ପାଇଁ IIRS କୁ ରିପୋର୍ଟ କରିବାକୁ ପଡିବ ।
ଏହି ଇଣ୍ଟରଭ୍ୟୁ ISRO ଦ୍ୱାରା IIRS ଡ଼େରାଡୁନ୍ ରେ ପରିଚାଳିତ ହେଉଛି ।
ଏହି ସମୟରେ, ଏକ ମାସ୍କ ପିନ୍ଧିବା, ସାମାଜିକ ଦୂରତା ଓ ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରିବା ଜରୁରୀ ।
ଆପଣଙ୍କ ସହିତ ଆଧାର କାର୍ଡ କିମ୍ବା ଭୋଟର ପରିଚୟ ପତ୍ର ବହନ କରିବା ବାଧ୍ୟତାମୂଳକ ଅଟେ ।
ଅନ୍ୟ ସହରରୁ ଆସୁଥିବା ପ୍ରାର୍ଥୀଙ୍କୁ ସେକେଣ୍ଡ କ୍ଲାସ ଟ୍ରେନ୍ ଟିକେଟ୍ ଭଡା ଦିଆଯିବ ।
ୱାକ-ଇନ୍ ଇଣ୍ଟରଭ୍ୟୁ ଆଡ୍ରେସ- IIRS ସିକ୍ୟୁରିଟି ରିସିପସନ, IIRSISRO / DOS, 4 କାଲିଡାସ୍ ରୋଡ୍, ଡ଼େରାଡୁନ୍ - 248001 ।


ଏହା ବି ପଢ଼ନ୍ତୁ: ଡ୍ରଗ୍ସକୁ ନେଇ ଆର୍ୟନ ଓ ଅନନ୍ୟାଙ୍କ ମଧ୍ୟରେ କ’ଣ ହୋଇଥିଲା ବାର୍ତ୍ତାଳାପ? ହ୍ୱାଟସ୍ ଆପ୍ ଚାଟରେ ହେଲା ଖୁଲାସା


ଏହା ବି ପଢ଼ନ୍ତୁ: ଶେଷ ହେଲା ଭାରତର ଏହି ଦୁଇ ଷ୍ଟାର ଖେଳାଳିଙ୍କ କ୍ରିକେଟ କ୍ୟାରିୟର!