Dhiraj Sahu: ବସ୍ତା ବସ୍ତା, ପୁଳା ପୁଳା ଟଙ୍କା ମିଳିବା ପରେ ଏବେ କଳାଧନର କୁବେର ଧୀରଜ ସାହୁଙ୍କ ଘରେ ସୁନାଚାନ୍ଦି ଖୋଜୁଛି ଆୟକର ବିଭାଗ । ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ଝାଡଖଣ୍ଡ ଲୋହରଦଗା ଓ ରାଞ୍ଚି ଘରେ ଚାଲିଛି ଅଷ୍ଟମ ଦିନର ରେଡ୍  । ଆୟକର ବିଭାଗର ୧୨ ଜଣିଆ ଟିମ କରୁଛନ୍ତି ଛାନଭିନ୍ । ଟିମ୍ ସାଙ୍ଗରେ ନେଇଥିବା ଜିଓ ସର୍ଭିଲାନ୍ସ ସିଷ୍ଟମରେ ତଦନ୍ତ ଜାରି ରଖିଛି  । ଏହି ଯନ୍ତ୍ର ମାଟି ତଳେ ଥିବା ସୁନାଚାନ୍ଦି ସହ ଗୁପ୍ତଧନକୁ ଠାବ କରିବ ବୋଲି ଜଣାପଡିଛି। ମଦ ବ୍ୟବସାୟୀଙ୍କ ବିଭିନ୍ନ ଠିକଣାରେ ଚଢାଉ ପରେ ଟଙ୍କାର ପାହାଡ ଜବତ ହୋଇଛି । ଆଉ ଏବେ ସ୍ଥାବର ଅସ୍ଥାବର ସମ୍ପତିର ଆକଳନ କରୁଛି ଆୟକର ବିଭାଗ । 


COMMERCIAL BREAK
SCROLL TO CONTINUE READING

ତେଣୁ କେତେ ସୁନା, ରୂପା ଲୁଚାଇ ରଖିଛନ୍ତି ଧୀରଜ ସାହୁ ତାର ଖୋଳତାଡ କରୁଛି ଆଇଟି ଟିମ୍ (IT Team) । ଦରକାର ପଡିଲେ ଧୀରଜଙ୍କ ଘର ମାଟି ତାଡି ସୁନା ଗହଣାର ସନ୍ଧାନ କରିବ ଆୟକର ବିଭାଗ ବୋଲି ସୂଚନା ରହିଛି । ପରିବାରର ତିନିଜଣ ସଦସ୍ୟ ଓ ସିଆଇଏସଫ ଯବାନଙ୍କୁ ନେଇ ଝାଡଖଣ୍ଡ ଲୋହରଦଗା ଓ ରାଞ୍ଚିରେ ଗତକାଲିଠୁ ପହଞ୍ଚିଛି ଆୟକର ବିଭାଗ । ପୂର୍ବ ସପ୍ତାହେ ଧରି ଧୀରଜ ସାହୁଙ୍କ(Dhiraj Sahu) ଘରେ ଚାଲିଥିବା ରେଡ୍ ରେ ପାଖାପାଖି ୩୦୦ କୋଟିରୁ ଅଧିକ ଟଙ୍କା ମିଳିଥିବା ବେଳେ ନଗଦ କିଲୋ ସୁନା ଓ ରୂପା ଗହଣା ଜବତ ହୋଇଛି। ସୂଚନାନୁସାରେ, ଆଇଟି ବିଭାଗ ଏହି ରେଡ୍ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଓ ଦଲିଲ୍ ମଧ୍ୟ ଜବତ କରିଛି। ଏହାସହ ଏକ ନାଲି ଡାଏରୀରେ କଣ ସବୁ ରହସ୍ୟ ରହିଛି ତାକୁ ନେଇ ମଧ୍ୟ ଜୋରଦାର ଚର୍ଚ୍ଚା ଲାଗିରହିଛି। 


ଆୟକର ଅଧିକାରୀମାନେ ଡକ୍ୟୁମେଣ୍ଟଗୁଡିକର ନିରନ୍ତର ଯାଞ୍ଚ କରୁଛନ୍ତି । ଏହା ବ୍ୟତୀତ ସମଗ୍ର ପରିସରର ବୈଷୟିକ ସ୍କାନିଂ ମଧ୍ୟ କରାଯାଉଛି। ମଙ୍ଗଳବାର ଅର୍ଥାତ୍ (ଡିସେମ୍ବର ୧୨ ତାରିଖ) ସନ୍ଧ୍ୟାରେ ସମଗ୍ର କ୍ୟାମ୍ପସକୁ ଭୌଗୋଳିକ ସର୍ଭିଲାନ୍ସ ସିଷ୍ଟମ(Servilance System) ମାଧ୍ୟମରେ ସ୍କାନ କରାଯାଇଥିଲା । ଏହି କାର୍ଯ୍ୟରୁ ଆୟକର ଅଧିକାରୀମାନେ କ’ଣ ହାସଲ କରିଛନ୍ତି ସେ ସମ୍ବନ୍ଧରେ ସୂଚନା ଉପଲବ୍ଧ ହୋଇନାହିଁ। ଲଗାତାର ଅଷ୍ଟମ ଦିନ ପାଇଁ ଏହି ଚଢାଉ ଜାରି ରହିଥିବା ସୂଚନା ରହିଛି। ଏଠାରେ ଆପଣଙ୍କୁ କହିରଖୁଛୁ ଯେ କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ଘର ଅଫିସ ଏମିତି ଅନେକ ବିଭିନ୍ନ ସ୍ଥାନରୁ ୩୫୦ କୋଟିରୁ ଅଧିକ ଟଙ୍କା ଉଦ୍ଧାର କରାଯାଇଛି। 


ଏହି କ୍ରମରେ, ଆୟକର ଅଧିକାରୀମାନେ ଗତ ଆଠ ଦିନ ଧରି ରାଞ୍ଚିର ରେଡିୟମ ରୋଡରେ ଥିବା ଧୀରଜ ସାହୁଙ୍କ ବାସଭବନ ଉପରେ ଚଢାଉ ଜାରି ରଖିଛନ୍ତି। ଏହି ପରିସରରେ ଚଢାଉ ବେଳେ ଆୟକର ଅଧିକାରୀଙ୍କ (IT Department) ଦ୍ୱାରା ଅନେକ ବ୍ରିଫ୍ କେସ ବା ସୁଟ କେଶ ମଧ୍ୟ ଜବତ କରାଯାଇଥିଲା। ବ୍ରିଫକେସରେ ଯାହା ଅଛି ତାହା ଏବେଯାଏଁ ଆଇଟି ଟିମ୍ ପ୍ରକାଶ କରାଯାଇ ନାହିଁ। ସୂତ୍ରରୁ ପ୍ରକାଶ ଯେ କୋଟି କୋଟି ଟଙ୍କା ଏବଂ ବିପୁଳ ପରିମାଣର ଅଳଙ୍କାର ମଧ୍ୟ ଉଦ୍ଧାର କରାଯାଇଛି।


Also Read: Parliament Security Breach: ମୋବାଇଲ୍‍ ନେଇ ଜଣେ ଆରୋପୀ ଫେରାର, ଆଜି ପ୍ରଭାବିତ ହେବ ୯ମ ଦିନ