Omar Abdullah: ଆସନ୍ତାକାଲି ଜମ୍ମୁ କାଶ୍ମୀରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ନ୍ୟାସନାଲ୍ କନଫରେସନ୍ସ (ଏନସି) ନେତା ଓମାର ଅବଦୁଲ୍ଲା ଶପଥ ଗ୍ରହଣ କରିବେ।  ଗତ ଶୁକ୍ରବାର ସେ ରାଜ୍ୟପାଳ ମନୋଜ ସିହ୍ନାଙ୍କୁ ଭେଟି  ସରକାର ଗଠନ ଲାଗି ଦାବି ଜଣାଇଥିଲେ।  ଏନେଇ ସୋମବାର ଉପ-ରାଜ୍ୟପାଳଙ୍କ ପକ୍ଷରୁ ପ୍ରମୁଖ ସଚିବ  ଏକ ଚିଠି ଓମାର ଅବଦୁଲ୍ଲାଙ୍କୁ  ହସ୍ତାନ୍ତର କରିଛନ୍ତି। ଆସନ୍ତା ୧୬ ତାରିଖ ପୂର୍ବାହ୍ନ ୧୧ ଟା ୩୦ ମିନିଟ୍ ସମୟରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। କେନ୍ଦ୍ର ସରକାର, ମଧ୍ୟ ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କାଶ୍ମୀରରେ ଲାଗୁ ହୋଇଥିବା ରାଷ୍ଟ୍ରପତି ଶାସନ କୁ ହଟାଇ ଦେଇଛନ୍ତି। ଓମାରଙ୍କ ନେତୃତ୍ବାଧିନ ସରକାରକୁ କଂଗ୍ରେସ , ସିପିଏମ୍, ଆପ ବିଧାୟକଙ୍କ ସମେତ  ୫ ଜଣ ସ୍ବାଧିନ ବିଧାୟକ ମଧ୍ୟ ସମର୍ଥନ କରିଛନ୍ତି। 


COMMERCIAL BREAK
SCROLL TO CONTINUE READING

ALSO READ: Weather Update: ଆସୁଛି ଆଉ ଏକ ଲଘୁଚାପ, ୧୦ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା


ALSO READ: Today Horoscope: କର୍କଟ -ସିଂହ ସହ ଏହିସବୁ ରାଶିଙ୍କ ପାଇଁ ଆଜି ବଢିପାରେ ଅଡୁଆ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ମଙ୍ଗଳବାର?