Weather Update: ଆସୁଛି ଆଉ ଏକ ଲଘୁଚାପ, ୧୦ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା
Advertisement
Article Detail0/zeeodisha/odisha2472735

Weather Update: ଆସୁଛି ଆଉ ଏକ ଲଘୁଚାପ, ୧୦ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

Weather Update: ରାଜ୍ୟରେ ଏବେ ଜାରି ରହିଛି ଗରମ ଓ ଗୁଳୁଗୁଳି।  ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପଶ୍ଚିମ ଓ ଦକ୍ଷିଣ ପୂର୍ବ ଦିଗରେ ଗତି କରିବ।  ଆଜି ସୁଧା  ଏହା ସ୍ପଷ୍ଟ ଚିହ୍ନିତ ଲଘୁଚାପ (ଓ୍ବେଲ୍- ମାର୍କଡ୍) ରେ ପରିଣତ ହେବ। 

Weather Update: ଆସୁଛି ଆଉ ଏକ ଲଘୁଚାପ, ୧୦ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

Weather Update: ରାଜ୍ୟରେ ଏବେ ଜାରି ରହିଛି ଗରମ ଓ ଗୁଳୁଗୁଳି। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପଶ୍ଚିମ ଓ ଦକ୍ଷିଣ ପୂର୍ବ ଦିଗରେ ଗତି କରିବ। ଆଜି ସୁଧା ଏହା ସ୍ପଷ୍ଟ ଚିହ୍ନିତ ଲଘୁଚାପ (ଓ୍ବେଲ୍- ମାର୍କଡ୍) ରେ ପରିଣତ ହେବ। ସେହିଭଳି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇଛି। କିନ୍ତୁ ଓଡିଶାରେ ଏହାର ପ୍ରଭାବ ରହିବନି। ୧୮ରୁ ୨୦ ତାରିଖ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ALSO READ: Today Horoscope: କର୍କଟ -ସିଂହ ସହ ଏହିସବୁ ରାଶିଙ୍କ ପାଇଁ ଆଜି ବଢିପାରେ ଅଡୁଆ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ମଙ୍ଗଳବାର?

୧୮ରୁ ୨୦ ତାରିଖ ମଧ୍ୟରେ ପୁରୀ, ଖୋର୍ଦ୍ଧା,ନୟାଗଡ଼, ଗଂଜାମ, ଗଜପତି, ରାୟଗଡା , କୋରାପୁଟ, ମାଲକାନଗିରି, ମୟୂରଭଂଜ ଓ କେନ୍ଦୁଝରରେ ଘଡ଼ଘଡି଼ ସହ ବର୍ଷା ହୋଇପାରେ। ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଂଜାମ, ଗଜପତି, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ,ଜଗତସିଂହପୁର, କନ୍ଧମାଳ, ରାୟଗଡା, କୋରାପୁଟ୍, ମାଲକାନଗିରି, ମୟୂରଭଂଜ, କେନ୍ଦୁଝର, ଓ କଳାହାଣ୍ତିରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ରବିବାର  ବଲାଙ୍ଗୀର, କନ୍ଧମାଳ ଓ ନୂଆପଡା ସମେତ ରାଜ୍ୟର ବିଭିନ୍ନ ସ୍ଥାନକୁ ଦକ୍ଷିଣ ପଶ୍ଚିମ ମୌମୁମୀ ବାୟୁ ପ୍ରତ୍ୟାହାର ହୋଇଛି। ଆସନ୍ତା ୨ ଦିନ ମଧ୍ୟରେ ରାଜ୍ୟରେ ପୂରା ମୌମୁମୀ ବାୟୁ ଫେରିଯିବ ବୋଲି ପାଗ ଅନୂକୁଳ ରହିଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ସେପଟେ, ରାଜ୍ୟରେ ବିଭିନ୍ନ ସ୍ଥାନରେ ତାତି ଓ ଗୁଳୁଗୁଳି ଅନୁଭୂତ ହେଉଛି। ଗତକାଲି ଜଗତସିଂହପୁରରେ ସର୍ବାଧିକ ୩୬.୨ ଡିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଥିଲା।