Jobs News 2024: ଆରମ୍ଭ ହୋଇଯାଇଛି ନୂଆବର୍ଷ ୨୦୨୪ ମସିହା । ତେବେ ନୂଆବର୍ଷରୁ ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଏକ ଖୁସି ଖବର ରହିଛି। ୨୦୨୪ ରେ ଚାକିରି ବଜାରରେ ନିଯୁକ୍ତି ସମ୍ବନ୍ଧରେ ଉନ୍ନତିର ଲକ୍ଷଣ ଅଛି ଏବଂ ବିଶେଷଜ୍ଞମାନେ ବିଶ୍ୱାସ କରୁଛନ୍ତି ଯେ ଚାକିରି ଖୋଜୁଥିବା ବ୍ୟକ୍ତିମାନେ ଚଳିତ ବର୍ଷ ଅନେକ ଭଲ ସୁଯୋଗ ପାଇବେ । ଡିସେମ୍ବର ୨୦୨୩ରେ ନିଯୁକ୍ତିରେ ୨ ପ୍ରତିଶତ ବୃଦ୍ଧି ଘଟିଛି। ଏହା ପରେ ୨୦୨୪ ରେ ନିଯୁକ୍ତିରେ ଆହୁରି ବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି । ବଜାର ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଚଳିତ ବର୍ଷ ଚାକିରି ବଜାରରେ ୮.୩ ପ୍ରତିଶତ ଅଭିବୃଦ୍ଧି ଘଟିପାରେ। ଫାଉଣ୍ଡଇଟ୍ ବାର୍ଷିକ ଟ୍ରେଣ୍ଡ ରିପୋର୍ଟ ଅନୁଯାୟୀ, ୨୦୨୪ରେ ଚାକିରିରେ ୮.୩ ପ୍ରତିଶତ ପର୍ଯ୍ୟନ୍ତ ଡେଇଁପାରେ। 


COMMERCIAL BREAK
SCROLL TO CONTINUE READING

୨୦୨୪ ବର୍ଷର ଆରମ୍ଭରୁ ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଏକ ଖୁସି ଖବର ଆଣିଛି । FoundIt ବାର୍ଷିକ ଟ୍ରେଣ୍ଡ ବିଶ୍ୱାସ କରୁଛି ଯେ ଚାକିରି କ୍ଷେତ୍ରରେ ସର୍ବାଧିକ ଖାଲି ସ୍ଥାନ ବା ଜବ୍ ଭ୍ୟାକାନ୍ସି (Job Vacancy) ବାଙ୍ଗାଲୋରରେ ଦେଖାଯିବ । ଭାରତର ଆଇଟି ହବରେ (IT Hub) ଚାକିରି ଖୋଜୁଥିବା କିମ୍ବା କ୍ୟାରିୟର ପରିବର୍ତ୍ତନ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଏହି ବର୍ଷ ବହୁତ ଭଲ ହେବ । ମ୍ୟାନୁଫ୍ୟାକଚରିଂ (Manufacturing) , BFSE, ଅଟୋମୋବାଇଲ୍, ରିଟେଲ୍ ଏବଂ ଟ୍ରାଭେଲ ଟୁରିଜିମ୍  ବା ପର୍ଯ୍ୟଟନ କ୍ଷେତ୍ରରେ ସର୍ବାଧିକ ନିଯୁକ୍ତି ଦେଖିବାକୁ ମିଳିବ। 


୨୦୨୩ ତୂଳନାରେ ଚଳିତବର୍ଷ ରହିବ ଖୁବ ଭଲ୍
ଫାଉଣ୍ଡ୍ ଇନ୍ସାଇଡ୍ ଟ୍ରାକର୍ (FIT) ର ତଥ୍ୟ ଅନୁଯାୟୀ, ଚାକିରି ଦୃଷ୍ଟିରୁ ୨୦୨୩ ବର୍ଷ ଭଲ ବର୍ଷ ଭାବେ ବିବେଚିତ ହୋଇନାହିଁ । ୨୦୨୨ ତୂଳନାରେ ଗତ ବର୍ଷ ନିଯୁକ୍ତି କାର୍ଯ୍ୟକଳାପ ୫ ପ୍ରତିଶତ କମ୍ ଥିଲା ଯେଉଁଥିପାଇଁ ଚାକିରି ଛାଡିବା ଏବଂ ନୂତନ ଚାକିରି ପାଇବା ସ୍ଥିତି ସ୍ଥିର ହୋଇଯାଇଥିଲା। ତେବେ ଡିସେମ୍ବରରେ ନିଯୁକ୍ତି ସୂଚକାଙ୍କରେ ୨ ପ୍ରତିଶତ ଉନ୍ନତି ଘଟିଛି, ଯାହା ଏକ ଭଲ ସଙ୍କେତ ଅଟେ। ୨୦୨୪ ବର୍ଷ ଏହି କ୍ଷେତ୍ରରେ ଏକ ଭଲ ବର୍ଷ ହେବାକୁ ଯାଉଛି କାରଣ ଏହି ବର୍ଷ ଆମେ ଚାକିରିରେ ୮.୩ପ୍ରତିଶତ ପର୍ଯ୍ୟନ୍ତ ଅଭିବୃଦ୍ଧି ଦେଖିପାରିବା । 


ରିପୋର୍ଟ ଅନୁଯାୟୀ, ସାମୁଦ୍ରିକ ଏବଂ ଜାହାଜ ଶିଳ୍ପରେ ନିଯୁକ୍ତି କ୍ଷେତ୍ରରେ ୨୮ ପ୍ରତିଶତ ବୃଦ୍ଧି ଘଟିଛି। ରିଟେଲ, ଟ୍ରାଭେଲ ଏବଂ ପର୍ଯ୍ୟଟନ ପରି କ୍ଷେତ୍ରଗୁଡିକ ମଧ୍ୟ ୨୫ ପ୍ରତିଶତ ଅଭିବୃଦ୍ଧି ହାସଲ କରିଥିବାବେଳେ ଆଡଭାରଟାଇଜିଙ୍ଗ(Advertising), ମାର୍କେଟ ରିସର୍ଟ ଏବଂ ପବ୍ଲିକ ରିଲେସନ କ୍ଷେତ୍ରଗୁଡିକରେ ୧୮ ପ୍ରତିଶତ ବୃଦ୍ଧି ପାଇଛି।  ମ୍ୟାନୁଫ୍ୟାକଚରିଂ, BFSE, ଅଟୋମୋବାଇଲ୍, ରିଟେଲ୍ ଏବଂ ଟ୍ରାଭେଲ ଟୁରିଜିମ୍  କ୍ଷେତ୍ରରେ ଚାକିରିରେ ବୃଦ୍ଧି ଘଟିବ । ମୋଟ ଉପରେ, ନୂତନ ବର୍ଷ ଆରମ୍ଭରେ, ଜବ ସର୍ଚ୍ଚ (Job Search) କରୁଥିବା ଆଶାୟୀଙ୍କ ପାଇଁ ଏକ ଖୁସି ଖବର ଆସିଛି। 


Also Read: Lizard Falling: ଶରୀରର ଏହି ୧୦ ଟି ସ୍ଥାନରେ ଝିଟିପିଟି ପଡ଼ିଲେ ଶୁଭ ନା ଅଶୁଭ?