ୱାଶିଂଟନ: ଆମେରିକାରେ ଶେଷ ହୋଇସାରିଛି ରାଷ୍ଟ୍ରପତି ନିର୍ବାଚନ (US President Election 2020) । ଜାନୁଆରୀରେ ଜୋ ବାଇଡେନ (Joe Biden) ଆମେରିକାର ନୂତନ ରାଷ୍ଟ୍ରପତି ହେବେ । ସେତେବେଳେ ତାଙ୍କ ଟିମରେ କିଏ କିଏ ରହିବେ? ଏହି ବିଷୟରେ ତାଙ୍କ ଟ୍ରାନ୍ସମିସନ ଦଳ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛି । ଯେତେବେଳେ ବିଡେନ ରାଷ୍ଟ୍ରପତି ହେବେ, ଓବାମା ପ୍ରଶାସନର ଦ୍ୱିତୀୟ କାର୍ଯ୍ୟକାଳରେ ବୈଦେଶିକ ମନ୍ତ୍ରୀ ଥିବା ଜନ୍ କେରୀ (John Kerry) ଜଳବାୟୁ ପରିବର୍ତ୍ତନ ବିଭାଗର ଦାୟିତ୍ୱ ଗ୍ରହଣ କରିବେ । ସେହିପରି ଆଭ୍ରିଲ୍ ହେନସ୍ (Avril Haines) ନ୍ୟାସନାଲ ଇଣ୍ଟେଲିଜେନ୍ସ ପରିଚାଳନା କରୁଥିବା ପ୍ରଥମ ମହିଳା ହେବେ । ଏଥି ସହିତ ବାଇଡେନଙ୍କ ଦୀର୍ଘ ଦିନର ସହଯୋଗୀ ଥିବା ଆଣ୍ଟୋନି ବ୍ଲିଙ୍କେନ୍ (Antony Blinken) ବୈଦେଶିକ ମନ୍ତ୍ରୀ (US foreign minister)ହେବେ । ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ ବିସ୍ତୃତ ଭାବରେ...


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ପୁଣି ଇତିହାସ ଦୋହରାଇବ କଂଗ୍ରେସ!


ଜନ୍ କେରୀ (John Kerry): ୨୦୧୫ରେ ଜନ୍ କେରୀ ଆମେରିକାର ରାଷ୍ଟ୍ରପତିଙ୍କ ପ୍ରତିନିଧୀ ଭାବରେ ପ୍ୟାରିସ୍ ଜଳବାୟୁ ପରିବର୍ତ୍ତନ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ । ତେବେ ପରେ ଟ୍ରମ୍ପ ଏଥିରୁ ଓହରିଯିବାକୁ ନିଷ୍ପତ୍ତି ନେଇଥିଲେ । ଜଳବାୟୁ ଉପରେ ରାଷ୍ଟ୍ରପତିଙ୍କ ସ୍ୱତନ୍ତ୍ର ଦୂତ ଭୂମିକାରେ କାର୍ଯ୍ୟ କରିବାକୁ ତାଙ୍କୁ ବାଇଡେନ ଚୟନ କରିଛନ୍ତି ।


ଆଣ୍ଟୋନି ବ୍ଲିଙ୍କେନ୍ (Antony Blinken): ୫୮ ବର୍ଷୀୟ ଆଣ୍ଟୋନି ବ୍ଲିଙ୍କେନ୍ ବୈଦେଶିକ ମନ୍ତ୍ରୀ ହେବେ । ଯିଏ ଦୀର୍ଘ ଦିନ ଧରି ବିଡେନଙ୍କ ପରାମର୍ଶଦାତା ଥିଲେ । ସେ ଓବାମା ପ୍ରଶାସନରେ ଡେପୁଟି ବୈଦେଶିକ ମନ୍ତ୍ରୀ ଏବଂ ଡେପୁଟି ଜାତୀୟ ସୁରକ୍ଷା ପରାମର୍ଶଦାତା ରହିସାରିଛନ୍ତି । ଯେତେବେଳେ ବାଇଡେନ ଉପରାଷ୍ଟ୍ରପତି ଥିଲେ । ବ୍ଲିଙ୍କେନ୍ ୧୯୯୪ରୁ ୨୦୦୧ ମଧ୍ୟରେ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନଙ୍କ ଜାତୀୟ ସୁରକ୍ଷା ପରିଷଦର ଷ୍ଟାଫ ମଧ୍ୟ ରହିସାରିଛନ୍ତି ।


ଆଲେଜାଣ୍ଡ୍ରୋ ମାୟୋରକାସ୍ (Alejandro Myorcas) : ଗୃହ ସୁରକ୍ଷା ବିଭାଗର ସଚିବ ଭାବେ ଆଲେଜାଣ୍ଡ୍ରୋ ମାୟୋରକାସ୍ ମନୋନୀତ ହୋଇଛନ୍ତି । ଏହି ପଦବୀରେ ନିର୍ବାଚିତ ହୋଇଥିବା ସେ ହେଉଛନ୍ତି ପ୍ରଥମ ଲାଟିନ ବ୍ୟକ୍ତି ।


ଅଧିକ ପଢ଼ନ୍ତୁ:-କେବେ ଶେଷ ହେବ କୋରୋନା ମହାମାରୀ? ଭବିଷ୍ୟବାଣୀ କଲେ ଏହି ବ୍ୟକ୍ତି


ଜେକ ସଲିଭାନ (Jake Sullivan): ଜେକ ସଲିଭାନ, ଯିଏ ହିଲାରୀ କ୍ଲିଣ୍ଟନ, ରାଷ୍ଟ୍ରପତି ବାରାକ ଓବାମା ଏବଂ ବିଡେନଙ୍କ ବରିଷ୍ଠ ସହାୟକକାରୀଙ୍କ ମଧ୍ୟରେ ରହିଆସିଛନ୍ତି, ତାଙ୍କୁ ଆମେରିକାର ନୂଆ ଜାତୀୟ ସୁରକ୍ଷା ପରାମର୍ଶଦାତା ମନୋନୀତ କରାଯାଇଛି ।


ଲିଣ୍ଡା ଥୋମାସ୍-ଗ୍ରୀନଫିଲ୍ଡ (Linda Thomas-Greenfield): ମିଳିତ ଜାତିସଂଘରେ ଆମେରିକାର ରାଷ୍ଟ୍ରଦୂତ ଭାବରେ ଲିଣ୍ଡା ଥୋମାସ୍-ଗ୍ରୀନଫିଲ୍ଡଙ୍କୁ ନିଯୁକ୍ତ କରାଯାଇଛି । ସେ ରାଷ୍ଟ୍ରପତି ବାରାକ ଓବାମାଙ୍କ ସହ ମଧ୍ୟ କାମ କରିଛନ୍ତି । ସେ ୨୦୧୩ରୁ ୨୦୧୭ ପର୍ଯ୍ୟନ୍ତ ଆଫ୍ରିକୀୟ ବ୍ୟାପାର ପାଇଁ ଡେପୁଟି ବୈଦେଶିକ ମନ୍ତ୍ରୀ ଥିଲେ ।


ଅଧିକ ପଢ଼ନ୍ତୁ:-କୋରୋନା ଭ୍ୟାକ୍ସିନକୁ ନେଇ ଆସିଲା ବହୁତ ବଡ଼ ଖୁସି ଖବର!


ସେପଟେ ପରାଜୟକୁ ସ୍ୱୀକାର କରିବାକୁ ଡୋନାଲ୍ଡ ଟ୍ରମ୍ପ (Donald Trump) ଙ୍କ ଉପରେ କ୍ରମାଗତ ଚାପ ବଢୁଛି । ଏହା ମଧ୍ୟରେ ବାଇଡେନଙ୍କ ଟିମର ସହକର୍ମୀଙ୍କ ନାଁ ଆଗରେ ରଖାଯାଇଛି । ଏକ ଆକଳନ ଅନୁଯାୟୀ, ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ଜୋ ବାଇଡେନ ୩୦୬ ଭୋଟ୍ ପାଇଥିବାବେଳେ ଡୋନାଲ୍ଡ ଟ୍ରମ୍ପ ୨୩୨ ଭୋଟ୍ ପାଇଛନ୍ତି । ତେବେ କିଏ ଜିତିଛି ତାହାର ଔପଚାରିକ ଘୋଷଣା ଏପର୍ଯ୍ୟନ୍ତ କରାଯାଇ ନାହିଁ । ଆମେରିକୀୟ ଇଲେକ୍ଟୋରଲ କଲେଜ ତରଫରୁ ଡିସେମ୍ୱର ୧୪ରେ ରାଷ୍ଟ୍ରପତି ନିର୍ବାଚନର ବିଜେତାର ଆନୁଷ୍ଠାନିକ ଘୋଷଣା କରାଯିବ ।


ରାଷ୍ଟ୍ରପତି ନିର୍ବାଚନରେ ​​ଜିତିବା ପାଇଁ ବାଇଡେନଙ୍କୁ ୨୭୦ ଇଲେକ୍ଟୋରଲ  ଭୋଟ୍ ଆବଶ୍ୟକ ଥିଲା । କିନ୍ତୁ ତାଙ୍କ ସପକ୍ଷରେ ପଡ଼ିଥିବା ଭୋଟ୍ ସଂଖ୍ୟା ମ୍ୟାଜିକ୍ ଆକଳନଠାରୁ ୩୭ଟି ଅଧିକ ରହିଛି ।