ଟି-୨୦ ମ୍ୟାଚ୍ ସମୟରେ ଷ୍ଟାଡିୟମରେ ବୋମା ବିସ୍ଫୋରଣ, ୪ ଦର୍ଶକ ଆହତ
Shpageeza Cricket League: ଟି-୨୦ ମ୍ୟାଚ୍ ସମୟରେ ଆଫଗାନିସ୍ତାନର କାବୁଲ ଆନ୍ତର୍ଜାତୀୟ ଷ୍ଟାଡିୟମ (Kabul International Stadium)ରେ ଏକ ବୋମା ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ୪ ଜଣ ଆହତ ହୋଇଥିବାବେଳେ ଷ୍ଟାଡିୟମରେ ଉପସ୍ଥିତ ଦର୍ଶକ ଥରି ଉଠିଥିଲେ ।
Shpageeza Cricket League: କ୍ରିକେଟ୍ ଜଗତ ପାଇଁ ଆଫଗାନିସ୍ତାନ (Afghanistan) ରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସମ୍ନାକୁ ଆସିଛି । ଶୁକ୍ରବାର ଦିନ (ଜୁଲାଇ ୨୯) କାବୁଲ ଅନ୍ତର୍ଜାତୀୟ ଷ୍ଟାଡିୟମ (Kabul International Stadium) ରେ ମ୍ୟାଚ ସମୟରେ ବୋମା ବିସ୍ଫୋରଣ (bomb blast) ଯୋଗୁଁ ଆଫଗାନିସ୍ତାନର ଶାପଗିଜା କ୍ରିକେଟ୍ ଲିଗ୍ (Shpageeza Cricket League) ଦୋହଲି ଯାଇଛି । ଟୁର୍ଣ୍ଣାମେଣ୍ଟର ୨୨ ତମ ଲିଗ୍ ମ୍ୟାଚ୍ ସମୟରେ ପାମିର ଜଲମି ଓ ବ୍ୟାଣ୍ଡ-ଇ-ଆମୀର ଡ୍ରାଗନ୍ସ ମଧ୍ୟରେ ହେଉଥିବା ସମୟରେ ଏହି ଘଟଣାଟି ଘଟିଛି । ଯଦିଓ ଏଥିରେ କେହି ମୃତ୍ୟୁବରଣ କରିନାହାଁନ୍ତି, କିନ୍ତୁ ଚାରି ଜଣ ଆହତ ହୋଇଛନ୍ତି ।
ଷ୍ଟାଡିୟମ ଷ୍ଟାଣ୍ଡରେ ହୋଇଥିବା ଏହି ବିସ୍ଫୋରଣରେ ୪ ଜଣ ଦର୍ଶକ ଆହତ ହୋଇଛନ୍ତି । ଷ୍ଟାଡିୟମ ଓ ସ୍ଥାନୀୟ ପୋଲିସର ସହାୟତାରେ ସେମାନଙ୍କୁ ହସ୍ପିଟାଲକୁ ନିଆଯାଇଥିଲା ଓ ପରେ ପୁଣି ମ୍ୟାଚ୍ ଆରମ୍ଭ ହୋଇଥିଲା । ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡର ଜଣେ ଅଧିକାରୀ କହିଛନ୍ତି ଯେ କାବୁଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା । ଏକ ଘଣ୍ଟା ପରେ DLS ମେଥଡ ଅନୁଯାୟୀ ମ୍ୟାଚ୍ ଆରମ୍ଭ ହୋଇଥିଲା । ଏହାକୁ ପୋଲିସ ଅନୁମୋଦନ କରିଥିଲା ।
ବୋମା ବିସ୍ଫୋରଣ କାରଣରୁ ଖେଳ ବିଳମ୍ବରେ ଆରମ୍ବ ପରେ ପାମିର ଜଲମି ୨୦ ଓଭରରେ ୫ ୱିକେଟ୍ ହରାଇ ୧୫୯ ସ୍କୋର କରିଥିଲେ । ପରେ, ଡିଏଲ୍ଏସ୍ ମେଥଡ ଅନୁଯାୟୀ ବ୍ୟାଣ୍ଡ-ଏ-ଆମୀର ଡ୍ରାଗନ୍ସ ୧୦ ଓଭରରେ ୯୪ ରନ୍ କିର ଲକ୍ଷ୍ୟ ହାସଲ କରିଥିଲା । ବ୍ୟାଣ୍ଡ-ଏ-ଆମୀରର ଆଫଗାନିସ୍ତାନ ଅଲରାଉଣ୍ଡର କରିମ ଜନତ କ୍ରିକବଜଙ୍କୁ କହିଛନ୍ତି ଯେ ଆଶ୍ଚର୍ଯ୍ୟଜନକ ଘଟଣା ସତ୍ତ୍ୱେ ଖେଳାଳିମାନେ ଚିନ୍ତିତ ନୁହଁନ୍ତି ଓ ଆଶା କରୁଛନ୍ତି ଯେ ଟୁର୍ଣ୍ଣାମେଣ୍ଟ ସେମାନଙ୍କ ପାଇଁ ଆଗାମୀ ଟି -୨୦ ଚ୍ୟାଲେଞ୍ଜକୁ ନେଇ ଯଥେଷ୍ଟ ପ୍ରସ୍ତୁତି କରିବ।
ଆଫଗାନିସ୍ତାନ ଆସନ୍ତା ମାସରେ ଏକ ଟି -୨୦ ସିରିଜରେ ଆୟର୍ଲାଣ୍ଡ ଖେଳିବାର କାର୍ଯ୍ୟକ୍ରମ ରହିଛି ଓ ପରବର୍ତ୍ତୀ ସମୟରେ ଏସିଆ କପ୍ ଓ ଆଇସିସି ବିଶ୍ୱ ଟି -୨୦ ରେ ଖେଳିବାର ଆଶା କରାଯାଉଛି । କରିମ କ୍ରିକବଜଙ୍କୁ କହିଛନ୍ତି ଯେ ମୁଁ ଆଜି ମ୍ୟାଚ୍ ଖେଳିଥିଲି ଓ ପରେ ସବୁକିଛି ଠିକ୍ ଥିଲା, ତେଣୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ଯଦିଓ କରିମ ଜନତ ସବୁକିଛି ଠିକ ଅଛି ବୋଲି କହୁଛନ୍ତି, କିନ୍ତୁ ଏଭଳି ଘଟଣା ଆଶ୍ଚର୍ଯ୍ୟଜନକ ।
ଏହା ବି ପଢ଼ନ୍ତୁ: ବସକୁ ପିଟିଲା ଟ୍ରେନ୍; ଚାଲିଗଲା ୫ ଛାତ୍ରଙ୍କ ସହ ୧୧ ଜଣଙ୍କର ଜୀବନ
ଏହା ବି ପଢ଼ନ୍ତୁ: କ୍ରିକେଟ୍ ପଡ଼ିଆକୁ ପୁଣି ଫେରିବେ ଦାଦା; ନିଜେ କଲେ ବଡ ଘୋଷଣା