Train Bus Accident: ଖବର ଅନୁଯାୟୀ, ପ୍ରୋଭାତି ଏକ୍ସପ୍ରେସ ଟ୍ରେନ୍ ଏକ ମାଇକ୍ରୋ ବସକୁ ରେଳ ଟ୍ରାକରେ ଅନେକ ଶହ ମିଟର ଘୋଷାଡ଼ି ନେଇଥିଲା । ଏହି ଘଟଣାରେ ବସ୍ରେ ଥିବା ୧୧ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ, ପାଞ୍ଚ ଜଣ ଗୁରୁତର ଆହତ ହୋଇଛନ୍ତି ।
Trending Photos
Train Bus Accident: ବାଂଲାଦେଶର (Bangladesh) ଚଟଗାଁଓ ଜିଲ୍ଲାର (Chittagong district) ଚୌକିଦାର-ରୋହିତ ରେଳ କ୍ରସିଂରେ ଏକ ମିନି ବସ୍ ଟ୍ରେନ୍ ସହ ଧକ୍କା ହୋଇଛି, ଏଥିରେ ୭ ଜଣ ଛାତ୍ରଙ୍କ ସମେତ ଅତି କମରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । ମିଡିଆ ରିପୋର୍ଟରେ ଏହି ସୂଚନା ଦିଆଯାଇଛି । ଦୈନିକ ଖବରକାଗଜ ଢାକା ଟ୍ରିବ୍ୟୁନର ରିପୋର୍ଟ ଅନୁଯାୟୀ, ଶୁକ୍ରବାର ଦିନ ମିରଶରାଇ ଉପଜିଲ୍ଲାରେ (Mirsharai Upazila) ଏକ କୋଚିଂ ସେଣ୍ଟରର ଛାତ୍ର ଓ ଶିକ୍ଷକଙ୍କୁ ନେଇ ଏକ ମିନି ବସ୍ ଢାକା ଅଭିମୁଖେ ଯାଉଥିବା ବେଳେ, ପ୍ରୋଭାତି ଏକ୍ସପ୍ରେସ ଟ୍ରେନ (Provati Express train) ଏହି ବସ୍ ଉପରେ ଚଢି ଯାଇଥିଲା ।
ମିରଶରାଇ ପୋଲିସ ଷ୍ଟେସନର ଅଧିକାରୀ (ଓସି) କବୀର ହୁସେନ୍ କହିଛନ୍ତି ଯେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୧ ଜଣଙ୍କ ମଧ୍ୟରୁ ୭ ଜଣ ପ୍ରାୟ ସମାନ ବୟସର ଛାତ୍ର ହୋଇଥିବା ବେଳେ ଅନ୍ୟ ଚାରିଜଣ ଶିକ୍ଷକ ଥିଲେ । କବୀର ହୁସେନ୍ କହିଛନ୍ତି, “ପ୍ରୋଭାତି ଏକ୍ସପ୍ରେସ ଟ୍ରେନ୍ ଧକ୍କା ହେବା ପରେ ମିନି ବସଟି ରେଳ ଟ୍ରାକରେ ଅନେକ ଶହ ମିଟର ଘୋଷାଡ଼ି ହୋଇଯାଇଥିଲା । ଏହି ଘଟଣାରେ ବସ୍ରେ ବସିଥିବା ୧୧ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ପାଞ୍ଚ ଜଣ ଗୁରୁତର ଆହତ ହୋଇଛନ୍ତି ।"
ଚଟଗାଁଓ ବିଭାଗୀୟ କାର୍ଯ୍ୟାଳୟର ଡେପୁଟି ଡାଇରେକ୍ଟର ଅନିସୁର ରହମାନ କହିଛନ୍ତି ଯେ ମୃତକଙ୍କ ମୃତଦେହ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଥିଲା ଓ ପରେ ସନ୍ଧ୍ୟାରେ ସେମାନଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଥିଲା । ଆହତମାନଙ୍କୁ ଚଟଗାଁଓ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଏହା ବି ପଢ଼ନ୍ତୁ: କୋଶିୟାରୀ ବୟାନକୁ ନେଇ ତେଜିଲା ମହାରାଷ୍ଟ୍ର ରାଜନୀତି, ଜାଣନ୍ତୁ ପୂରା ଘଟଣା
ଏହା ବି ପଢ଼ନ୍ତୁ: ନ୍ୟାୟପାଳିକାକୁ ମୋଦିଙ୍କ ଅପିଲ: ବିଚାରାଧୀନ କଏଦୀମାନଙ୍କ ମୁକ୍ତିକୁ ତ୍ୱରାନ୍ୱିତ କରନ୍ତୁ
ଏହା ବି ପଢ଼ନ୍ତୁ: କ୍ରିକେଟ୍ ପଡ଼ିଆକୁ ପୁଣି ଫେରିବେ ଦାଦା; ନିଜେ କଲେ ବଡ ଘୋଷଣା