କନ୍ଧମାଳ: ଦାରିଙ୍ଗବାଡି କଂଗ୍ରେସ ଓ ବିଜେଡ଼ି ଦଳ ମଧ୍ୟରେ ଲାଗିରହିଥିବା ଆରୋପ ଓ ଦୋଷାରୋପ ଭିତିକ ରାଜନୈତିକ ଯୁଦ୍ଧରେ କଂଗ୍ରେସ ପୁଣି ହୁଙ୍କାର ଦେଇଛି । ଏହା ସହ କଂଗ୍ରେସ କହିଛି ଯେ ବିଜେଡ଼ିର ସତ ସାହସ ଯଦି ଅଛି ତାହାଲେ ଆମକୁ ସାମ୍ନା କରନ୍ତୁ । କିନ୍ତୁ ଔଷଧ ବିକଳରେ ତାଟିଆ କାମୁଡିବା ଛାଡ଼ନ୍ତୁ ବିଜୁଜନତା ଦଳର ଜି ଉଦୟଗିରି ବିଧାୟକ । ଯାହାକୁ ନେଇ ରାଜନୈତିକ ମାହୋଲ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକରେ ପୁଣିଥରେ ସରଗରମ ହୋଇ ଉଠିଛି । 


COMMERCIAL BREAK
SCROLL TO CONTINUE READING

ଦାରିଙ୍ଗବାଡି ବ୍ଲକ ଅଧକ୍ଷା ଓ ଉପାଧ୍ୟକ୍ଷ ଗତ ୧୬ ତାରିଖ ଦିନ ଜି.ଉଦୟଗିରି ବିଧାୟକ ଓ ଦାରିଙ୍ଗବାଡ଼ି  ବ୍ଲକ ସହକାରୀ ଯନ୍ତ୍ରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ବ୍ଲକ କାର୍ଯ୍ୟାଳୟ ପରିସରରେ ଆମରଣ ଅନଶନରେ ଧାରଣା ଦେଇଥିଲେ।ଆଉ ପ୍ରଶାସନର ପ୍ରତିଶୃତି ପରେ ଧାରଣା ପ୍ରତିହାର କରିଥିଲେ । ହେଲେ ଏହାର ୪ ଦିନ ପରେ ଅର୍ଥାତ ୨୦ ତାରିଖରେ ଦାରିଙ୍ଗବାଡି ବିଜୁ ଜନତା ଦଳ ପକ୍ଷରୁ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କ ବିରୋଧରେ ପାଲଟା ଦୁର୍ନୀତି ଅଭିଯୋଗ ଆଣି  ଜିଲ୍ଲାପାଳଙ୍କ ନିକଟକୁ ବିଡିଓଙ୍କ ଜରିଆରେ ୧୦ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଯାହାକୁ ନେଇ ଦାରିଙ୍ଗବାଡି କଂଗ୍ରେସ ଦଳ ପକ୍ଷରୁ ଚୋର ମୁହଁ ଟାଣ ଭଳି,ଅଭିଯୋଗକୁ ବ୍ଳକ ବିଜୁ ଜନତା ଦଳ ପକ୍ଷରୁ ଘଣ୍ଟ ଘୁଡ଼ାଇବା ପାଇଁ ପ୍ରୟାସ କରାଯାଉଥିବା କହି ଏହାର ପ୍ରତିବାଦରେ କଂଗ୍ରେସ  ସାମ୍ବାଦିକ ସମ୍ବିଳନୀ କରି ଦୃଡ଼ ନିନ୍ଦା କରିଛି ।


ଅଧିକ ପଢ଼ନ୍ତୁ: ଜି ଏଣ୍ଟରଟେନମେଣ୍ଟ ଏବଂ ସୋନି ପିକ୍ଚର୍ସ ମିଶ୍ରଣ: ଏମଡି ଓ ସିଇଓ ରହିବେ ପୁନିତ ଗୋଏଙ୍କା


ପୂର୍ବତନ ବ୍ଳକ କଂଗ୍ରେସ ସଭାପତି କାଳିପ୍ରସାଦ ମଲିକ କଡ଼ା ଭାବେ ଜବାବ ରଖି କହିଛନ୍ତି ଯେ ଚାରି ଯୋଜନାରେ ବିଜେଡି ଦଳର ନିଜେ ବିଧାୟକ ସମିତି ଅଧ୍ୟକ୍ଷ  ଭାବେ ଥିଲେ । ଏହାପରେ ନିଜର ଝିଆରୀ ରଞ୍ଜିତା ପ୍ରଧାନ, ପରବର୍ତ୍ତୀ ଯୋଜନାରେ ନିଜ ସାନ ଭାଇ ସୁଶାନ୍ତ ପ୍ରଧାନ ଅଧ୍ୟକ୍ଷ ଥିଲେ । ଏହାପରେ ଏହି ଯୋଜନାରେ ବିଧାୟକଙ୍କ ନିଜ  ସ୍ତ୍ରୀ ସୁବେନ୍ତି ପ୍ରଧାନ ଅଧ୍ୟକ୍ଷା ଥିଲେ ।କିନ୍ତୁ ଦୁଇରୁ ଅଧିକ ସନ୍ତାନ ଥିବା କାରଣରୁ କୋର୍ଟଙ୍କ  ରାୟରେ ପଦବୀ ହରାଇ ଥିଲେ ।


ଅଧିକ ପଢ଼ନ୍ତୁ: ପୋଷ୍ଟ ଅଫିସର ଜବରଦସ୍ତ ସ୍କିମ; ୧୦ ହଜାର ରଖି ପାଆନ୍ତୁ ୧୬ ଲକ୍ଷ ଟଙ୍କା! ଜାଣନ୍ତୁ ସବୁକିଛି 


ବର୍ତ୍ତମାନ କଂଗ୍ରେସ ସମର୍ଥିତ ରୁଦାମଳିକ ବ୍ଲକ ଅଧ୍ୟକ୍ଷା ଅଛନ୍ତି । ହେଲେ ଗତ କୋଡ଼ିଏ ବର୍ଷ ଧରି ବ୍ଲକରେ ଦୁର୍ନୀତି କରିବା ଓ ମନମୁଖୀ ଶାସନ କରି ପିସି ନେଇଥିବା ବ୍ୟକ୍ତି ଏବେ ଘଣ୍ଟ ଘୁଡାଉଥିବା ନେଇ ସେ ଦୃଡ଼ ନିନ୍ଦା କରିଛନ୍ତି । ଏହା ସହ ବେଆଇନ ଭାବେ ସରକାରୀ ଜମିରେ ବିଜୁ ପଟ୍ଟନାୟକଙ୍କ ନାମରେ ପାଠାଗାର କରିବା ଆଳରେ ବିଧାୟକ ନିଜପାଇଁ ଯେଉଁ କୋଠା ନିର୍ମାଣ କରୁଛିନ୍ତି । ପ୍ରଶାସନ ଏହାର ନିରପେକ୍ଷ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ଯଦି ନକରନ୍ତି ତେବେ କଂଗ୍ରେସ ରାଜ ରାସ୍ତାକୁ ଓଲ୍ଲାଇବ । 


ଅଧିକ ପଢ଼ନ୍ତୁ: ଜାଣନ୍ତୁ କିଏ ଏହି ଏୟାର ମାର୍ଶଲ ଭି.ଆର ଚୌଧୁରୀ? ଯିଏ ହେବେ ଦେଶର ପରବର୍ତ୍ତୀ ବାୟୁସେନା ମୁଖ୍ୟ


ଆଉ କୋଠାକୁ ନଷ୍ଟ କରି ସରକାରଙ୍କୁ ଉନ୍ନତି ମୂଳକ କାର୍ଯ୍ୟ କରିବା ପାଇଁ ଜମି ହସ୍ତାନ୍ତର କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଏହା ସହ ସତ୍ ସାହସ ଯଦି ଅଛି ତାହାଲେ ଆମକୁ ସାମ୍ନା କରନ୍ତୁ । ହେଲେ ଏଭଳି ଔଷଧ ବିକଳରେ ବିଧାୟକ ତାଟିଆ କାମୁଡିବା ଛାଡ଼ନ୍ତୁ ବୋଲି କହିଛି କଂଗ୍ରେସ । ତେବେ ଏହି ସାମ୍ବାଦିକ ସମ୍ବିଳନୀରେ ବ୍ଲକ ଅଧ୍ୟକ୍ଷା ରୁଦା ମଳିକ , ଉପାଧ୍ୟକ୍ଷ ରମାକାନ୍ତ ବଳିଆରସିଂ, ସମିତି ସଭ୍ୟ କରମସିଂ ନାୟକ, ପ୍ରଭଞ୍ଜନ ନାୟକ, ବିଦ୍ୟାଧର ମଳିକ, ପ୍ରମୁଖ ଉପସ୍ଥିତ ରହିଥିଲେ ।