କପିଲ ଶର୍ମା ପୂରା କଲେ ଲୋକଙ୍କ ଡିମାଣ୍ଡ, ପ୍ରଥମ ଥର ପାଇଁ ଦେଖାଇଲେ ନିଜ ପୁଅର ଚେହେରା
କପିଲ ଶର୍ମାଙ୍କ (Kapil Sharma) ନବଜାତ ପୁତ୍ର ସନ୍ତାନର ପ୍ରଥମ ଫଟୋ ସାମ୍ନାକୁ ଆସିଛି । ଏହି ଫଟୋରେ ସେ ନିଜର ପ୍ରିୟ ଭଉଣୀ ଅନୀରା ଓ ବାପା କପିଲଙ୍କ ସହ ନଜର ଆସିଛନ୍ତି ।
ନୂଆଦିଲ୍ଲୀ: ପ୍ରସିଦ୍ଧ ହାସ୍ୟ ଅଭିନେତା କପିଲ ଶର୍ମା (Kapil Sharma) ଦୁଇ ସନ୍ତାନର ପିତା ହସାରିଛନ୍ତି । କିଛି ଦିନ ପୂର୍ବରୁ ସେ ଦ୍ୱିତୀୟ ଥର ପାଇଁ ଏକ ଶିଶୁପୁତ୍ରର ପିତା ହୋଇଥିଲେ । ଏଭଳି ପରିସ୍ଥିତିରେ ପିତୃ ଦିବସ ଏଥର ତାଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ଥିଲା । ସେ ନିଜର ଉଭୟ ଶିଶୁ ସନ୍ତାନଙ୍କ ସହ ପିତୃ ଦିବସ (Fathers day) ପାଳନ କରିଛନ୍ତି । ଏହା ସହିତ କପିଲ ଶର୍ମା (Kapil Sharma) ପ୍ରଥମ ଥର ପାଇଁ ପ୍ରଶଂସକଙ୍କୁ ନିଜ ପୁଅର ଚେହେରା ଦେଖାଇ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରାଇ ଦେଇଛନ୍ତି । ଯାହା ଦେଖିବା ପରେ କପିଲଙ୍କ ପ୍ରଶଂସକମାନେ ବହୁତ ଉତ୍ସାହିତ ହୋଇଛନ୍ତି ।
ଏକାଠି ନଜର ଆସିଲେ ଅନାୟରା ଓ ତ୍ରିଶାନ
କପିଲ ଶର୍ମା (Kapil Sharma) ଏକ ସୋସିଆଲ ମିଡିଆ ପୋଷ୍ଟ (Social media post) ମାଧ୍ୟମରେ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ତାଙ୍କର ଉଭୟ ଝିଅ ଓ ପୁଅ ତାଙ୍କ କୋଳରେ ବସିଛନ୍ତି । ଏଥିସହ ସେ କେକ୍ କାଟୁଥିବାର ନଜର ଆସିଛନ୍ତି । ଏହି ଫଟୋ ସେୟାର କରି କପିଲ କ୍ୟାପସନରେ ଲେଖିଛନ୍ତି, ଲୋକଙ୍କୁ ଚାହିଦାକୁ ନେଇ 'ଅନାୟରା ଓ ତ୍ରିଶାନ ପ୍ରଥମ ଥର । ପିତୃ ଦିବସର ଶୁଭେଚ୍ଛା ।" ଫଟୋରେ ଉଭୟ ତ୍ରିଶାନ ଓ ଅନାୟରା ବହୁତ ସୁନ୍ଦର ଦେଖାଯାଉଛନ୍ତି ।
ଅଧିକ ପଢ଼ନ୍ତୁ: ଭଲ ଖବର! କେନ୍ଦ୍ର ସରକାର ଏହି ମାସରେ କୃଷକଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିବେ ୪୦୦୦ ଟଙ୍କା
ଫିଦା ହେଲେ ପ୍ରଶଂସକ
କପିଲ ଶର୍ମାଙ୍କ (Kapil Sharma) ସୁନ୍ଦର ସନ୍ତାନମାନଙ୍କ ଫଟୋ ଉପରେ ଅନେକ ଲାଇକ ଓ କମେଣ୍ଟ ଆସୁଛି । ଏହି ଫଟୋ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି । ବଲିଉଡ ଓ ଟିଭି ସେଲିବ୍ରେଟଙ୍କ ସହ କପିଲଙ୍କ ପ୍ରଶଂସକମାନେ କପିଲଙ୍କୁ ପିତୃ ଦିବସରେ ଅଭିନନ୍ଦନ ଜଣାଇଛନ୍ତି । ଆହୁରି ମଧ୍ୟ ଶିଶୁମାନଙ୍କର ସୁନ୍ଦରତାକୁ ବହୁତ ପ୍ରଶଂସା କରାଯାଉଛି । ଫଟୋରେ କପିଲ ଓ ତାଙ୍କର ଉଭୟ ପିଲା ସମାନ ଧଳା ଟି-ସାର୍ଟ ପିନ୍ଧିଛନ୍ତି ।
ଅଧିକ ପଢ଼ନ୍ତୁ: WTC Final: ଇଶାନ୍ତ ଭାଙ୍ଗିଲେ କପିଲ ଦେବଙ୍କ ବଡ ରେକର୍ଡ, ବିଦେଶରେ କଲେ ଦ୍ୱିଶତକ
ନୀନା-ନୀତି ଏହି କମେଣ୍ଟ ଦେଇଛନ୍ତି
କପିଲ ଶର୍ମାଙ୍କ (Kapil Sharma) ପୋଷ୍ଟରେ ମନ୍ତବ୍ୟ ଦେଇ ନୀନା ଗୁପ୍ତା (Neena Gupta) ଉଭୟ ଶିଶୁଙ୍କୁ ଆଶୀର୍ବାଦ ଦେଇଛନ୍ତି । ଏଥି ସହିତ ନୀତି ମୋହନ (Neeti Mohan) କମେଣ୍ଟରେ ଲେଖିଛନ୍ତି, 'ପାଜି ଆପଣଙ୍କ ଜୁନିଅର ଆପଣଙ୍କ ପରି ଦେଖାଉଛନ୍ତି । ଏହି ସମୟରେ ଅଧିକାଂଶ କଳାକାର ମଧ୍ୟ ଏହି ପୋଷ୍ଟରେ ହାର୍ଟ ଇମୋଜି କମେଣ୍ଟ ଆକାରରେ ଦେଇଛନ୍ତି । କପିଲଙ୍କ ଶିଶୁମାନଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି । କପିଲଙ୍କ ଶିଶୁମାନେ ଆପଣଙ୍କୁ କିପରି ଲାଗୁଛନ୍ତି, କମେଣ୍ଟ ବିଭାଗରେ ଆମକୁ ଜଣାନ୍ତୁ ।