WTC Final: ଇଶାନ୍ତ ଭାଙ୍ଗିଲେ କପିଲ ଦେବଙ୍କ ବଡ ରେକର୍ଡ, ବିଦେଶରେ କଲେ ଦ୍ୱିଶତକ
Advertisement

WTC Final: ଇଶାନ୍ତ ଭାଙ୍ଗିଲେ କପିଲ ଦେବଙ୍କ ବଡ ରେକର୍ଡ, ବିଦେଶରେ କଲେ ଦ୍ୱିଶତକ

ଇଂଲଣ୍ଡ ମାଟିରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ (Ind vs NZ) ମଧ୍ୟରେ ଟେଷ୍ଟ ଚାମ୍ପିଅନସିପର ଐତିହାସିକ ଫାଇନାଲ ମ୍ୟାଚ୍ (WTC Final) ଖେଳାଯାଉଛି ।

 

ଇଶାନ୍ତ ଶର୍ମା

ନୂଆଦିଲ୍ଲୀ: ଇଂଲଣ୍ଡ ମାଟିରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ (Ind vs NZ) ମଧ୍ୟରେ ଟେଷ୍ଟ ଚାମ୍ପିଅନସିପର ଐତିହାସିକ ଫାଇନାଲ ମ୍ୟାଚ୍ (WTC Final) ଖେଳାଯାଉଛି । ଯଦିଓ ବର୍ଷା ଏହି ମ୍ୟାଚରେ ରୋମାଞ୍ଚକତାକୁ ବିଗାଡି ଦେଇଛି, ତଥାପି ଉଭୟ ଦଳ ଭଲ ପ୍ରଦର୍ଶନ କରିଛନ୍ତି । କିନ୍ତୁ ଏହି ମ୍ୟାଚର ତୃତୀୟ ଦିନରେ ଇଶାନ୍ତ ଶର୍ମା (Ishant Sharma) ଏକ ବିଶେଷ ସଫଳତା ନିଜ ନାମରେ କରିଛନ୍ତି ।

ଭାଙ୍ଗିଲେ କପିଲ ଦେବ ଏହି ରେକର୍ଡ
ଇଶାନ୍ତ ଶର୍ମା କନୱେଙ୍କ ୱିକେଟ୍ ନେଇଥିଲେ । ତାଙ୍କୁ ମହମ୍ମଦ ଶାମିଙ୍କ ହାତରେ ସର୍ଟ ଲେଗରେ କ୍ୟାଚ କରାଇ ଭାରତକୁ ଦ୍ୱିତୀୟ ସଫଳତା ଦେଇଥିଲେ । ଏହି ୱିକେଟ୍ ନେଇ ଇଶାନ୍ତ ଶର୍ମା ଭାରତୀୟ ଦଳର ପୂର୍ବତନ ଅଧିନାୟକ କପିଲ ଦେବଙ୍କ (Kapil Dev) ବଡ଼ ରେକର୍ଡ ଭାଙ୍ଗିବାରେ ସଫଳ ହୋଇଥିଲେ । ଏହି ୱିକେଟ୍ ପୂର୍ବରୁ ଇଂଲଣ୍ଡ ମାଟିରେ ସର୍ବାଧିକ ୱିକେଟ୍ ନେଇ ଇଶାନ୍ତ ଶର୍ମା (Ishant Sharma) କପିଲ ଦେବଙ୍କ ସହ ମିଳିତ ଭାବେ ଶୀର୍ଷରେ ରହିଥିଲେ, କିନ୍ତୁ କନୱେଙ୍କୁ ଆଉଟ କରିବା ମାତ୍ରେ ସେ ଏହି ତାଲିକାର ଶୀର୍ଷରେ ପହଞ୍ଚିଛନ୍ତି ।

ଅଧିକ ପଢ଼ନ୍ତୁ: ସାବଧାନ! ନିଜ ସ୍ମାର୍ଟଫୋନରୁ ଡିଲିଟ୍ କରିଦିଅନ୍ତୁ ଏହି ୮ ଟି ବିପଜ୍ଜନକ ଆପ୍, ଗୁଗୁଲ୍ ମଧ୍ୟ ହଟାଇଲା

ଇଂଲଣ୍ଡ ମାଟିରେ ଖେଳାଯାଉଥିବା ନିଜର ୧୩ ତମ ଟେଷ୍ଟ ମ୍ୟାଚରେ ଇଶାନ୍ତ ଶର୍ମା ୪୪ ୱିକେଟ୍ ନେଇଥିବାବେଳେ କପିଲ ଦେବ ନିଜ କ୍ୟାରିୟରରେ ୪୩ ୱିକେଟ୍ ନେଇଛନ୍ତି । ଇଂଲଣ୍ଡରେ ହାରାହାରି ୩୩.୯୦ ସହ ଇଶାନ୍ତ ଏହି ୱିକେଟ୍ ନେଇଛନ୍ତି ଓ ଏହି ସମୟ ମଧ୍ୟରେ ନିଜର ସର୍ବୋତ୍ତମ ପ୍ରଦର୍ଶନ ୭୪ ରନ୍ ଦେଇ ୭ ୱିକେଟ୍ ରହିଛି ।

ବିଦେଶ ମାଟିରେ ପୂରା କଲେ ୨୦୦ ଟେଷ୍ଟ ୱିକେଟ୍
ଏହା ସହ ଇଶାନ୍ତ ଶର୍ମା ବିଦେଶ ମାଟିରେ ୨୦୦ ୱିକେଟ୍ ପୂରା କରିଛନ୍ତି ଓ ସେ ବିଦେଶୀ ମାଟିରେ ଭାରତ ପାଇଁ ୨୦୦ ୱିକେଟ୍ ନେଇଥିବା ଚତୁର୍ଥ ବୋଲର ହୋଇଛନ୍ତି । ଅନିଲ କୁମ୍ବଲେ (୨୬୯), କପିଲ ଦେବ (୨୧୫), ଜହିର ଖାନ (୨୦୭) ଓ ଇଶାନ୍ତ ଶର୍ମା (୨୦୦) ବିଦେଶୀ ମାଟିରେ ଭାରତରୁ ସର୍ବାଧିକ ୱିକେଟ୍ ନେଇ ରେକର୍ଡ ରଖିଛନ୍ତି । ଚଳିତ ବର୍ଷ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଡନ୍ ଲରେନ୍ସଙ୍କ ୱିକେଟ୍ ନେଇ ଇଶାନ୍ତ ନିଜର ୩୦୦ ୱିକେଟ୍ ପୂରା କରିଥିଲା ଓ ଏହା କରିଥିବା ତୃତୀୟ ଦ୍ରୁତ ବୋଲର ତଥା ଷଷ୍ଠ ଭାରତୀୟ ହୋଇଥିଲେ ।