ଏ ହେଉଛନ୍ତି ଭାରତର ସବୁଠାରୁ ଧନୀ ମହିଳା, ତାଙ୍କ କାମ ଶୁଣି ନଇଁଯିବ ଆପଣଙ୍କ ମୁଣ୍ଡ
କିରଣ ମଜୁମଦାର ଯଦି ଲୋକଙ୍କୁ ଶସ୍ତା ମେଡ଼ିସିନ ଦେବା କଥା ଭାବିନଥାନ୍ତେ, ତେବେ ଆଜି ଭାରତରେ ଲକ୍ଷ ଲକ୍ଷ ଲୋକଙ୍କ ଚିକିତ୍ସା ବିନା ମୃତ୍ୟୁ ହୋଇଥାନ୍ତେ । ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର କେନସର ମେଡ଼ିସିନ ଆଜି ତାଙ୍କ ପାଇଁ ମାତ୍ର କେତେ ହଜାର ଟଙ୍କାରେ ମିଳୁଛି ।
ନୂଆଦିଲ୍ଲୀ: ଯଦି ଆମେ ଦେଶର ମହିଳା ବିଲିୟନେୟାରଙ୍କ ବିଷୟରେ କହିବା, ତେବେ କିରଣ ମଜୁମଦାର ଶ'ଙ୍କ (Kiran Mazumdar Shaw) ନାମ ଶୀର୍ଷରେ ଆସିଥାଏ । କିରଣ ମଜୁମଦାର ଶ' ବାୟୋକନ୍ ଲିମିଟେଡର ଚେୟାରମ୍ୟାନ୍ ଅଟନ୍ତି । ନିକଟରେ ପ୍ରକାଶିତ ହୁରୁନ୍ ଗ୍ଲୋବାଲ୍ ରିଚ୍ ତାଲିକା ୨୦୨୧ (Hurun Global Rich List) ରେ କିରଣଙ୍କୁ ଭାରତର ସବୁଠାରୁ ଧନୀ ମହିଳା ବିଲିୟନେୟାର (Billionaires) ତାଲିକାର ଶୀର୍ଷରେ ରଖିଛି । ବାୟୋକନ୍ ଲିମିଟେଡର (Biocon Limited) ପ୍ରତିଷ୍ଠାତା କିରଣ ଶ'ଙ୍କର ସମ୍ପତ୍ତି ୪.୮ ବିଲିୟନ ଡ଼ଲାର୍ । ଯଦି ଏହା ସଂଖ୍ୟାରେ ଟଙ୍କା ଲେଖାଯାଏ, ତେବେ ଏହି ସଂଖ୍ୟା ଏହିପରି ଦେଖାଯିବ - ୩,୫୩,୦୧,୬୦,୦୦,୦୦୦ ଟଙ୍କା । ଅର୍ଥାତ ୩ ଟ୍ରିଲିୟନ୍ ୫୩ ବିଲିୟନ ଏକ କୋଟି ୬୦ ଲକ୍ଷ ଟଙ୍କା । ବର୍ତ୍ତମାନ ଏହା କହିବାକୁ ଓ ଶୁଣିବାକୁ ବହୁତ ଭଲ ଲାଗୁଛି, କିନ୍ତୁ ଏହା ପଛରେ କିରଣ ମଜୁମଦାରଙ୍କ କଠିନ ସଂଘର୍ଷ ରହିଛି ।
ଦେଶରେ ଶସ୍ତା ଔଷଧ ପାଇଁ କିରଣଙ୍କ ରହିଛି ଅନେକ ଅବଦାନ
ପ୍ରତ୍ୟେକ ଭାରତୀୟ କିରଣ ମଜୁମଦାରଙ୍କ ପାଇଁ ଗର୍ବିତ ହେବା ଉଚିତ, କାରଣ ଯଦି ସେ ଶସ୍ତା ମେଡ଼ିସିନ ଯୋଗାଇବାକୁ ଚିନ୍ତା କରିନଥାନ୍ତେ, ତେବେ ଆଜି ଚିକିତ୍ସା ବିନା ଭାରତର କୋଟି କୋଟି ଲୋକ ମରିଯାଇଥାନ୍ତେ । ବିଶେଷକରି ମଧୁମେହ ଓ କର୍କଟ ରୋଗୀଙ୍କ ଜୀବନକୁ ସେ ଅତି ସହଜ କରିଛନ୍ତି । କିରଣ ମଜୁମଦାର ଶ'କହିଛନ୍ତି, 'ମୁଁ ଚାହେଁ ଯେ ଭାରତର ପ୍ରତ୍ୟକ ଗରିବ ଲୋକ ମଧ୍ୟ ମେଡ଼ିସିନ ପାଇପାରିବେ । ବାୟୋକନ୍ ଲିମିଟେଡର ମେଡ଼ିସିନ ପୂର୍ବରୁ ବହୁରାଷ୍ଟ୍ରୀୟ କମ୍ପାନୀର ମେଡ଼ିସିନ ବହୁତ ମହଙ୍ଗା ଥିଲା । MNC କମ୍ପାନୀ ଗୁଡ଼ିକର ମଡେଲ୍ କମ୍ ଭଲ୍ୟୁମ୍ ଓ ଉଚ୍ଚ ମୂଲ୍ୟ ଥିଲା । MNC କମ୍ପାନୀର ଏହା ଲକ୍ଷ୍ୟଥିଲା କମ୍ ମେଡ଼ିସିନ ତିଆରି କରିବେ ଓ ମହଙ୍ଗା ଦରରେ ବିକ୍ରି କରି ଅଧିକ ଲାଭ କରିବେ । କିନ୍ତୁ କିରଣଙ୍କ ଚିନ୍ତାଧାରା ଅଲଗା ଥିଲା । ସେ ମଡେଲକୁ ଓଲଟପାଲଟ କରିଦେଲେ - ଉଚ୍ଚ ଭଲ୍ୟୁମ୍ ଏବଂ କମ୍ ମୂଲ୍ୟ । ଅର୍ଥାତ ଅଧିକ ଉତ୍ପାଦନ କରିବା ଓ କମ୍ ଲାଭ (Low Volume and High Value) ରଖିବା । କିରଣ ମଜୁମଦାରଙ୍କ ଏହି ସୂତ୍ର ଯୋଗୁଁ ଆଜି ମେଡ଼ିସିନ ଭାରତର ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ପହଞ୍ଚୁଛି ।
ଅଧିକ ପଢ଼ନ୍ତୁ: Bhabanipur bypoll: ଜାଣନ୍ତୁ କିଏ ଏହି ପ୍ରିୟଙ୍କା ଟିବ୍ରେୱାଲ, ଯିଏ ବିଜେପି ତରଫରୁ ମମତାଙ୍କୁ ଦେବେ ଟକ୍କର
ଡାଇବେଟିସ ମେଡ଼ିସିନ ରହିଛି ଅନେକ ଶସ୍ତା
ଏହି ଦୃଷ୍ଟିକୁ ଦୃଷ୍ଟିରେ ରଖି ବାୟୋକନ୍ ଡାଇବେଟିସ ପାଇଁ ଇନସୁଲିନ୍ ବିକଶିତ କରିଥିଲା । ଏହି ଇନସୁଲିନର ମୂଲ୍ୟ ଦୈନିକ ୧୦ ଟଙ୍କାରୁ କମ୍, ଯାହା ପୂର୍ବରୁ ୩୦୦ ଟଙ୍କାରୁ ଅଧିକ ଥିଲା । ଏହାର ଅର୍ଥ ହେଉଛି ବର୍ତ୍ତମାନ ଡାଇବେଟିସ ରୋଗୀଙ୍କୁ ଇନସୁଲିନ୍ ପାଇଁ ମାସକୁ ୧୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡୁ ନାହିଁ । ସେମାନେ ମାସକୁ ୩୦୦ ଟଙ୍କାରେ କାମ ଚଳାଇ ପାରିବେ । ଯଦି ଏହା ଏକ ବିପ୍ଳବ ନୁହେଁ ତେବେ ଏହାକୁ କ’ଣ କୁହାଯିବ?
ଅଧିକ ପଢ଼ନ୍ତୁ: ପାକିସ୍ତାନର ଆଉ ଏକ ଘୃଣ୍ୟ ଷଡ଼ଯନ୍ତ୍ରର ଖୁଲାସା, କାଶ୍ମୀରରେ ତାଲିବାନର ଭିଡିଓ ଦେଖାଇ ଲୋକଙ୍କୁ କରୁଛି ଉତ୍ତେଜିତ
୧୦ ଗୁଣ କମ୍ ମୂଲ୍ୟରେ କେନସର ମେଡ଼ିସିନ
ଏଥି ସହିତ, ସ୍ତନ କର୍କଟ ମେଡ଼ିସିନର ଏକ ଡୋଜର ମୂଲ୍ୟ, ଯାହାର ଜେନେରିକ ନାମ ଟ୍ରାଷ୍ଟୁଜୁମାବ, ଓ ଏହାର ମୂଲ୍ୟ ପୂର୍ବରୁ ପ୍ରାୟ ଦୁଇ ଲକ୍ଷ ଟଙ୍କା ଥିଲା । ଏଥିପାଇଁ ଗୋଟିଏ ବର୍ଷରେ ଜଣେ ରୋଗୀଙ୍କର ପ୍ରାୟ ୨୦-୫୦ ଲକ୍ଷ ଟଙ୍କା ଅର୍ଥ ଖର୍ଚ୍ଚ ହୋଇଥାଏ । ଆଜ୍ଞା ହଁ ସମସ୍ତେ ଏତେ ଟଙ୍କା ଦେଇ ପାରିବେ ନାହିଁ । ବାୟୋକନ୍ ସମାନ ମେଡ଼ିସିନର ଡୋଜ ପିଛା ୫୦,୦୦୦ ଟଙ୍କା ମୂଲ୍ୟରେ ଲଞ୍ଚ କରିଥିଲା । ଅର୍ଥାତ୍ ମୂଲ୍ୟର ଏକ ଚତୁର୍ଥାଂଶ ସିଧାସଳଖ ହ୍ରାସ କରାଯାଇଛି । ପରେ ଏହି ଡୋଜ୍ ଆହୁରି ଶସ୍ତା କରାଯାଇଥିଲା । ବର୍ତ୍ତମାନ କେବଳ ଗୋଟିଏ ଡୋଜ ପାଇଁ ମାତ୍ର ୨୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ୧୦ ଗୁଣ କମ୍ ମୂଲ୍ୟରେ ଏପରି ମହଙ୍ଗା ମେଡ଼ିସିନ ସେ ଉପଲବ୍ଧ କରାଇଲେ । ବାୟୋକନର ଯାତ୍ରା ଏପର୍ଯ୍ୟନ୍ତ ଚାଲିଛି ଓ ଆମେ ଆହୁରି ଅନେକ କିଛି ଆଶା କରିପାରିବା ।