Solar Village: ଅହମଦାବାଦ: ଇତିହାସର ପୃଷ୍ଠାରେ ସ୍ଥାନ ପାଇବାକୁ ଯାଉଛି ପ୍ରଧାନମନ୍ତ୍ରୀ (Prime Minister) ନରେନ୍ଦ୍ର ମୋଦିଙ୍କ (Narendra Modi) ପୈତୃକ ଜିଲ୍ଲା ମେହସାଣା (mehesana)। ଏହି ଜିଲ୍ଲାରେ ପ୍ରଧାନମନ୍ତ୍ରୀଙ୍କ (Prime Minister) ଡ୍ରିମ ପ୍ରୋଜେକ୍ଟ ବାସ୍ତବ ରୂପ ନେବାକୁ ଯାଉଛି। ମେହେସାଣାର ମୋଢେରା ନିକଟରେ ପ୍ରସ୍ତୁତ ହୋଇ ସୋଲାର ପ୍ଲାଣ୍ଟ (Solar Plant)। ଏହା ଦ୍ୱାରା ନିକଟରେ ୩ଟି ଗ୍ରାମକୁ ପ୍ରତିଟି ଘରକୁ ବିଦ୍ୟୁତ ସଂଯୋଗ ଯୋଗାଇ ଦିଆଯାଇଛି। ତେବେ ଏହି ପ୍ରକ୍ରିୟାକୁ ସଫଳ କରିବା ପାଇଁ ଉଦଘାଟନ ପୂର୍ବରୁ କିଛି ସମୟ ପାଇଁ ଟେଷ୍ଟ କରାଯାଇଥିଲା। 


COMMERCIAL BREAK
SCROLL TO CONTINUE READING

ମିଳିଥିବା ସୂଚନା ମୁତାବକ ସୁଜନପୁରାରେ ୧୨ ହେକ୍ଟର ଜମିରେ ଏହି କାରଖାନା ସ୍ଥାପନ କରାଯାଇଛି। ସୌର ଶକ୍ତିରୁ ସୁଜନପୁରା ଦ୍ୱାରା ଉତ୍ପାଦିତ ବିଦ୍ୟୁତ୍ ହେଉଛି ଡାଇରେକ୍ଟ କରେଣ୍ଟ। ଏହି ଗ୍ରୀଡ୍ ମୋଢେରା ଗାଁର ପ୍ରତ୍ୟେକ ଘରକୁ ବିଦ୍ୟୁତ୍ ଯୋଗାଇ ଦିଆଯିବ। କେବଳ ଏତିକି ନୁହେଁ ମୋଢେରାର ସମସ୍ତ ଆବାସିକ, ବାଣିଜ୍ୟିକ ଘର, କୋଠା ଉପରେ ସୋଲାର ପ୍ୟାନେଲ ମଧ୍ୟ ସ୍ଥାପନ ଲଗାଯାଇଛି। ଫଳରେ ପ୍ରତିଟି ଘରେ ସୋଲାର ପ୍ୟାନେଲ ଦ୍ୱାରା ବିଦ୍ୟୁତ ଉତ୍ପାଦନ ହୋଇପାରିବ। 


କେବଳ ମୋଢେରା ନୁହେଁ, ସୁଜନପୁର ଏବଂ ସମଲାନାପରାର ୧୩୮୩ଟି ଘରକୁ ସୌର ଶକ୍ତି ମାଧ୍ୟମରେ ବିଦ୍ୟୁତ୍ ଯୋଗାଇ ଦିଆଯାଉଛି। ତେବେ ସବୁଠାରୁ ଆଶ୍ୱସ୍ତିକର କଥା ହେଉଛି ଯେ ବିଦ୍ୟୁତ ବିଲ ଶୂନ୍ୟ ବରାବର ହେବାରେ ଲାଗିଛି। ତେବେ ଯେଉଁମାନଙ୍କର ବିଦ୍ୟୁତ ଅଧିକ ବ୍ୟବହାର ହେଉଛି ସେମାନଙ୍କୁ ୫୦ ପ୍ରତିଶତ ଆଶ୍ୱସ୍ତି ମିଳିଛି। 


ମୋଢେରା ଭଳି ସୁଜନପୁରାରେ ମଧ୍ୟ ପ୍ରତିଟି ଘରେ ସୋଲାର ପ୍ୟାନେଲ ଲଗାଯାଇଛି।  ସେଠାକାର ବାସିନ୍ଦାମାନେ ମଧ୍ୟ ଏହାର ଫାଇଦା ଉଠାଇବାରେ ଲାଗିଛନ୍ତି। ମୋଢେରାରେ ରହିଥିବା ସୂର୍ଯ୍ୟ ମନ୍ଦିରରେ ଥିବା ୩ଡି ପ୍ରୋଜେକସନ ମ୍ୟାପିଂ ଶୋ ଏବଂ ହେରିଟେଜ ଲାଇଟିଂ ମଧ୍ୟ ଏହି ସୋଲାର ପାଓ୍ୱାର ସହାୟତାରେ ହେବ। ମୋଢେରା ମନ୍ଦିରର ପାର୍କିଂ ସ୍ଥଳରେ ସୋଲାର ପ୍ୟାନେଲ ଲଗାଯାଇଛି। ଏହା ଦେଶର ପ୍ରଥମ ଆଧୁନିକ ଗାଁ ଯେଉଁଠାରେ ସୌର ଆଧାରିତ ଅଲଟ୍ରା ମଡର୍ଣ୍ଣ ଇଲେକ୍ଟ୍ରିକ ଭେହିକିଲ ଚାର୍ଜିଂ ଷ୍ଟେସନର ସୁବିଧା ଉପଲବ୍ଧ ରହିଛି। ତେବେ ଏହି ସୁବିଧା କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ୫୦ ପ୍ରତିଶତ ଲେଖାଏଁ ସହଯୋଗର ହାତ ବଢାଇଛନ୍ତି। ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୮୦.୬୬ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। 


ମୋଢେରାର ୧୩୦୦ଟି ଘରେ ଗୋଟିଏ କିଲୋୱାଟ କ୍ଷମତା ବିଶିଷ୍ଟ ସୋଲାର ସିଷ୍ଟମ ଛାତ୍ର ଉପରେ ସ୍ଥାପନ କରାଯାଇଛି। ଯାହା ସୌର ଶକ୍ତିରୁ ବିଦ୍ୟୁତ୍ ଉତ୍ପାଦନ କରୁଛି। ଏହି ସୌର ପ୍ୟାନେଲ ମାଧ୍ୟମରେ ଏବଂ ସନ୍ଧ୍ୟାରେ BESS ଯଥା ବ୍ୟାଟେରୀ ଶକ୍ତି ସଂରକ୍ଷଣ ସିଷ୍ଟମ ମାଧ୍ୟମରେ ବିଦ୍ୟୁତ୍ ଯୋଗାଣ କରାଯାଏ। ଏହି ପ୍ରକଳ୍ପ ମାଧ୍ୟମରେ ମୋଢେରା ଭାରତର ପ୍ରଥମ ଗ୍ରାମ ହୋଇପାରିଛି। ଭାରତର ପ୍ରଥମ ଗ୍ରୀଡ୍ ସଂଯୁକ୍ତ MWh ସ୍କେଲ ବ୍ୟାଟେରୀ ଶକ୍ତି ସଂରକ୍ଷଣ ବ୍ୟବସ୍ଥା ସ୍ଥାପିତ ହୋଇଛି।