Massive flights cancellation, ନୂଆଦିଲ୍ଲୀ: ଗତ ଦୁଇ ଦିନ ହେଲା ଚୀନ ଅଧିକ ଚର୍ଚ୍ଚାରେ ରହିଛି। ପ୍ରଥମେ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଗୃହବନ୍ଦୀ କରି ରଖାଯାଇଥିବା ନେଇ ଖବର ଆସିଲା। ତାପରେ ବେଜିଂକୁ ଚୀନ ସେନା କବଜା କରିଥିବା ନେଇ ସୋସିଆଲ ମିଡିଆରେ ଗୁଜବ ପ୍ରଚାରିତ ହୋଇଥିଲା। ଏହି କାରଣରୁ ଚୀନରେ ହଜାର ହଜାର ବିମାନ ବାତିଲ ହୋଇଥିବା ଦାବି କରାଗଲା। ସୋସିଆଲ ମିଜିଆରେ ଜଣେ ବ୍ୟକ୍ତି ଏକ ଭିଡିଓ ସେୟାର କରିବା ପରେ ଗୁଜବ ବୃଦ୍ଧି ପାଇଲା। ଅନ୍ୟ ଜଣେ ୟୁଜର୍ସ ଦାବି କରିଥିଲେ ଯେ ଚୀନରେ ବିମାନ ସେବା ୬୦ ପ୍ରତିଶତ ହ୍ରାସ ପାଇଛି। ଟ୍ୱିଟରରେ ଏୟାର ଟ୍ରାଫିକର ଫଟୋ ସେୟାର କରି ସେ ଦାବି କରିଥିଲେ ଯେ, ୨୧ ସେପ୍ଟେମ୍ବରରେ ୯୫୮୩ଟି ବିମାନ ବାତିଲ ହୋଇଛି। ତେବେ ଆସନ୍ତୁ ଜାଣିବା ଏତେ ସଂଖ୍ୟକ ବିମାନକ ଏକାଥରେ କାହିଁକି ବାତିଲ ହୋଇଥିଲା? ଏହା ପଛରେ କଣ ରହିଛି ରହସ୍ୟ?


COMMERCIAL BREAK
SCROLL TO CONTINUE READING

ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଗତ ୨୧ରେ ଚୀନରେ ଅପ୍ରାକୃତିକ  ଭାବେ ବିମାନ ଉଡାଣ ହ୍ରାସ ହୋଇନାହିଁ। କଥିତ ସେନା ଅକ୍ତିଆର କରିଥିବା ବେଜିଂ ଉପରେ ବିମାନ ଚଳାଚଳ ସ୍ୱାଭାବିକ ଥିଲା। କେବଳ ଏତିକି ନୁହେଁ ସେପ୍ଟେମ୍ବର ୨୨, ୨୩, ୨୪ ଓ ୨୫ ତାରିଖରେ ବିମାନ ସେବା ସ୍ୱାଭାବିକ ଥିଲା। ଭାଇରାଲ ହେଉଥିବା ସ୍ନାପସଟ ଗୁଡିକ  ବିଭିନ୍ନ ଟାଇମଲାଇନର ବୋଲି ଜଣାପଡିଛି। କିନ୍ତୁ ଏହା ସପ୍ତାହର ଏୟାର ଟ୍ରାଫିକ୍ ସହ ପ୍ରାୟ ସମାନ। ଚୀନର ବିମାନ ଟ୍ରାକିଂ ଡାଟାବେସ ଅନୁସାରେ, ୨୦୧୯ ପରଠାରୁ ୨୦୨୨ ପର୍ଯ୍ୟନ୍ତ ବିମାନ ଚଳାଚଳ ହାର ହ୍ରାସ ପାଇଛି। ତେଣୁ ସାମରିକ କର୍ଯ୍ୟାନୁଷ୍ଠାନ ପାଇଁ ବିମାନ ବାତିକ ହୋଇଥିବା ଦାବିରେ ସତ୍ୟତା ନାହିଁ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। 


Also Read: Boat accident: ମଝି ନଇରେ ବୁଡିଲା ଡଙ୍ଗା, ମହାଳୟା ପୂଜା କରିବାକୁ ଯାଉଥିବା ୨୩ ଭକ୍ତଙ୍କର ମୃତ୍ୟୁ


ଚୀନ୍‌ର ବେସାମରିକ ବିମାନ ଚଳାଚଳ ବିଭାଗର ସୂଚନା ଅନୁଯାୟୀ, ଚଳିତ ବର୍ଷ ଜାନୁୟାରୀରୁ ସେପ୍ଟେମ୍ବର ମଧ୍ୟରେ ବିମାନ ସଂଖ୍ୟା ଗତ ବର୍ଷ ତୁଳନାରେ ୪୬.୪ ପ୍ରତିଶତ ହ୍ରାସ ପାଇଛି। ଅନୁସନ୍ଧାନରୁ ଜଣାପଡିଛି ଯେ, ଅନେକେ ଭୁଲ ପ୍ରସଙ୍ଗରେ ଏବଂ ଭୁଲ ସମୟରେ ଫ୍ଲାଇଟ୍ ଟ୍ରାକିଂ ତଥ୍ୟକୁ ଦେଖାଯାଇଛି। ପ୍ରଥମତଃ ଜନସଂଖ୍ୟା ଅନୁପାତ ଏବଂ ଜନସଂଖ୍ୟା ଦୃଷ୍ଟିରୁ ଚୀନ୍ ଭାରତ ଭଳି ସମୃଦ୍ଧ ନୁହେଁ। ଚୀନ୍ ଏହାର ପୂର୍ବ ଏବଂ ଦକ୍ଷିଣ ପାର୍ଶ୍ୱରେ ଜନବହୁଳ ଏବଂ ଏହାର କେନ୍ଦ୍ରୀୟ ଏବଂ ପଶ୍ଚିମ ପାର୍ଶ୍ୱରେ ଜନସଂଖ୍ୟା କମ। ତେଣୁ ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଫଟୋର ଅଧିକାଂଶ ସ୍ଥାନ ଉପରେ କୌଣସି ବିମାନ ନଥିଲା।



ଏହା ବ୍ୟତୀତ ଏୟାର ଟ୍ରାଫିକ ସ୍ନାପସଟ ଗୁଡିକ ଏକ ନିର୍ଦ୍ଧିଷ୍ଟ ସମୟରେ ନିଆଯାଇଛି। ସେହି ସମୟରେ ବିମାନ ଗୁଡିକ ସୀମିତ ଟେକ୍ ଅଫ୍ ଏବଂ ଅବତରଣ କରିଥିଲା। ଫଟୋ ଗୁଡିକ ବିଳମ୍ବିତ ରାତିରେ ନିଆଯାଇଛି, ତେଣୁ ଆକାଶରେ କମ ସଂଖ୍ୟକ ବିମାନ ଦେଖାଯାଉଥିବା କୁହାଯାଉଛି। 
ଚୀନ୍ ବୋଧହୁଏ ଦୁନିଆର ଏକମାତ୍ର ଦେଶ ଯିଏକି ଏପର୍ଯ୍ୟନ୍ତ କେତେକ କଠୋର କୋଭିଡ୍ କଟକଣା ରଖିଛି। ଯେତେବେଳେ ନୂତନ ଭ୍ୟାରିଆଣ୍ଟ ଉତ୍ପନ୍ନ ହୁଏ ସେତେବେଳେ ଦେଶରେ ଅନେକ ସହରଗୁଡ଼ିକରେ ଲକଡାଉନ ଘୋଷଣା କରାଯାଏ। ଏବେ ମଧ୍ୟ ଚୀନରେ ବିଦେଶୀ ପର୍ଯ୍ୟଟଙ୍କ ଉପରେ କଟକଣା ରହିଛି। ଆଉ ଯାତ୍ରୀ ନ ହେଲେ  ଦେଶରେ ବହୁ ବିମାନ ଉଡ଼ାଣ ବାତିଲ ହେଉଛି।


Also Read: XI Jinping: ଗୃହବନ୍ଦୀ ହେଲେ ଚୀନ ରାଷ୍ଟ୍ରପତି, ଚାରିଆଡେ ପ୍ରଘଟ ଏକଛତ୍ରବାଦୀ ଶାସନ, ଖେଳ କ'ଣ ଜାଣ


ରିପୋର୍ଟ ମୁତାବକ, ମହାମାରୀ କୋରୋନା କାରଣରୁ ଚୀନରେ ବିମାନ ବାତିଲ ହୋଇଥାଇପାରେ। କିନ୍ତୁ ଲୋକେ ତାହାକୁ ଭୁଲ ଭାବେ ଉପସ୍ଥାପନ କରୁଛନ୍ତି। ଆସନ୍ତା ଅକ୍ଟୋବର ପହିଲାରୁ ଚୀନ ତାର ପ୍ରତିଷ୍ଠା ଦିବସ ପାଳନ କରିବ। ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି। ହୋଇପାରେ ସେଥିପାଇଁ ସୁରକ୍ଷା ଦୃଷ୍ଟିରୁ ଓ ପ୍ୟାରେଡ ପାଇଁ ବେଜିଂରେ ସେନାର ଗତିବିଧି ବୃଦ୍ଧି ପାଇଛି। ଏହା ବ୍ୟତୀତ ସେନାର ଯାନବାହନ ସଂଖ୍ୟା ମଧ୍ୟ ବଢିଛି। ତେବେ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଗୃହ ବନ୍ଦୀ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ଆଧିକାରୀକ ବୟାନ ଆସିନାହିଁ। ତଥାପି ଚୀନ ସବୁବେଳେ ତଥ୍ୟ ଲୁଚାଏ ବୋଲି ଅଭିଯୋଗ ଆସୁଛି। ତେଣୁ ଏହି ସମ୍ଭାବନାକୁ ଏଡାଇ ଦିଆଯାଇ ପାରିବ ନାହିଁ।