Boat accident: ମଝି ନଇରେ ବୁଡିଲା ଡଙ୍ଗା, ମହାଳୟା ପୂଜା କରିବାକୁ ଯାଉଥିବା ୨୩ ଭକ୍ତଙ୍କର ମୃତ୍ୟୁ
Advertisement
Article Detail0/zeeodisha/odisha1367398

Boat accident: ମଝି ନଇରେ ବୁଡିଲା ଡଙ୍ଗା, ମହାଳୟା ପୂଜା କରିବାକୁ ଯାଉଥିବା ୨୩ ଭକ୍ତଙ୍କର ମୃତ୍ୟୁ

Maritime accident: ପଞ୍ଚଗଡର ବୋଡା ପୋଲିସ ଷ୍ଟେସନର ଅଧିକାରୀ ସୁଜୟ କୁମାର ରୟ କହିଛନ୍ତି ଯେ ଏପର୍ଯ୍ୟନ୍ତ ମହିଳା ଓ ଶିଶୁଙ୍କ ସମେତ ୨୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ସୌ: ସୋସିଆଲ ମିଡିଆ

Bangladesh Boat accident: ବାଂଲାଦେଶର ଏକ ନଦୀରେ ଡଙ୍ଗା ବୁଡ଼ିଯିବାର ଖବର ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ଅତି କମରେ ୨୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, ଏକ ଡର୍ଜନରୁ ଅଧିକ ନିଖୋଜ ଥିବା କୁହାଯାଉଛି । ଏହି ଦୁର୍ଘଟଣା ବାଂଲାଦେଶର ଉତ୍ତର ପଞ୍ଚାଗଡ ଜିଲ୍ଲାରେ ହୋଇଥିବା କୁହାଯାଉଛି ।

ସୂଚନାନୁସାରେ, ରବିବାର ଦିନ ଅପରାହ୍ନରେ ରାଜଧାନୀ ଢାକା ଠାରୁ ୪୬୮ କିଲୋମିଟର ଦୂରରେ ଥିବା କରାତୋୟା ନଦୀରେ ଏକ ଡଙ୍ଗା ବୁଡ଼ିଯିବା ଫଳରେ ଅତି କମରେ ୨୩ ଜଣଙ୍କର ମୃତ୍ୟୁ ଘଟିଛି ।

ପଞ୍ଚଗଡର ବୋଡା ପୋଲିସ ଷ୍ଟେସନର ଅଧିକାରୀ ସୁଜୟ କୁମାର ରୟ କହିଛନ୍ତି ଯେ ଏପର୍ଯ୍ୟନ୍ତ ମହିଳା ଓ ଶିଶୁଙ୍କ ସମେତ ୧୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବୋଡା ପୋଲିସ ଷ୍ଟେସନର ଅଧିକାରୀ ସୁଜୟ କୁମାର ରୟ କହିଛନ୍ତି ଯେ ଇଞ୍ଜିନ୍ ଚାଳିତ ଡଙ୍ଗା ଆୱାଲିଆ ଘାଟ ନିକଟରେ ଦ୍ୱିପ୍ରହର ପ୍ରାୟ ୧:୩୦ ରେ ବୋରୋସି ୟୁନିଅନ ଅନ୍ତର୍ଗତ ବୋଡେଶାରୀ ହିନ୍ଦୁ ମନ୍ଦିରକୁ ଯାଉଥିଲା । ଅଧିକାଂଶ ଯାତ୍ରୀ ମହାଲୟ ପାଳନ କରିବାକୁ ମନ୍ଦିରକୁ ଯାଉଥିଲେ ।

ପଞ୍ଚଗଡ ଡେପୁଟି କମିଶନର ମହମ୍ମଦ ଜାହରୁଲ ଇସଲାମ କହିଛନ୍ତି ଯେ ଏହି ଦୁର୍ଘଟଣା ଆଲିୟାଘାଟ ନିକଟରେ ଘଟିଛି । ସେ କହିଛନ୍ତି ଯେ ଡଙ୍ଗାରେ ଥିବା ପ୍ରାୟ ୨୦ ରୁ ୩୦ ଯାତ୍ରୀ ନିଖୋଜ ଥିଲେ । ପଞ୍ଚଗଡ ଡିସି କହିଛନ୍ତି, ମୃତଦେହକୁ ଉଦ୍ଧାର କରିବା ଓ ନିଖୋଜ ଲୋକଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ଚାଲିଛି ।

ଗତ ୨୦ ତାରିଖରେ ମଧ୍ୟ ସିରିଆ ଉପକୂଳରେ ଏକ ଡଙ୍ଗା ବୁଡ଼ି ଯାଇଥିବା ଘଟଣା ସାମ୍ନାକୁ ଆସିଥିଲା । ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୮୯ ଜଣ ପ୍ରାଣ ହରାଇଛନ୍ତି । ଶୁକ୍ରବାର ଦିନ ଏହି ଦୁର୍ଘଟଣା ଘଟିଥିଲା । ଡଙ୍ଗାଟି ଲିବାନାନରୁ ପ୍ରବାସୀମାନଙ୍କୁ ନେଇ ଯାଉଥିଲା । ସିରିଆ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଏହି ସୂଚନା ଦିଆଯାଇଛି । ସିରିଆର ଅଧିକାରୀ କହିଛନ୍ତି ଯେ ପୀଡିତଙ୍କ ପରିବାର ସହ ଯୋଗାଯୋଗ କରାଯାଉଛି । ସେମାନେ ନିଜ ପ୍ରିୟ ଲୋକଙ୍କୁ ଚିହ୍ନିବାରେ ସାହାଯ୍ୟ କରିବାକୁ ଲେବାନନରୁ ସିରିଆକୁ ଆସୁଛନ୍ତି ।

 

ଏହା ବି ପଢ଼ନ୍ତୁ: Boat Accident: ହୃଦୟବିଦାରକ! ସମୁଦ୍ରରେ ଡଙ୍ଗା ବୁଡ଼ିଯିବା ଯୋଗୁଁ ୮୯ ଜଣଙ୍କର ମୃତ୍ୟୁ

ଏହା ବି ପଢ଼ନ୍ତୁ: Supreme Court: ମୁଁ ପୁଣି ଆଜାଦ, ଅବସର ନେଲାପରେ ଏପରି ଆଶ୍ଚର୍ଯ୍ୟଜନକ ବୟାନ ଦେଲେ ସୁପ୍ରିମକୋର୍ଟ ବିଚାରପତି, ଜାଣନ୍ତୁ କାହିଁକି?