China President News: ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ନେଇ ଚକିତ କଲାଭଳି ଘଟଣା ସାମ୍ନାକୁ ଆସିଛି। ଖବର ଚାରିଆଡେ ଘୁରି ବୁଲୁଛି ଯେ, ସି ଜିନପିଙ୍ଗଙ୍କୁ ଗୃହବନ୍ଦି (House Arrest) କରାଯାଇଛି।
Trending Photos
China President News: ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ (Xi Jinping)ଙ୍କୁ ନେଇ ଚକିତ କଲାଭଳି ଘଟଣା ସାମ୍ନାକୁ ଆସିଛି। ଖବର ଚାରିଆଡେ ଘୁରି ବୁଲୁଛି ଯେ, ସି ଜିନପିଙ୍ଗଙ୍କୁ ଗୃହବନ୍ଦି (House Arrest) କରାଯାଇଛି, ଯାହା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ଦାବି ହେଉଛି ଯେ, ସି ଜିନପିଙ୍ଗ ଉଜବେକିସ୍ତାନର ସମରକନ୍ଦରେ ଆୟୋଜିତ ହୋଇଥିବା ସାଂଘାଇ ସହଯୋଗ ସଂଗଠନ (SCO) ବୈଠକରେ ଯୋଗଦେବା ପାଇଁ ଦେଶ ବାହାରେ ଥିଲେ, ସେତେବେଳେ ତାଙ୍କୁ ସେନା ମୁଖ୍ୟ ପଦରୁ ହଟାଇ ଦିଆଯାଇଥିଲା।
ଗଣମାଧ୍ୟମ ରିପୋର୍ଟ (Media Report)ରେ ଦାବି ହେଉଛି ଯେ ସେନା, ଚୀନ୍ରେ କ୍ଷମତା ପରିବର୍ତ୍ତନ (Change The Poser) କରିଛନ୍ତି। ସେହିପରି ଏପର୍ଯ୍ୟନ୍ତ ଏହି ଆଲୋଚନାକୁ ନା ଚୀନ୍ କମ୍ୟୁନିଷ୍ଟ ପାର୍ଟି ଖଣ୍ଡନ କରିଛି ନା ସେଠାକାର ସରକାରୀ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସ ଦ୍ୱାରା ପ୍ରତ୍ୟାଖ୍ୟାନ କରାଯାଇଛି। ସି ଜିନପିଙ୍ଗ ହ୍ୟାସଟ୍ୟାଗ ସହିତ ସୋସିଆଲ ମିଡିଆରେ ଅନେକ କଥା କୁହାଯାଉଛି।
ବିଜେପି ନେତା ତଥା ରାଜ୍ୟସଭା ସଦସ୍ୟ ସୁବ୍ରମଣ୍ୟମ ସ୍ବାମୀ ମଧ୍ୟ ଏହାକୁ ନେଇ ଟ୍ୱିଟ କରିଛନ୍ତି। ଏହା ପରେ ସି ଜିନପିଙ୍ଗଙ୍କ ବିଷୟରେ ଚର୍ଚ୍ଚା ଆହୁରି ଜୋର ହୋଇଛି।
ସୁବ୍ରମଣ୍ୟମ ସ୍ବାମୀ ଟ୍ୱିଟ କରି କହିଛନ୍ତି, ଚୀନକୁ ନେଇ ଏକ ନୂଆ ଗୁଜବ ଅଛି। ସି ଜିନପିଙ୍ଗ ଗୃହବନ୍ଦି ଅଛନ୍ତି କି ନାହିଁ ଏହାର ଅନୁସନ୍ଧାନ କରାଯିବା ଉଚିତ। ବିଶ୍ୱାସ କରାଯାଉଛି ଯେ ଯେତେବେଳେ ଜିନପିଙ୍ଗ ସମରକନ୍ଦରେ ଥିଲେ, ସେତେବେଳେ ଚୀନ୍ କମ୍ୟୁନିଷ୍ଟ ପାର୍ଟିର ନେତାମାନେ ତାଙ୍କୁ ସେନା ମୁଖ୍ୟ ପଦରୁ ହଟାଇ ଦେଇଥିଲେ। ଏହା ପରେ ଗୁଜବ ହେଉଛି ଯେ ତାଙ୍କୁ ଗୃହବନ୍ଦିରେ ରଖାଯାଇଛି।
New rumour to be checked out: Is Xi jingping under house arrest in Beijing ? When Xi was in Samarkand recently, the leaders of the Chinese Communist Party were supposed to have removed Xi from the Party’s in-charge of Army. Then House arrest followed. So goes the rumour.
— Subramanian Swamy (@Swamy39) September 24, 2022
ଚାଇନାର ମାନବାଧିକାର କର୍ମୀ ଜେନିଫର ଜେଙ୍ଗ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଭିଡିଓ ପୋଷ୍ଟ କରି ଦାବି କରିଛନ୍ତି ଯେ, ପିଏଲଏ ବେଜିଂ ଅଭିମୁଖେ ଗତି କରୁଛି। ଜେନିଫର ଜେଙ୍ଗ ଟ୍ୱିଟରରେ ଲେଖିଛନ୍ତି, "ସେପ୍ଟେମ୍ବର ୨୨ରେ PLA ସାମରିକ ଯାନଗୁଡିକ ବେଜିଂ ଅଭିମୁଖେ ଯାଉଛି । ବେଜିଂ ନିକଟ ହୁଆନଲାଇ କାଉଣ୍ଟିରୁ ଆରମ୍ଭ ହୋଇ ହେବେଇ ପ୍ରଦେଶର ଜାଙ୍ଗଜିୟାକୋ ସହରରେ ଶେଷ ହେବ। ଏହା ୮୦ କିଲୋମିଟରର ଲମ୍ବା ଯାତ୍ରା ହେବ। ଏହା ମଧ୍ୟରେ ଗୁଜବ ହେଉଛି ଯେ, ସିସିପିର ସିନିୟର ମାନଙ୍କ ତରଫରୁ ତାଙ୍କୁ PLAର ମୁଖ୍ୟ ପଦରୁ ହଟାଇବା ପରେ ସି ଜିଙ୍ଗପିଙ୍ଗଙ୍କୁ ଗିରଫ କରାଯାଇଛି।
#PLA military vehicles heading to #Beijing on Sep 22. Starting from Huanlai County near Beijing & ending in Zhangjiakou City, Hebei Province, entire procession as long as 80 KM. Meanwhile, rumor has it that #XiJinping was under arrest after #CCP seniors removed him as head of PLA pic.twitter.com/hODcknQMhE
— Jennifer Zeng 曾錚 (@jenniferatntd) September 23, 2022
ମିଡିଆ ରିପୋର୍ଟ ଅନୁଯାୟୀ ଚୀନ୍ର କିଛି ସୋସିଆଲ ମିଡିଆ ହ୍ୟାଣ୍ଡେଲ (Social Media Handle)ରୁ କୁହାଯାଇଛି ଯେ, ସି ଜିନପିଙ୍ଗଙ୍କୁ ଚୀନ୍ର ରାଷ୍ଟ୍ରପତି ପଦରୁ ହଟାଇ ଦିଆଯାଇଛି। ଚୀନ୍ର ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲଏ) ସିଙ୍କୁ ଗୃହ ବନ୍ଦୀ କରିଛି। ଏହା ମଧ୍ୟ କୁହାଯାଉଛି ଯେ, ଲି କିୟାଓମିଙ୍ଗ ଚୀନ୍ର ନୂତନ ରାଷ୍ଟ୍ରପତି ହୋଇଛନ୍ତି।
ତେବେ ସୋସିଆଲ ମିଡିଆରେ ଚାଲିଥିବା ଏହି ଆଲୋଚନା ଗୁଡ଼ିକର କୌଣସି ସରକାରୀ ନିଶ୍ଚିତକରଣ ହୋଇନାହିଁ। ସେହିଭଳି ସିଏନ୍ଏନ୍, ବିବିସି, ରଏଟର୍ସ ଭଳି ମିଡିଆ ସଂସ୍ଥା ମଧ୍ୟ ଏହି ଘଟଣାକୁ ନିଶ୍ଚିତ କରିନାହାନ୍ତି। ବିଶ୍ୱାସ କରାଯାଏ ଯେ, ଏହି ଗୁଜବ ହୁଏତ ଜିନପିଙ୍ଗ ବିରୋଧୀ ଗୋଷ୍ଠିଙ୍କ ଦ୍ୱାରା ଉଡାଯାଇ ଥାଇପାରେ।
ବାସ୍ତବରେ କିଛିଦିନ ତଳେ ଦୁଇଜଣ ପୂର୍ବତନ ମନ୍ତ୍ରୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା ଏବଂ ଚାରିଜଣ ଅଧିକାରୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ସେମାନେ ଏକ ରାଜନୈତିକ ଦଳର ଅଂଶ ଥିଲେ। ଏହି ଅଧିକାରୀ ମାନେ ଜିନପିଙ୍ଗ ବିରୋଧୀ ବୋଲି ବିଶ୍ୱାସ କରାଯାଏ। ଏହି ଗୋଷ୍ଠି ଦ୍ବାରା ଏହି ଗୁଜବ ପ୍ରଚାର କରାଯାଉଛି ବୋଲି ଅନୁମାନ କରାଯାଉଛି।