କିପରି କରାଯାଏ ବାତ୍ୟାର ନାମକରଣ?
ପ୍ରତ୍ୟେକ ବାତ୍ୟାର ପୃଥକ ନାମକରଣ କରାଯାଇଥାଏ। ସାମୁଦ୍ରିକ ଝଡ଼ର ନାମକରଣ କରିବା ଦାୟିତ୍ୱ ୧୩ ଗୋଟି ଦେଶଙ୍କ ପାଖରେ ରହିଛି।
How Cyclones are Named: ଜଳ ଭାଗରେ ସକ୍ରିୟ ହେବା ପରେ ଏବେ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଛି ବାତ୍ୟା ଅସାନି। ବଙ୍ଗୋପ ସାଗରରେ ସୃଷ୍ଟ ଏହି ସାମୁଦ୍ରିକ ଝଡ଼ର ପ୍ରଭାବ ପଶ୍ଚିମବଙ୍ଗ, ଓଡ଼ିଶା, ଆନ୍ଧ୍ର ପ୍ରଦେଶ ପ୍ରଭୃତି ରାଜ୍ୟରେ ଅନୁଭୂତ ହେବା ନେଇ ପୂର୍ବାନୁମାନ କରାଯାଇଛି। ସାମୁଦ୍ରିକ ଝଡ଼ ଅସାନି ଆନ୍ଧ୍ର ପ୍ରଦେଶ ସ୍ଥିତ କାକିନାଡା଼ ଠାରେ ସ୍ଥଳଭାଗ ଛୁଇଁବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ହେଲେ ସମୁଦ୍ରରେ ସୃଷ୍ଟି ହୋଇ ଉପକୂଳ ଆଡ଼କୁ ମୁହାଁଉଥିବା ଏହି ସାମୁଦ୍ରିକ ଝଡ଼ର ନାମକରଣ କିପରି କରାଯାଏ?
ପ୍ରତ୍ୟେକ ବାତ୍ୟାର ପୃଥକ ନାମକରଣ କରାଯାଇଥାଏ। ସାମୁଦ୍ରିକ ଝଡ଼ର ନାମକରଣ କରିବା ଦାୟିତ୍ୱ ୧୩ ଗୋଟି ଦେଶଙ୍କ ପାଖରେ ରହିଛି। ଏକ ବ୍ୟବସ୍ଥିତ ପ୍ରକ୍ରିୟା ମାଧ୍ୟମରେ ବାତ୍ୟାର ନାମକରଣ କରାଯାଇଥାଏ। ବିଶ୍ୱ ପାଣିପାଗ ବିଭାଗ ସଙ୍ଗଠନ ଅଧୀନରେ ବିଶ୍ୱରେ ଅବସ୍ଥିତ ଚେତାବନୀ କେନ୍ଦ୍ର ପକ୍ଷରୁ ବାତ୍ୟାର ନାମକରଣ କରାଯାଇଥାଏ। ଯେଉଁ ଦେଶରେ ଘୂର୍ଣ୍ଣିବଳୟ ପ୍ରଭାବ ଅନୁଭୂତ ହେବାର ସମ୍ଭାବନା ରହିଥାଏ ସେହି ଦେଶ ବାତ୍ୟାର ନାମକରଣ କରିଥାଏ।
ସାମୁଦ୍ରିକ ଝଡ଼ର ନାମକରଣ କରିବା ଦାୟିତ୍ୱରେ ରହିଥିବା ଦେଶ ହେଉଛନ୍ତି ଭାରତ, ବାଂଲାଦେଶ, ପାକିସ୍ଥାନ, ମିଆଁମାର, ଓମାନ, ଇରାନ, ମାଲଦ୍ୱୀପ, ଶ୍ରୀଲଙ୍କା, ଥାଇଲ୍ୟାଣ୍ଡ, ସାଉଦି ଆରବ, କାତାର, ୟମେନ, ସଂଯୁକ୍ତ ଆରବ ଅମିରାତ। ଏହି ଦେଶ ସେମାନଙ୍କ ପାଳି ଅନୁସାରେ ବାତ୍ୟାର ନାମକରଣ କରିଥାନ୍ତି। ବର୍ଣ୍ଣମାଳା ଅନୁଯାୟୀ ଏହି ଦେଶଙ୍କୁ ବାତ୍ୟାର ନାମକରଣ କରିବା ପାଇଁ ସୁଯୋଗ ମିଳିଥାଏ।
କେଉଁ ବର୍ଷ ଆସିଛି କେଉଁ ବାତ୍ୟା
୨୦୧୩ ଅକ୍ଟୋବର: ଫାଇଲିନ୍
୨୦୧୪ ଅକ୍ଟୋବର: ହୁଡ୍ ହୁଡ୍
୨୦୧୭ ନଭେମ୍ବର-ଡିସେମ୍ବର: ଓଖି
୨୦୧୮ ଅକ୍ଟୋବର: ତିତିଲି
୨୦୧୮ ନଭେମ୍ବର: ଗଜ
୨୦୧୯ ଅପ୍ରେଲ-ମେ: ଫନି
୨୦୧୯ ଅକ୍ଟୋବର: ବୁଲ୍ ବୁଲ୍
୨୦୨୦ ମେ: ଅମ୍ପାନ
୨୦୨୦ ଜୁନ: ନିସାର୍ଗା
୨୦୨୦ ନଭେମ୍ବର: ନିଭାର
୨୦୨୦ ନଭେମ୍ବର-ଡିସେମ୍ବର: ବୁରେଭି
୨୦୨୧ ମେ: ୟାସ୍
୨୦୨୧ ମେ: ତାଉତେ
୨୦୨୧ ସେପ୍ଟମ୍ବର: ଶାହୀନ-ଗୁଲାବ
୨୦୨୧ ଡିସେମ୍ବର: ଜୱାଦ
୨୦୨୨ ମେ: ଅସାନି