PM Modi Jk Visit: ଜାମ୍ମୁ-କାଶ୍ମୀରବାସୀଙ୍କ ପାଇଁ ଆଜି ହେଉଛି ଖୁସିର ଦିନ।  କାହିଁକିନା କେନ୍ଦ୍ର ସରକାର ସେମାନଙ୍କୁ ଦେବେ ବଡ଼ ଭେଟି।  ଆଜି ଜମ୍ମୁ -କାଶ୍ମୀର ଗସ୍ତର ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ଜାମ୍ମୁର ମୌଲାନା ଆଜାଦ ଷ୍ଟାଡିୟମରେ ଆୟୋଜିତ ଜନସଭାକୁ ପ୍ରଥମେ ଦିନ ୧୧ଟା ୩୦ ମିନିଟ୍ ସମୟରେ ଉଦବୋଧନ ଦେବେ।  ଏହାସହ ୩୦ ,୫୦୦ କୋଟିରୁ  (₹30,500 crore)ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି।


COMMERCIAL BREAK
SCROLL TO CONTINUE READING

 



 



ALSO READ: Trigrahi Yog: ଏହି ୪ ରାଶିଙ୍କ ଭାଗ୍ୟ ବଦଳାଇବ ତ୍ରିଗ୍ରାହୀ ଯୋଗ, ଧନ ବର୍ଷା କରିବେ ଶନି-ଶୁକ୍ର-ମଙ୍ଗଳ!


ବିଶେଷ କରି, ଜାମ୍ମୁ ଏମ୍ସର ଉଦଘାଟନ ସହ ତିନୋଟି ଆଇଆଇଏମ୍ (IIM) ଲୋକାର୍ପିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛୁ ଯେ, ୨୦୧୯ ରେ ଜମ୍ମୁ ଏମ୍ସର ଶିଳାନ୍ୟାସ କରିଥିଲେ ମୋଦି । ଏହା ବ୍ୟତିତ ମୋଦି ସେଠାରେ ୧୫୦୦ ଯୁବକ ଯୁବତୀଙ୍କୁ ନିଯୁକ୍ତ ପତ୍ର  ବଣ୍ଟନ କରିବାର କାର୍ଯ୍ୟକ୍ରମ ରହିଛି।  ଅନ୍ୟପଟେ, ଦେଶରେ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ୨୦ଟି କୋଠା ସହ ୧୩ଟି ନୂତନ ନବୋଦୟ ବିଦ୍ୟାଳୟ କୋଠାର ମଧ୍ୟ ଉଦଘାଟାନ କରାଯିବ ।